ହେଡଲାଇନସ୍:

ବେଆଇନ ମାଟିଚାଲାଣ : ବିପୁଳ ରାଜସ୍ୱ ହାନି, ତହସିଲ ପ୍ରଶାସନ ଜାଣି ଅଜଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୋଡ୍Jayashankar Dash  : ଦାନଗଦୀ ତହସିଲ ଅନ୍ତର୍ଗତ ରାଛିପୁର ଅଞ୍ଚଳରେ ମାଟିମାଫିଆମାନେ ତହସିଲ କର୍ତ୍ତୃପକ୍ଷଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଅବାଧରେ ମାଟିଚାଲାଣ କରୁଥିବା ଅଭିଯୋଗ ହେଉଛି । ସରକାରୀ ଅନାବାଦୀ ଜମିରୁ ପ୍ରତିଦିନ ଶହ ଶହ ଟ୍ରାକ୍ଟର ଯୋଗେ ମାଟିଚାଲାଣ ହେଉଥିବାବେଳେ ତହସିଲ ପ୍ରଶାସନ ଜାଣି ଅଜଣା ରହୁଛି । ଏହି ମାଟି ନେଇ ମାଫିଆମାନେ ଇଟା ତିଆରି କରୁଥିବା ଅଭିଯୋଗ ହେଉଛି । ଏନେଇ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସେହିପରି ଦାନଗଦୀ ଅଞ୍ଚଳରେ ଦୈନିକ ଚିପ୍ସ, ମେଟାଲ ଏବଂ ବାଲି ଶତାଧିକ ହାଇୱା ଯୋଗେ ଚାଲାଣ ହେଉଥିଲେ ମଧ୍ୟ ଏହି ଗାଡ଼ିଗୁଡ଼ିକରୁ କୌଣସି ଜୋରିମାନା ଆଦାୟ କରାଯାଉନଥିବା ଅଭିଯୋଗ ହେଉଛି । ଏତଦ୍ଦ୍ୱାରା ବିପୁଳ ରାଜସ୍ୱ ହାନି ହେଉଛି । ତହସିଲ କାର୍ଯ୍ୟାଳୟରୁ କୌଣସି ଲୋକଙ୍କୁ ଲିଜ୍ ଦିଆଯାଇନଥିବାବେଳେ କିପରି ମାଫିଆମାନେ ଚୋରାରେ ମୋରମ, ବାଲି, ମେଟାଲ ଆଦି ଚାଲାଣ କରୁଛନ୍ତି ଏନେଇ ବିଭିନ୍ନ ଆଲୋଚନା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତାଘାଟ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ୁଛି । ଫଳରେ ଲୋକେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳରେ ଚୋରାଚାଲାଣ ବୃଦ୍ଧି ପାଉଥିବାବେଳେ ତହସିଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ  ନିଆନଯିବା ପରିତାପର ବିଷୟ । ତୁରନ୍ତ ଚୋରାଚାଲାଣ ରୋକା ନଗଲେ ଅଞ୍ଚଳବାସୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

0
0
0
s2sdefault