ହେଡଲାଇନସ୍:

ସଂକ୍ରମିତ ଙ୍କର ସଂଖ୍ୟା ବଢୁଥିବା ବେଳେ ଲୋକ କିନ୍ତୁ ଅମାନିଆ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେବଦୂତ ସାଜି ସଂକ୍ରମିତ ଲୋକଙ୍କୁ ସହଯୋଗର ହାତ ବଢ଼େଇଲେ ତହସିଲଦାର ମହେନ୍ଦ୍ର ବଢ଼େଇ

ବରଗଡ :- ବରଗଡ଼ ଜିଲ୍ଲାରେ ରେ କୋରୋନା ସଂକ୍ରମଣ ବର୍ତ୍ତମାନ ସୁଦ୍ଧା  ନିୟନ୍ତ୍ରଣ ବାହାରେ ରହିଛି । ପ୍ରତ୍ୟେକ ଦିନ ନୂଆଁ ନୂଆଁ ଗ୍ରାମରୁ ସଂକ୍ରମଣ ର ଖବର ହସ୍ତଗତ ହେଉଥିବା ବେଳେ ଲୋକେ ଅମାନିଆ । ସଂକ୍ରମଣ କୁ ରୋକିବା ପାଇଁ ସରକାର ଲକଡାଉନ , ଓ ସପ୍ତାହନ୍ତ ଦୁଇଦିନ ସଟଡାଉନ ଘୋଷଣା କରିଛନ୍ତି ହେଲେ ମୁଖ୍ୟତଃ ଅନେକ ଜାଗାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । 

 ପାଇକମାଲ ବ୍ଲକ ଲହଙ୍ଗେର ଗ୍ରାମ ତଥା ବରତୁଣ୍ଡା ଗ୍ରାମର କଲୋନୀ ପଡା ର ଅବସ୍ଥା ବର୍ତ୍ତମାନ ସାଙ୍ଘାତିକ । ବରତୁଣ୍ଡା ଗ୍ରାମର କଲୋନୀ ପଡା ରେ ପଚାଶରୁ ଉର୍ଦ୍ବ ଘରେ ସମୁଦାୟ ଦୁଇ ଶହରୁ କିଛି ଅଧିକ ଲୋକ ରହୁଥିବା ବେଳେ ଏହି ସ୍ଥାନରୁ ବର୍ତ୍ତମାନ ସୁଦ୍ଧା ୩୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଏହି ପଡା କୁ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କରାଯାଇଛି ।  ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ବାଗ ଙ୍କର ଉପସ୍ଥିତ ରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ଆଇ ଆଇ ସି ବିଶ୍ୱଜିତ ମନବୋଧ , ପଂଚାୟତ କର୍ମଚାରୀ , ପଞ୍ଚାୟତ ର ସମସ୍ତ ଆଶା ତଥା ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତେ ଗାଁ କୁ ପହଂଛି ସ୍ଥିତିର ସମୀକ୍ଷା କରିବା ସହତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ବର୍ତ୍ତମାନ ଆଗାମୀ ଦଶ ଦିନ ପାଇଁ ଏହି ପଡାକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏଠାକାର ବାସିନ୍ଦା ମାନଙ୍କର ପାଇଁ ଜୀବନ ଜୀବିକା ସମସ୍ୟା ମଧ୍ୟ ଦେଖାଦେଇଛି । ଏଠାରେ ବାସ କରୁଥିବା ଅଧିକାଂଶ ଲୋକ ବାଉଁଶ କାରିଗର । ବାଉଁଶ ର ବିଭିନ୍ନ ବସ୍ତୁ ତିଆରି କରି ସେମାନଙ୍କର ଗୁଜରଣ ମେଂଟେଇଥାନ୍ତି । ବର୍ତ୍ତମାନ କେମିତି ଚାଲିବେ ସମସ୍ତଙ୍କ ମନରେ ଏହି ଗୋଟେ ପ୍ରଶ୍ନ ।

ଅନ୍ୟପଟେ ଅତ୍ୟାବଶ୍ୟକୀୟ ସାମଗ୍ରୀ କୁ ଛାଡି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ଭାବରେ ବନ୍ଦ ରହିଥିବା ବେଳେ ଓ ସପ୍ତାହନ୍ତ ର ଦୁଇଦିନ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଗ୍ରାମାଞ୍ଚଳ ରେ ଏମିତି କିଛି ବ୍ୟବସାୟୀ ଅଛନ୍ତି ଯେଉଁମାନେ କେବଳ ନିଜର ଆର୍ଥିକ ଲାଭ ପାଇଁ ନିଜ, ନିଜ ପରିବାର ତଥା ଅନ୍ୟ ଲୋକଙ୍କର ଜୀବନ ସହିତ ଖେଳ ଖେଳୁଛନ୍ତି । କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଅକାରଣରେ ବାଇକ ଧରି ରାସ୍ତାରେ ବୁଲାବୁଲି କରୁଛନ୍ତି । ଏହିଭଳି କିଛି ଘଟଣା ମାଣ୍ଡୋସିଲି ଗ୍ରାମରେ ଦେଖିବାକୁ ମିଳିଛି । ଜଣେ ବ୍ୟବସାୟୀଙ୍କ ପାଖରୁ ଫାଇନ ଅସୁଲ କରାଯାଇ ତାଙ୍କୁ ଚେତାବନୀ ଦିଆଯାଇଥିବା ବେଳେ ଅନେକ ଅମାନିଆ ବାଇକ ଚାଳକ ଙ୍କର ପାଖରୁ ଫାଇନ ଅସୁଲ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଯଦି ଆମେ ନିଜେ ସଚେତନ ନହେବା ତେବେ ନିଜ ସହିତ ନିଜ ପରିବାର ଓ ପାଖପଡ଼ୋଶୀ ଙ୍କର ଜୀବନ ପ୍ରତି ନିଶ୍ଚିତ ଭାବରେ ବିପଦ ।

   ବରତୁଣ୍ଡା ଗ୍ରାମରେ ସଂକ୍ରମଣ ର ଖବର ପାଇ ପୁରୀ ଜିଲ୍ଲା ଢେଲାଙ୍ଗ ତହସିଲଦାର ପଦ୍ମପୁର ନିକଟସ୍ଥ ଟାଲ ଗ୍ରାମର ନିବାସୀ ଶ୍ରୀ ମହେନ୍ଦ୍ର ବଢ଼େଇ କଣ୍ଟେନମେଣ୍ଟ ଅଂଚଳର ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରେରଣ କରିଥିବା ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ବାଗ ଓ ସ୍ବେଚ୍ଛାସେବୀ ଶ୍ରୀ ରାଜେନ୍ଦ୍ର ପ୍ରଧାନ ( ଗଣେଶ ) ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା କାଲି ଉକ୍ତ ଗ୍ରାମକୁ ଆବଶ୍ୟକୀୟ ଔଷଧ , ମାକ୍ସ , ଅକ୍ସି ମିଟର ଥର୍ମମିଟର ଇତ୍ୟାଦି ପ୍ରଦାନ କରାଯିବ ବୋଲି ଢେଲାଙ୍ଗ ତହସିଲଦାର ଶ୍ରୀ ବଢ଼େଇ ଆମକୁ ଜଣାଇଛନ୍ତି ।

0
0
0
s2sdefault