ହେଡଲାଇନସ୍:

ଚିକିତ୍ସିତ ଗ୍ରାମରକ୍ଷୀ ପ୍ରଦୀପ କିସ୍କୁଙ୍କ ବିୟୋଗରେ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି  )- ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାରେ କାର୍ଯ୍ୟରତ ଗ୍ରାମରକ୍ଷୀ ତଥା ବାହାନଡ଼ା(ରେହେଡ଼ାଘୁଟୁ) ଗ୍ରାମର ପ୍ରଦୀପ କିସ୍କୁ(୪୧)ଙ୍କର ମଙ୍ଗଳବାର ପୂର୍ବାହ୍ନ ୯ଟା୨୦ମି. ସମୟରେ ଖୁଣ୍ଟା ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ  ଘଟିଛି । ଏହି ସମୟରେ ତାଙ୍କ ନିକଟରେ ସ୍ତ୍ରୀ ରାଉଣ୍ଡେ କିସ୍କୁ, ୧୧ ବର୍ଷର ଝିଅ  ଶିବାନୀ କିସ୍କୁଓ ୫ ବର୍ଷର ପୁଅ ଦେବାଶିଷ କିସ୍କୁ ଉପସ୍ଥିତ ରହିଥିଲେ । ଶ୍ରୀକିସ୍କୁ ମୂତ୍ରାଶୟ ରୋଗରେ ପୀଡ଼ିତ ଥିଲେ ଓ ଅସୁସ୍ଥ ହୋଇପଡ଼ିବାରୁ  ତାଙ୍କୁ ଗତ ରବିବାର ଖୁଣ୍ଟା ଡ଼ାକ୍ତଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରା ଯାଇଥିଲା ଏବଂ ଆଜି ମୃତୁ୍ୟ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଖୁଣ୍ଟାଥାନା ପୁଲିସ ଓ ଗ୍ରାମର ଜନସାଧାରଣ ପହଁଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

0
0
0
s2sdefault