ହେଡଲାଇନସ୍:

ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା "ୟଶ୍" ର ମୁକାବିଲା ନିମିତ୍ତ ସମୀକ୍ଷା ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବା ସମ୍ଭାବ୍ୟ ଝାଡ଼ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଏହି ବୈଠକରେ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାମଦେବ ସିଂ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ଡ଼ଃ.ଅଲି , ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ସମ୍ଭାବ୍ୟ ଝାଡ଼ବାତ୍ୟା ଓ ପ୍ରବଳ ବର୍ଷା ଉପରେ ଆସିଥିବା ଭାରତୀୟ ପାଣିପାଗ ବିଭାଗର ଅପଡେଟ୍ ସୂଚନା ସମସ୍ତଙ୍କୁ ଅବଗତ କରିବା ସହ କୋଭିଡ୍-୧୯ ପାଇଁ ବ୍ୟବହୃତ ହେଉଥିବା ଜିଲ୍ଲା ଏବଂ ପଞ୍ଚାୟତ ସ୍ତରରେ ସମସ୍ତ ନିୟନ୍ତ୍ରଣ କକ୍ଷ "ୟଶ୍"ପାଇଁ କାର୍ଯ୍ୟ କରିବ ବୋଲି କହିଥିଲେ।  ବିଭିନ୍ନ ଶୁଖିଲା ଖାଦ୍ୟ ଏବଂ ଖାଦ୍ୟ ପଦାର୍ଥର ମହଜୁଦର ବିବରଣୀ ବି.ଡି. ଓ ମାନଙ୍କ ଠାରୁ ଆଜି ସଂନ୍ଧ୍ୟା ସୁଦ୍ଧା ମାଗିଲା ପରେ ଆବଶ୍ୟକ ଖାଦ୍ୟ ପଦାର୍ଥକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଯୋଗାଯୋଗ (ମୋବାଇଲ ସେବା) କିପରି ପ୍ରତି ସମୟରେ ଚାଲୁ ରହିବ ବି.ଏସ୍.ଏନ୍.ଏଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଆବଶ୍ୟକ କରୁଥିବା ସମସ୍ତ ସହଯୋଗ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ସମସ୍ତ ସ୍କୁଲଘର ଖୋଲା ରହିବା ସହ ଶିକ୍ଷକ ମାନଙ୍କୁ ଉପସ୍ଥିତ ରହିବା ପାଇଁ ଡି.ଇ.ଓ  ଶ୍ରୀ ପ୍ରଦୀପ କୁମାର ନାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ବିଦ୍ୟୁତ୍ ଯୋଗାଣ ପ୍ରତି ସମୟରେ କିପରି ଚାଲୁ ରହିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ରାସ୍ତାଘାଟ ବିଚ୍ଛିନ୍ନ ହେଲେ ଆବଶ୍ୟକ କରୁଥିବା କର୍ମଚାରୀ , ସାମଗ୍ରୀ ଏବଂ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବା ଲାଗି ବିଭାଗୀୟ ଅଧିକାରୀ ଯଥା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ - ଗ୍ରାମ୍ୟ ଉନ୍ନୟନ , ରାସ୍ତା ଏବଂ କୋଠାବାଡି ନିର୍ମାଣଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ପରବର୍ତ୍ତୀ ମୁହୃର୍ତ୍ତରେ ଜିଲ୍ଲାରେ ଥିବା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ମାନଙ୍କ ସହ ଭିଡିଓ କନଫେରେସିଂ ମାଧ୍ୟମରେ ସମୀକ୍ଷା କରାଯାଇଥିଲା। ସମସ୍ତ ତହସିଲଦାର ଆବଶ୍ୟକ ପଲିଥିନ ମହଜୁଦ ଥିବା କଥା ଦର୍ଶାଇଥିଲେ। 

ପଞ୍ଚାୟତରାଜ ବିଭାଗର ଲୋକ ପ୍ରତିନିଧି ମାନଙ୍କ ସହିତ ସମ୍ଭାବ୍ୟ ବାତ୍ୟା " ୟଶ୍" ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ଲାଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦମକଳ ବିଭାଗର ସମସ୍ତ କର୍ମଚାରୀ , ଆସ୍କା ଲାଇଟ୍ , କୋଟିଙ୍ଗ୍ ମେସିନ୍ , ଭେଇକେଲ୍ ସବୁକୁ ପ୍ରସ୍ତୁତ ରଖିବା ଲାଗି ଫାୟାର୍ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ଗ୍ରାମ୍ୟ ପାନୀୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଆବଶ୍ୟକ ପିଇବା ପାଣି , ଜେନେରେଟର ସେଟ୍ ଏବଂ ବ୍ଲିଚିଂ ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ। 

ଭୂ-ସ୍ପଳନକୁ ଆଖିଆଗରେ ରଖି ବିପଦ ସଙ୍କୁଳ ଜାଗା ମାନଙ୍କରେ ଲୋକମାନଙ୍କୁ କିପରି ଠିକ୍ ସମୟରେ ସ୍ଥାନାନ୍ତର କରାଯିବ ତାହାରି ଉପରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସମ୍ବେଦନଶୀଳ ସ୍ଥାନ ମାନଙ୍କୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।

0
0
0
s2sdefault