ହେଡଲାଇନସ୍:

ଜିଲ୍ଲାରେ ଗଡ଼ିଲା ପରି ଏକ୍ସପ୍ରେସ :, ୭ ଦିନ ଧରି ଜିଲାରେ ସମସ୍ତ ବ୍ଲକରେ କରିବ ଲୋକଙ୍କୁ ସଚେତନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-06-18-paree-rayagada.jpg - 63.92 kB

ରାୟଗଡ଼ାରୁ ସରୋଜ କୁମାର ସାହୁ :ଆଜି ଜିଲ୍ଲା ସଦର ମହକୁମା ଜି.ସି.ଡି ପଡିଆ ଠାରେ ଜିଲା ପୋଲିସ ଦ୍ୱାରା ପରୀ ରଥର ଶୁଭାରମ୍ଭ  କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ଝିନ ହିକକା ସ୍ଥାନୀୟ ବିଧାୟକ ଲାଲ ବିହାରି ହିମିରିକା ଯୋଗ ଦେଇଥିବା ବେଳେ  ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଓ  ଏସପି ପି.ଆର ରାହୁଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି  ଉପସ୍ଥିତ ରହିଥିଲେ । ଏହା ପରେ ନାଟକ ମାଧ୍ୟମରେ ଯେଉଁ ନାବାଲିକା ମାନଙ୍କୁ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ତାହାକୁ ରାୟଗଡାର ଛାତ୍ରଛାତ୍ରୀ ମାନେ ପରିବେଷଣ କରିଥିଲେ । ଏହି ସମାଜର କିଛି ଶୋଷଣକାରୀ ଘୃନ୍ୟ କାର୍ଯ୍ୟ କାରୁଛନ୍ତି ତାହା ସାମାଜ ପାଇଁ ଏକ ବଡ ସମସ୍ୟା । ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରି ପାଇଁ କାଥାଟିଏ ରଥର ଉଦଘାଟନ କାରଯାଇଥିଲା । ସେହି ରଥ ଆଜି ଠାରୁ ଜିଲାର ସମସ୍ତ ବ୍ଲକ ବୁଲିବୁଲି ସଚେତନ କରିବ ଏହି ଅବସରରେ ନାଟକ ଏବଂ ଏ.ଲି.ଡି ମାଧ୍ୟମରେ ଲୋକଙ୍କୁ ଯୌନ ନିର୍ଯାତନା ସଷଣ ସଂପର୍କରେ ପରି ପାଇଁ କଥାଟିଏ ରଥ ଉଦ୍ଧିଷ୍ଟ ହେବ । ଏହି ଅବସରରେ ଜିଲା ପୋଲିସ ,ପ୍ରଶାସନ ସହ ଜିଲାର ଅନେକ ମହିଳା,ପୁରୁଷ,ନାବାଳିକା,ନାବାଳକ ଉପସ୍ଥିତ ରହିଥିଲେ ।

0
0
0
s2sdefault