ହେଡଲାଇନସ୍:

ବିଶ୍ୱ ପରିବେଶ ଦିବସ କେବଳ ପ୍ରହସନ, ଏଣେ ଉଜୁଡ଼ୁଛି କେନ୍ଦୁ ବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-06-18-baud.jpg - 135.14 kB

ଅଫିସର-ମାଫିଆଙ୍କ ମଧୁଚନ୍ଦ୍ରିକା, ଢିଲା ପଡିଛି ଜଙ୍ଗଲ ସୁରକ୍ଷା 

  କଣ୍ଟାମାଳ ରେଞ୍ଜରୁ ବର୍ଷକ ମଧ୍ୟରେ ବିକ୍ରୀ ହୋଇଛି ଲକ୍ଷାଧିକ ଗଛ 

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ ସିମୁନ୍ ନାଏକ) ଆଦିବାସୀଙ୍କ ଜୀବନ ଜୀବିକା ସହିତ ଯୋଡି ହୋଇଛି କେନ୍ଦୁ ଗଛ । କେନ୍ଦୁ ଗଛର ପତ୍ର ଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁକୁ ବିକ୍ରୀ କରି ଲକ୍ଷାଧିକ ପରିବାର ନିଜ ପରିବାର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ବୌଦ୍ଧ ବନ ଖଣ୍ଡର କଣ୍ଟାମାଳ ରେଞ୍ଜରେ କିଛି ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଲୋଲୁପ ଦୃଷ୍ଟିରେ ବିଭିନ୍ନ ସେକ୍ସନରେ ବହୁଳ ଭାବେ ଧ୍ୱଂସ ହେବାକୁ ଯାଉଛି ଏହି ମୂଲ୍ୟବାନ କେନ୍ଦୁଗଛ । ସୁତ୍ରରୁ ପ୍ରକାଶ ଶକ୍ତ କେନ୍ଦୁ କାଠ ଗୁଡିକର ମଞ୍ଜ ବେଶ ମୂଲ୍ୟବାନ ଯାହାକି  ବେଆଇନଭାବେ ଜାହାଜରେ ଦରିଆ ପାର ହୋଇ ସୁଦୂର ଜାପାନକୁ ଯାଇଥାଏ ଏବଂ କେନ୍ଦୁ କାଠର ଆନ୍ତର୍ଜାତିକ ବଜାରରେ ଚାହିଦା ଯଥେଷ୍ଟ ରହିଥିବାରୁ ଓଡିଶାର ବିଭିନ୍ନ ଜଙ୍ଗଲରୁ ଛତିଶଗଡକୁ ନିୟମିତ ଏହି କାଠ ଚାଲାଣ ହୋଇ ଥାଏ । ଏହି କାଠ ଚାଲାଣରେ ବିଭାଗର କିଛି ଅଧିକାରୀଙ୍କୁ ନେଇ ମାଫିଆ ମାନଙ୍କ ଏକ ସୁସଂଗଠିତ ରାକେଟ  କାମ କରୁଥିବାରୁ ନିୟମିତଭାବେ  କଂଟାମାଳର ବିଭିନ୍ନ ଜଙ୍ଗଲରୁ ଏହା ଚାଲାଣ ହୋଇଥିବା କୁହାଯାଉଛି । 

