ଗଜପତି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ : ଅଂଟା ଭିଡି ଲାଗିଛି ପୋଲିସ ପ୍ରଶାସନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୁପ ଧାରଣ କରିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ନାଇଟ କର୍ଫ୍ୟୁ ଲାଗୁ କରା ଯାଇଥିବା ବେଳେ ପ୍ରତି ଶନିବାର ଓ ରବିବାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଆଜି ଶନିବାର ଦିନଠାରୁ ଏହି ସପ୍ତାହନ୍ତ ସଟଡାଉନ ଲାଗୁ ହୋଇଛି। 

ଏହି ସପ୍ତାହନ୍ତ ସଟଡାଉନ ବେଳେ  ମେଡିକାଲ ଓ ମେଡ଼ିସିନ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାଳୀନ ସେବା ପାଇଁ କୌଣସି କଟକଣା ନ ଥିବାବେଳେ ବିନା କୌଣସି କାରଣ ନ ଥାଇ ହେଉଥିବା ଯାତାୟାତକୁ ଏଥିରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି।  ସଟଡାଉନ ଯୋଗୁଁ ଚଳଚଞ୍ଚଳ ପାରଳାଖେମୁଣ୍ଡି ସହର ସମ୍ପୂର୍ଣ୍ଣ ଭାବେ ଜନଶୁନ୍ୟ ହୋଇ ନିସ୍ତବ୍ଧ ପାଳଟି ଯାଇଛି ।

 

ଜିଲ୍ଲା ଆରକ୍ଷୀ ଅଧିକ୍ଷକ  ଶ୍ରୀ ତପନ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ପୋଲିସ ଚାରିଆଡେ ଓ ପ୍ରତି ଛକ ଅଞ୍ଚଳରେ ପଇଁତରା ମାରି ଅମାନିଆଙ୍କ ପ୍ରତି କଡା ନଜର ରଖିଛନ୍ତି ।

  ପୋଲିସ ବିଭିନ୍ନ ବସ୍ତି , ଗଳି , ଛକ ଓ ରାସ୍ତାରେ ବୁଲିବୁଲି ସାଇରନ ବଜାଇ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଟଡାଉନ ଉପରେ ସଚେତନ କରାଉଛି । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଉଛି । 

ଓଡିଶା-ଆନ୍ଧ୍ର ସୀମାନ୍ତର  ପୁରୁଣାପାଟଣା ନିକଟରେ ଥିବା ପ୍ରବେଶ ପଥକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସିଲ କରାଯାଇ ସେଠାରେ ନାକା ଲଗାଯାଇଛି । ପ୍ରତ୍ୟେକ ଯିବାଆସିବାଙ୍କ ପ୍ରତି ପୋଲିସ ଯାଞ୍ଚ ଓ ପଚରାଉଚୁରା କରୁଛି । ଆବଶ୍ୟକ ପ୍ରମାଣପତ୍ର ନ ଦେଖାଇଲେ ଛାଡୁନାହାନ୍ତି । ଏହି ସଟଡାଉନ ଆସନ୍ତା ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ , ତେଣୁ ଜରୁରୀ କାମ ନ ଥିଲେ କେହି ଘରୁ ବାହାରନ୍ତୁ ନାହିଁ । ଘରେ ରହି ସୁସ୍ଥ ରୁହନ୍ତୁ ବୋଲି ଏସପି: ଶ୍ରୀ ପଟ୍ଟନାୟକ କହିଛନ୍ତି ।

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

0
0
0
s2sdefault