ହେଡଲାଇନସ୍:

ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖା ପଦ୍ମପୁର ର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-06-18-nila-w.jpg - 72.91 kB
ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ  ଭଜନ ଅଗ୍ରୱାଲ ଓ ସୁନିଲ ଅଗ୍ରୱାଲ ଙ୍କ ସଂଯୋଜନା ରେ ମାରୱାଡି ଯୁବାମଞ୍ଚ ଓ ଜାଗୃତି  ଶାଖା ପଦ୍ମପୁରର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମାରୱାଡି ଯୁବାମଞ୍ଚ ମଣ୍ଡଳ ଗ ଉତ୍କଳ ର ସହ ସଚିବ ରାଜୁ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାରୱାଡି  ଯୁବାମଞ୍ଚ ର ନୂତନ ସଭାପତି ମୁକେଶ ଅଗ୍ରୱାଲ, ଉପସଭାପତି ଆଶିଷ ବଂଶଲ,ସମ୍ପାଦକ ଅମିତ ଅଗ୍ରୱାଲ, ସହ ସମ୍ପାଦକ ଆଦିତ୍ୟ ଅଗ୍ରୱାଲ,ଦିନେଶ ଜୈନ, କୋଷାଧ୍ୟକ୍ଷ ସୋମନାଥ ଅଗ୍ରୱାଲ ଓ ଜାଗୃତି  ଶାଖାର ନୂତନ ସଭାନେତ୍ରୀ ଧନେଶ୍ବରୀ ଶର୍ମା, ସମ୍ପାଦିକା ମନିଷା ଅଗ୍ରୱାଲ,କୋଷାଧ୍ୟକ୍ଷା ସ୍ବପ୍ନା ଅଗ୍ରୱାଲ ଙ୍କୁ ଶପଥ  ପାଠ କରାଇଥିଲେ । ନୂତନ ସଭାପତି ତାଙ୍କ ବକ୍ତବ୍ୟ ରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ସହିତ ଯୁବାମଞ୍ଚ କୁ ଆଗକୁ ଅଗ୍ରସର କରିବା ପାଇଁ ଆହ୍ବାନ ଦେଇଥିଲେ ।ଏହି ଶପଥ ପାଠ ସମାରୋହରେ ମାରୱାଡି ଯୁବାମଞ୍ଚ ର ସମସ୍ତ କର୍ମକର୍ତ୍ତା ତଥା ଜାଗୃତି  ଶାଖାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault