ପଦ୍ମପୁର-(ଶାସକପ୍ରଶାସକ)ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଧୁମାଭଟା ଛକ ନିକଟରେ ବେଆଇନ ଭାବରେ ମହୁଲଫୁଲ ଚୋରା ଚାଲାଣ ସମୟରେ ଧରିଲା ଅବକାରୀ ବିଭାଗ। ସରକାରୀ ଅନୁମତି ନ ନେଇ ବେଆଇନ ଭାବରେ ଗୋଟିଏ ପିକଅଫରେ (OD-11-P-3716) ମହୁଲଫୁଲ ଚୋରା ଚାଲାଣ କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଜଗଦଳପୁର ଥାନା ଧୁମାଭଟା ଛକ ନିକଟରେ ଅବକାରୀ ବିଭାଗ ପିକଅଫ ଭ୍ୟାନକୁ ଜବତ କରି ଚୋରା ଚାଲାଣ ହେଉଥିବା ୧୮ କ୍ବିଣ୍ଟାଲ ମହୁଲ ଜବତ କରିଛି । ମହୁଲଫୁଲ ଚୋରାଚାଲାଣରେ ସମ୍ପୄକ୍ତ ଥିବା ଗାଡି ଡ୍ରାଇଭର ଗୋଲବଦନ ଡନସନା ଫେରାର ଥିବା ବେଳେ ସହଯୋଗୀ କମଳ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ସବ ଇନିସପେକ୍ଟର ହେମକାନ୍ତ ସୁନା ସୂଚନା ଦେଇଛନ୍ତି ।