ହେଡଲାଇନସ୍:

ସଂକ୍ରମଣକୁ ରୋକିବା ପାଇଁ କନ୍ଧମାଳ ପ୍ରଶାସନ ତତ୍ପର : ଯାଞ୍ଚ କଡ଼ାକଡ଼ି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କରୋନା ସଂକ୍ରମଣକୁ ରୋକିବା ପାଇଁ କନ୍ଧମାଳ ପ୍ରଶାସନ ତତ୍ପର ହୋଇ ଉଠିଛି I ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବେଶ ପଥରେ ଚେକ ପୋଷ୍ଟ କରାଯାଇ ଯାଞ୍ଚ କଡ଼ାକଡ଼ି କରା ଯାଉଛି I  କନ୍ଧମାଳ ଜିଲ୍ଲା ପ୍ରଶାସନ କନ୍ଧମାଳ-ଗଞ୍ଜାମ ସୀମା ଘୁ.ଉଦୟଗିରି ବ୍ଲକର କଳିଙ୍ଗିଆ ଠାରେ ବାହାର ରାଜ୍ୟ କିମ୍ବା ବିଦେଶରୁ ଆସୁ ଥିବା ଯାତ୍ରୀଙ୍କୁ ଯାଞ୍ଚ କରାଯିବା କାର୍ଯ୍ୟ ଆରମ୍ଭ କରିଛି I ଏହା ସହ ଡାକ୍ତରୀ ପରୀକ୍ଷା କରା ଯିବାର ବ୍ୟବସ୍ଥା ହୋଇ ଥିବା କାର୍ଯ୍ୟରତ ପୁଲିସ କର୍ମଚାରୀ ସୂଚନା ଦେଇଛନ୍ତି I ଏହି ଚେକ ପୋଷ୍ଟରେ ୨୪ ଘଣ୍ଟା ସରକାରୀ କର୍ମଚାରୀ ଏବଂ ସୁରକ୍ଷା କର୍ମୀ ପଇଁନ୍ତରା ମାରିବେ I ଏହି ଯାଞ୍ଚ କାର୍ଯ୍ୟରେ ପୁଲିସ କର୍ମଚାରୀ, ଅବକାରୀ କର୍ମଚାରୀ, ତହସିଲର କର୍ମଚାଙ୍କୁ ନିୟୋଜିତ କରାଯାଇଛି I ସେହି ପରି ସଟ ଡାଉନର ପ୍ରଥମ ଦିନ ଶନିବାର ଘୁ.ଉଦୟଗିରି ସହର ଜନଶୂନ୍ୟ ହୋଇ ପଡିଛି I ସରକାରଙ୍କ କୋଭିଡ ନିୟମକୁ ମାନି ଜନସାଧରଣ ନିଜନିଜ ଘରେ ରହି ଥିବାର ଦେଖା ଦେଇଛି I

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

0
0
0
s2sdefault