୨୦୨୨ ମଧ୍ୟଭାଗ ଶୁଦ୍ଧା ଶେଷ କରିବା ଲକ୍ଷ୍ୟ
ରାଉରକେଲା /ସୁନ୍ଦରଗଡ଼ (ଶାସକ ପ୍ରଶାସକ) : ଆଜି ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T), ଶ୍ରି ଭି.କେ.ପାଣ୍ଡିଆନ ଏବଂ କ୍ରୀଡା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଆର ଭିନୀଲ କ୍ରିଷ୍ଣା ରାଉରକେଲା ଯାଇ ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥଳ ପରିଦର୍ଶନ କରିଥିଲେ | ୨୦୨୨ ମଧ୍ୟଭାଗ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି |
ସୂଚନାଯୋଗ୍ୟ ଯେ,ରାଉରକେଲାରେ ଏକ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବ | ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ଘୋଷଣା କରିଥିଲେ | ଏହି ନୂଆ ଷ୍ଟାଡିୟମରେ ଜାନୁୟାରୀ ୨୦୨୩ରେ ଓଡିଶାରେ ହେବାକୁ ଥିବା ୨୦୨୩ ପୁରୁଷ ହକିର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ | ଏହା ଦେଶର ସବୁଠୁ ବଡ ସବୁଜ ବୃହତ ହକି ଷ୍ଟାଡିୟମ ହେବ ଏବଂ ଏଥିରେ ଏକା ସାଙ୍ଗରେ ୨ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ |
ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳି ଓ ଦର୍ଶକଙ୍କୁ ଯେପରି ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରାଯାଇପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତ କରାଯାଇଛି | ବିଶ୍ୱର ଅତ୍ୟାଧୁନିକ ହକି ଷ୍ଟାଡିୟମ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖାଯାଇଛି | ଏଥିରେ ମୁଖ୍ୟ ପିଚ ସହ ଫ୍ଲଡ ଲାଇଟ, ଅଭ୍ୟାସ ପିଚ , ଜିମ ହାଇଡ୍ରୋ ଥେରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପର୍କିଙ୍ଗ ଏବଂ ଦଶଜକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ବ୍ୟବସ୍ଥା କରାଯିବ |
ସୁନ୍ଦରଗଡ ଜିଲ୍ଲା ହକି ଖେଳାଳିଙ୍କ ପାଇଁ ପ୍ରସିଦ୍ଧ |ଭାରତୀୟ ହକିକୁ ସୁନ୍ଦରଗଡର ମହାନ ଅବଦାନ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ପାଇଁ ପଦକ୍ଷେପ ନେଇଛନ୍ତି | ଏହି ଷ୍ଟାଡିୟମ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ଏକ ପ୍ରମୁଖ୍ ସ୍ଥାନରେ ପରିଣତ ହେବ | ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଏହି ପ୍ରକଳ୍ପ ସାମ୍ପଲାରେ କ୍ରୀଡା ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସହ ଆଲୋଚନା କରିଥିଲେ | ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତ୍ରୃତ ଉପସ୍ଥାପନ କରାଯିବ |