ହେଡଲାଇନସ୍:

ମାସ୍କ ଚେକିଂ ନାଁରେ ଭଦ୍ରକ ଆରଡି ଫାଣ୍ଡି ପୁଲିସର ଦାଦାଗିରି ଅଭିଯୋଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/ ସତ୍ୟ ଭୂଷଣ ସ୍ୱାମୀ : ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ । ଏହି ଘଟଣା ଶନିବାର ଦିନ ଘଟିଥିବା ଜଣାପଡ଼ିଛି . ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ  ପିନ୍ଧି ନଥିବା ଅଭିଯୋଗରେ ପୋଲିସ ତାଙ୍କୁ ମାଡ ମାରି ଫାଣ୍ଡିରେ ଅଟକ ରଖିଥିଲେ । ଫାଣ୍ଡି ମଧ୍ୟରେ ଯୁକ୍ତି ତର୍କ ଭିତରେ ମୋବାଇଲ ବାହାର କରିବାରୁ ହଠାତ୍  ୫ ରୁ ୬ ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ୍ ଛଡାଇବା ସହ ତଳେ ପକାଇ ମାଡ ମାରିଥିଲେ ବୋଲି ଶୁଭରଂଜନ ଅଭିଯୋଗ କରିଛନ୍ତି |

ଖାଲି ଏତିକି ନୁହେଁ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ । ତେବେ ବଡ କଥା ହେଲା ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିବା ଏବଂ ଜଣେ ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | 

 

 

 

0
0
0
s2sdefault