କଣ୍ଟାମାଳ ରେଞ୍ଜର ନାରୟଣପ୍ରସାଦ, ସିମଳିଯୋରା, ଘଣ୍ଟାପଡା ଆଦି ସେକ୍ସନରେ ଶହ ଶହ ଏକର କେନ୍ଦୁ ବଣକୁ ଇତି ମଧ୍ୟରେ ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ୱାରା ନଷ୍ଟ କରାଯାଇଛି । କେନ୍ଦୁ ମାଫିଆ ମାନେ ଏହି ସବୁ ଆଳରେ ନିଜ ଆସ୍ଥାନ ଜମାଇବା ଖୁବ ଚତୁରତାର ସହିତ ଶହ ଶହ କେନ୍ଦୁ ଗଛ କାଟି ବିଭିନ୍ନ ପୋଖରୀରେ ଗଚ୍ଛିତ କରିଥାନ୍ତି ଏବଂ ସମୟ ସୁବିଧା ଦେଖି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହିଁ ଟ୍ରକ ଯୋଗେ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତି । ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ଗତ ଅକ୍ଟୋବର ୨୪ ତାରିଖରେ ଛତିଶଗଡକୁ ଚାଲାଣ ହେଉଥିବା ଏକ କେନ୍ଦୁ ଗଣ୍ଡି ବୋଝେଇ ଟ୍ରକକୁ(ଓଆର ୧୯-ସି ୦୨୩୮ ନଂ ଟ୍ରକ) ସ୍ଥାନୀୟ ଲୋକେ ଧରି ବିଭାଗର ଜିମା ଦେଇଥିଲେ ଯାହାରି ସ୍ଥାନୀୟ ମୂଲ୍ୟ ୧୭ ଲକ୍ଷ ଟଂଙ୍କା ରହିଥିଲା । ମାତ୍ର ଏହି ଟ୍ରକରୁ ଗିରଫ ଡା୍ରଇଭର ରାଜେଶକୁମାର ସିଂଙ୍କ କହିବା ପ୍ରକାରେ ଏହି ସମସ୍ତ କାଠକୁ ମହାସମୁନ୍ଦ ପର୍ଯ୍ୟନ୍ତ ନେଇଥିଲେ ୪୦ ଲକ୍ଷ ଟଙ୍କାରେ ବିକ୍ରୀ ହୋଇ ଥାନ୍ତା ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲା । ଏତେ ପରିମାଣର କେନ୍ଦୁଗଛ ଜବତ ପରେ  ସୁଦ୍ଧା ବିଭାଗ ତରଫରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ସ୍ଥାନୀୟ ଲୋକଙ୍କ ସୂଚନା ପ୍ରକାରେ ଘଣ୍ଟାପଡା ସେକ୍ସନର ଏକ ପୋଖରୀରୁ ଚାଲାଣ ହେବାକୁ ଗଚ୍ଛିତ ରଖାଯାଇ ଥିବା ଲକ୍ଷାଧିକ ଟଙ୍କାର କେନ୍ଦୁ ଗଛକୁ ବିଭାଗ ତରଫରୁ ଜବତ କରାଯାଇ ଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପ୍ରକାରେ ଏହି କେନ୍ଦୁଗଛ ଚାଲାଣରେ ଦୁଇ ପ୍ରକାର ଫାଇଦା ଲୋକଙ୍କୁ ମିଳୁଛି ମାଫିଆ ମାନଙ୍କୁ ମୋଟା ଅର୍ଥରେ କେନ୍ଦୁ ଗଛ ବିକ୍ରୀ କରି ବ୍ୟାପକ ରୋଜଗାର କରୁଥିବା ବେଳେ ଶହ ଶହ ଗଛ କାଟି ସରକାରୀ ଜଙ୍ଗଲକୁ ଜମି ତିଆରି କରିବା ଭଳି କାର୍ଯ୍ୟ ଚାଲୁ ରହୁଥିବାରୁ ବହୁ ଘଞ୍ଚ ଜଙ୍ଗଲ ଆଜି ପଦା ହୋଇ ସାରିଲାଣି । ମୂଲ୍ୟବାନ କେନ୍ଦୁ ଗଛ ଚାଲାଣରେ ସ୍ଥାନୀୟ ଏବଂ ବନଖଣ୍ଡ କାର୍ଯ୍ୟାଳୟର ଜୈନିକ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ହେଁ କୌଣସି ଠୋସ ପଦକ୍ଷେପ ଏଯାବତ ଗ୍ରହଣ କରାଯାଇ ପାରି ନଥିବାରୁ ସ୍ଥାନୀୟ ଏବଂ ପଡୋଶୀ ଜିଲ୍ଲାରୁ ଆସିଥିବା ଅଧିବାସୀଙ୍କ ଦ୍ୱାରା କେନ୍ଦୁ ଗଛ କଟା ଯାଇ ଶହ ଶହ ଏକର ଜଙ୍ଗଲ ନଷ୍ଟ କରାଯାଇ ଜମି ତିଆରି କରାଯାଇ ଥିବା ଦେଖିବାକୁ ମିଳିଛି । କେନ୍ଦୁଗଛ ଚୋରାଚାଲାଣ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ବନବିଭାଗ ବେଶ ଗୁରୁତ୍ୱର ସହିତ ବିଚାର କରି ପଦକ୍ଷେପ ଗ୍ରହଣ ନକଲେ ଖୁବ କମ ଦିନରେ ଜଙ୍ଗଲ କ୍ଷୟର ପରିମାଣ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇବ ବୋଲି ସ୍ଥାନୀୟ ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।

 

0
0
0
s2sdefault