କେନ୍ଦୁଝର (ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭାରତର ସର୍ବଶ୍ରେଷ୍ଠ (୧ନଂ) ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଆଜି କେନ୍ଦୁଝର ଟାଉନରେ ଏକ ବିଶାଳ କୃତଜ୍ଞତା ରାଲି ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁତ୍ର ବିଧାୟକ ଭାଗିରଥି ସେଠି, ଜିଲ୍ଲା ବିଜେଡ଼ି ନେତୃମଣ୍ଡଳୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ |
ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ସୁଫଳ ଯେପର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚି ପାରିବ ଓ ସବୁ ଯୋଜନା ବା କାର୍ଯ୍ୟକ୍ରମ ଧାର୍ଯ୍ୟ ସମୟ ମଧ୍ୟରେ ଯେପରି ସମ୍ପନ୍ନ ହୋଇ ପାରିବ ସେଥିପାଇଁ ମନ୍ତ୍ରୀ ଶ୍ରୀ ଜେନା ଏ ଅବସରରେ ନିର୍ଦ୍ଦେଶ ଦେଇଥିଲେ | ସମୀକ୍ଷା ବୈଠକରେ ଜିଲ୍ଲାର ଲୋକ ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।