"ଦୁର୍ବାର ସୃଜନୀକର୍ମର ଅସ୍ପୃହା ଥିଲେ ଭାବନାକୁ ଅତି ସ୍ୱଳ୍ପ ବୟସରେ ମଧ୍ୟ ମର୍ମସ୍ପର୍ଶୀ ଭାବେ ଚିତ୍ରିତ କରିପାରିବେ' : ମନ୍ତ୍ରୀ ଶ୍ରୀ ଦାଶ
ଭୁବନେଶ୍ୱର(ଶାସକ ପ୍ରଶାସକ):ଆଜି ମଧ୍ୟାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଅନ୍ତର୍ଜାତୀୟ କିଶୋର ପ୍ରତିଭା ଲେଖକ ମେମୋୟ ମିଶ୍ରଙ୍କ 'Being Bad is Being Good' ପୁସ୍ତକ ଉନ୍ମୋଚନ କରିଛନ୍ତି | ଏ ଅବସରରେ ମେମୋୟଙ୍କ ପ୍ରଶଂସା କରିବା ସହ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, "ତୁଳସୀ ଦୁଇ ପତ୍ରରୁ ବାସେ' | ଦୁର୍ବାର ସୃଜନୀ କର୍ମର ଅସ୍ପୃହା ଥିଲେ ଭାବନାକୁ ଅତି ସ୍ୱଳ୍ପ ବୟସରେ ମଧ୍ୟ ମର୍ମସ୍ପର୍ଶୀ ଭାବେ ଚିତ୍ରିତ କରିପାରିବୋ ସେହିପରି ଦୃଷ୍ଟାନ୍ତକୁ ସମ୍ଭବପର କରି ଦେଖାଇଛନ୍ତି ଓଡ଼ିଶାର କିଶୋର ପ୍ରତିଭା ଲେଖକ ଶ୍ରୀ ମେମୋୟ ମିଶ୍ରା ସଂପ୍ରତି କିଶୋର ସମାଜପାଇଁ ମେମୋୟ ଦୃଷ୍ଟାନ୍ତ ହୋଇ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିବା ସହ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ପୁସ୍ତକ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି |
ପୁସ୍ତକଟି ଆଜି ଭୁବନେଶ୍ୱରରେ ମନ୍ତ୍ରୀ ଶ୍ରୀ ଦାସ ଉନ୍ମୋଚନ କରିବା ସମୟରେ କିଶୋର ଲେଖକଙ୍କ ଦ୍ୱାରା ସମସ୍ତ ଶିଶୁ ଓ କିଶୋରଙ୍କୁ ବହି ମାଧ୍ୟମରେ ଦେଇଥିବା ବାର୍ତ୍ତା ପଢ଼ି ଶୁଣାଇଥିଲୋ ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ ପ୍ରେରିତ ଲେଖକଙ୍କ ପାଇଁ ଆଶୀର୍ବଚନ ମଧ୍ୟ ପାଠ କରିଥିଲେ |
"କାହା ଜୀବନ କେଉଁ ସୂକ୍ଷ୍ମ ଡୋରିରେ ଝୁଲୁଛି'- ଏହି ଅନୁଭବରେ ଶୈଶବରୁ ତରୁଣ ହେବା ଭିତରେ ନିଜ ମନସ୍ତତ୍ତ୍ୱ ଆପାତତଃ ଯେଉଁ ପରିବର୍ତ୍ତନ ଦେଇ ଗତି କରିଥାଏ -ଏକ ସରଳ, ନିଷ୍କପଟ ତଥା ନିଷ୍ପାପ ଜୀବନରୁ ଜଟିଳତା-ସଂକୁଳ ସମାଜ ପ୍ରତି ନିର୍ଣ୍ଣାୟକ ଯାତ୍ରା ଜୀବନବୋଧକୁ ଏକ ନୂତନ ଅଭିଜ୍ଞତାରେ ପହଞ୍ଚାଏା ସେହିପରି ଅନେକ ଅନୁଭୂତିକୁ ନେଇ ବ୍ୟକ୍ତି କିପରି ଯୁଦ୍ଧାସ୍ତ୍ର, ହତ୍ୟା ଓ ମୃତ୍ୟୁର କରାଳ ବିଭୀଷିକା ପରି ଲୋମଟାଙ୍କୁରା ଘଟଣା ମଧ୍ୟ ଦେଇ ଆସି କିପରି ଶାନ୍ତି ପାଇଛି ଶେଷ ମୁହୂର୍ତ୍ତରେ-ଏହାକୁ ଲେଖକ ଅତୀବ ନିଖୁଣ ଭାବରେ ଦର୍ଶାଇଛନ୍ତି ନିଜ ପୁସ୍ତକରୋ
ଭଗବାନଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିଥିବା, କିଶୋର ଲେଖକ ମେମୋୟ ସମସ୍ତ ଶିଶୁ ଓ କିଶୋରମାନଙ୍କୁ ଅନାମଧେୟରୁ ସ୍ୱାନମଧନ୍ୟ ବ୍ୟକ୍ତିବିଶେଷ ହେବା ପାଇଁ ଏହି ବହି ମାଧ୍ୟମରେ ନିଜର ଆତ୍ମିକ ବାର୍ତ୍ତା ମଧ୍ୟ ଦେଇଛନ୍ତିା
ଆବାସିକ ସିନ୍ଧିଆ ବିଦ୍ୟାଳୟ, ଗୋୟାଲିଅର, ମଧ୍ୟପ୍ରଦେଶରେ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ ମେମୋୟ ମାତ୍ର ୧୨ ବର୍ଷ ବୟସରେ ଲେଖିଥିଲେ ଏହି ପୁସ୍ତକଟି ୨୦୧୬ ମସିହାରେ | ନିଜ ଅନିଚ୍ଛା ସତ୍ତ୍ୱେ ଏକ ବିପଥଗାମୀ ଶିଶୁ ସମାଜବିରୋଧୀ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ପରିଶେଷରେ ସମାଜ ପ୍ରତି ନିଜର ଉପଯୋଗିତା କିପରି ପ୍ରତିପାଦିତ କରିପାରିଛି ତାହା ନିତାନ୍ତ ପ୍ରଣିଧାନଯୋଗ୍ୟ |
ଏହି ରୋମାଞ୍ଚ-ସମ୍ବଳିତ ପୁସ୍ତକଟି ଏତେ ସୁନ୍ଦର ଓ ବଳିଷ୍ଠ ଯେ ଲଣ୍ଡନର ପ୍ରକାଶକ ଅଷ୍ଟିନ୍ ମାକେଓ୍ୱଲଙ୍କ ଦ୍ୱାରା ଜୁନ୍ ୨୭, ୨୦୧୯ରେୟୁରୋପ, ଆମେରିକା, କାନାଡ଼ା ଏବଂ ଅଷ୍ଟ୍ରେଲିଆରେ କାଗଜ ବନ୍ଧେଇ ଓ ଇ-ପୁସ୍ତକ ଭାବେ ପ୍ରକାଶିତ ହୋଇଛିା ଏବେ ପୁସ୍ତକଟି ବହୁ ଅନ୍ତର୍ଜାତୀୟ ବହି ଦୋକାନ, ପୁସ୍ତକ ମେଳା, ଶତାଧିକ ୱେବ୍ସାଇଟ ତଥା ଆମାଜନ୍ ବିପଣନ ୱେବରେ ଅତୀବ ଆଦୃତ ଓ ସମଭାବରେ ଉପଲବ୍ଧ ମଧ୍ୟ ରହିଛିା
ମେମୋୟ ପୁରୀ ଜିଲ୍ଲା ବୀର ପୁରୁଷୋତ୍ତମପୁର ନିବାସୀ ଶ୍ରୀମତୀ ଚିନୟ (ବ୍ୟାଙ୍କ ଅଫ ବରୋଦା) ଓ ଡ. ଦୁଃଖିଶ୍ୟାମ ମିଶ୍ର (ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ)ଙ୍କ ସୁପୁତ୍ର | ସେ ହେଉଛନ୍ତି ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଓ ସ୍ବର୍ଗତ ବାଇଧର ମିଶ୍ର ଏବଂ କଟକ ରାଣୀହାଟ ନିବାସୀ ଶ୍ରୀମତୀ ସୁଲତା ଓ ଡ. ବସନ୍ତ କୁମାର ମିଶ୍ର (ଅବସରପ୍ରାପ୍ତ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ)ଙ୍କ ପୌତ୍ର | ମେମୋୟ ପିଲାଟି ଦିନରୁ ମେଧାବୀ ଏବଂ କଲମ ସହିତ ଦୃଢ଼ ସଂପର୍କ ସ୍ଥାପନ କରି ବହୁତ କାଳ୍ପନିକ କ୍ଷୁଦ୍ର ଗଳ୍ପ, ଚିତ୍ରାଙ୍କନରେ ମୃଗତୃଷ୍ଣା, ଅନୁଭୂତି ଓ ନିଜର ବିଚାର ଲେଖି ଆସୁଛନ୍ତିା ଏବେ ସେ ସିନ୍ଧିଆ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ (୯୭.୪୦ ପ୍ରତିଶତ) ହୋଇ ଦଶମ ଶ୍ରେଣୀ ପାସ କଲାପରେ ଏବେ ଏକାଦଶ ଶ୍ରେଣୀରେ ଅଧ୍ୟୟନରତା ତାଙ୍କର ଏହି ପୁସ୍ତକର ଶ୍ରେୟ ସମସ୍ତ ଶିକ୍ଷକ, ଗୁରୁଜନ, ସାଙ୍ଗସାଥୀ, ପରିବାର ତଥା ପାଠକବର୍ଗଙ୍କୁ ସେ ପ୍ରଦାନ କରିଛନ୍ତିା