ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ଭେଣ୍ଟିଲେଟରଗୁଡ଼ିକ ବିଷୟରେ ବିଜେପି ନେତା ଗୋଲକ ମହାପାତ୍ର ସମ୍ପୂର୍ଣ୍ଣ ଭାବେ ଅବଗତ ନାହାନ୍ତି । ସୋସିଆଲ ମିଡିଆରେ ସେ ରଖିଥିବା ମନ୍ତବ୍ୟରୁ ଏହା ବାରିହୋଇ ପଡୁଛି । ଯଦି ସେ ଏହି ବିଷୟରେ ଜାଣିଥାନ୍ତେ, ତେବେ ସେ ଏଭଳି ମନ୍ତବ୍ୟ ଦେଇନଥାନ୍ତେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ବିଜେପିକୁ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଭେଣ୍ଟିଲେଟର ଯୋଗାଣ ସଂକ୍ରାନ୍ତରେ ଅଜ୍ଞଥିବା ବିଜେପି ନେତାଙ୍କୁ ଆମେ ଆଉ ଥରେ ସୂଚନା ପ୍ରଦାନ କରୁଛୁ । ଆମେ ଆଶାକରୁଛୁ କି ପରବର୍ତ୍ତୀ ସମୟରେ ଏଭଳି ଭିତ୍ତିହୀନ ବିବୃତ୍ତି ରଖିବା ପୂର୍ବରୁ ସର୍ବସାଧାରଣ ପାଇଁ ଉଦ୍ଧିଷ୍ଟ ପୋର୍ଟାଲରେ ଥିବା ସୂଚନା ହାସଲ କରିବାକୁ ସେ ସର୍ବନିମ୍ନ ପ୍ରୟାସ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।