ହେଡଲାଇନସ୍:

ସ୍କୁଲ ଦୂରର କଥା,  ଅଙ୍ଗନବାଡି କେନ୍ଦ୍ର ବି ନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଙ୍ଗନବାଡିଗୃହ ନିର୍ମାଣ ଦାବୀ

କୋରେଇ/ଜୟଶଙ୍କର ଦାଶ : କୋରେଇ ବ୍ଲକ୍ ଅର୍ନ୍ତଗତ ତଳଗଡ ପଂଚାୟତ ନୂଆଗଡ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଥିଲେ ହେଁ ଏପର୍ଯ୍ୟନ୍ତ ଏହାର ନିଜସ୍ୱ ଗୃହ ନିର୍ମାଣ ହୋଇପାରିନାହିଁ । ଗାଁ କୋଠା ଘରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢାଇବା ସ୍ୱାଭାବିକ ହେଉନାହିଁ । ବ୍ଲକର ଅଧିକାଂଶ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ପାଇଁ ସରକାରଙ୍କ ତରଫରୁ ଅନୁଦାନ ଦିଆଯାଇଥିବାବେଳେ ଏହି ପୁରାତନ କେନ୍ଦ୍ର ପ୍ରତି ଅବହେଳା କରାଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ଏହି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଟିଏ ମଧ୍ୟ ନାହିଁ । ତେଣୁ ଏଠାରେ ନିହାତି ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ସାଧାରଣରେ ଦାବୀ ହେଉଛି । 

 

0
0
0
s2sdefault