ହେଡଲାଇନସ୍:

ମହିଳା ଶିଶୁ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଆରମ୍ଭ ହେଲା ସମ୍ପୂର୍ଣ୍ଣା ଓ ଆଶା କଲ୍ୟାଣ ଯୋଜନା ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳାଙ୍କ ପରିବହନ ଖର୍ଚ୍ଚ ପାଇଁ ଦିଆଯିବ ୧୦୦୦ଟଙ୍କା ଆଶାକର୍ମୀଙ୍କ ସର୍ବନିମ୍ନ ପ୍ରାପ୍ୟ ୧୦୦୦ଟଙ୍କାକୁ ବୃଦ୍ଧି ଆଶାକର୍ମୀ ଓ ସ୍ୱାସ୍ଥ୍ୟ ମିଶନର ଅସ୍ଥାୟୀ କର୍ମଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱରରୁ ମାନସୀ ମିଶ୍ର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣର୍ା ଓ ଆଶା କଲ୍ୟାଣ ନାମକ ଦୁଇଟି ଯୋଜନା ଶୁଭାରମ୍ଭ କରିଛନ୍ତି  । ତାଙ୍କ ଅଭିଯୋଗ ପ୍ରକୋÂସ୍ଥ ସମ୍ମିଳନୀ କକ୍ଷରୁ ଏହା ସହିତ  ୩୨୨ଟି ସ୍ୱାସ୍ଥ୍ୟଭିତିକ ପ୍ରକଳ୍ପର ଲୋକର୍ପଣ କରିଛନ୍ତି  । ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ ହାର କମାଇବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଲ୍ଳେଖନୀୟ ସଫଳତା ପାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହ ପ୍ରାଥମିକତା ଦେଇ ତାଙ୍କ ସରକାର କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଅବସରରେ କହିଛନ୍ତି  । ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ ହାର ଜାତୀୟ ହାରଠାରୁ ତୁଳନାତ୍ମକ ଭାବେ ଉନ୍ନତ ସ୍ଥିତିରେ ପହଂଚାଇପାରିଥିବା ସ୍ୱାସ୍ଥ୍ୟ ବିଭାଗର ସବୁ କର୍ମଚାରୀ ବିଶେଷତଃ ଆଶାକର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି  । 

ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରି୍ଥିବା ସମ୍ପୂର୍ଣ୍ଣା (ଶିଶୁ ଓ ମାତୃମୃତ୍ୟୁ ହାର ପୂର୍ଣ୍ଣ ନିରାକରଣ ଅଭିଯାନ) ଯୋଜନାରେ ରାଜ୍ୟର ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳା ମାନଙ୍କୁ ଡାକ୍ତରଖାନାକୁ ଆଣିବା ନିମନ୍ତେ ୧୦୦୦ଟଙ୍କା ପରିବହନ ଖର୍ଚ୍ଚ ବାବଦରେ ଦିଆଯିବ  । ରାଜ୍ୟର ୩୦ଟି ଜିଲ୍ଲାର ୭୮୩୫ ଗ୍ରାମରେ ଏ ଯୋଜନା କାର୍ଯ୍ୟକାରୀ କରାଯିବ  । । ଏହାଦ୍ୱାରା ବାର୍ଷିକ ୬୦ହଜାର ଗର୍ଭବତୀ ମହିଳା ୁପକୃତ ହେବେ  । ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ସଚେତନତା ଯୋଗଇଦେବା ପାଇ ଆଶା କର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ  । ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆଶା କଲ୍ୟାଣ ଯୋଜନା ଅନ୍ତର୍ଗତ ଆଶାକର୍ମୀମାନେ ମାସିକ ସର୍ବନିମ୍ନ ୧୦୦୦ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇଦିଆଯିବ  । କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ବା ଅକ୍ଷମତା ଆସିଲେ ୧ଲକ୍ଷ ଟଙ୍କା ସହାୟତା ରାଶି ପାଇବେ  । ୬୦ ବର୍ଷରେ ପହଂଚିବା ପରେ ଆଶାକର୍ମୀମାନେ ଅନରାରିୟମ ଭାବେ ୧୦୦୦୦ ଟଙ୍କା ପ୍ରଦାନ କରାଯିବ  । ଆଶା କର୍ମୀମାନେ ୧୦ମ ଶ୍ରେଅଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ ପାଇଁ ଷ୍ଟେଟ୍ ଇନଷ୍ଟିଚୁଟ ଅଫ ଓପନ ସ୍କୁଲିଂରେ ବ୍ୟବସ୍ଥା କରାଯିବ  । ଆଶା କଲ୍ୟାଣ ଯୋଜନା ପାଇଁ ବାର୍ଷିକ ୫୬କୋଟି ଟଙ୍କା ବ୍ୟୟ କରାଯିବ  । 

ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ୧୫୦୦୦ ଅସ୍ଥାୟୀ କର୍ମଚାରୀଙ୍କୁ ସାମାଜିକ ନିରାପତା ଯୋଗାଇାଦେବା ନିମନ୍ତେ ଏକ କଲ୍ୟାଣ ପାଣ୍ଠି ଜରିଆରେ ମିଶନ କର୍ମଚାରୀଙ୍କୁ  ମୃତ୍ୟୁ ବା ଅକ୍ଷମତା ଘଟିଲେ ସେମାନଙ୍କୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ  । ଆଂଶିକ ଅକ୍ଷମତା ହେଲେ ୨ଲକ୍ଷରୁ ୨.୫ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ  । ଗୁରୁତର ରୋଗର ଚିକିତ୍ସା ପାଇଁ ୩ଲକ୍ଷ ପର୍ଯ୍ୟନ୍ତ ସହାୟତା ଯୋଗାଇଦିଆଯିବ  । ସେହିପରି ଥାଲାସେମିଆ, ସିକିଲ ସେଲ ଆନେମିଆ, ହେମୋଗ୍ଲୋବିନୋପାଥି ଭଳି ରକ୍ତ ଜନିତ ରୋଗର ଚିକିତ୍ସା ପାଇଁ ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, କନ୍ଧମାଳ ଓ ରାଉରକେଲା ଠାରେ ୧୦ଶଯ୍ୟା ଦିବା ଚିକିତ୍ସା ପ୍ରଦାନ କରାଯିବ  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୮ଟି ଜିଲ୍ଲାରେ ୭୦କୋଟି ଟଙ୍କା ବ୍ୟୟରେ ୩୦୦ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠା, ୫୫.୬୫କୋଟି ଟଙ୍କା ବ୍ୟୟରେ ୪ଟି ଜିଲ୍ଲାରେ ୪ଟି ମା ଓ ଶିଶୁ କେନ୍ଦ୍ର କୋଠା, ୩.୪୫କୋଟି ଟଙ୍କା ବ୍ୟୟରେ ୫ଟି ଜିଲ୍ଲାରେ ୧୧ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ଏବଂ ୨.୧୭କୋଟି ଟଙ୍କା ବ୍ୟୟରେ ୨ଟି ଜିଲ୍ଲାରେ ତିନୋଟି ପୌରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ମୁଖ୍ୟମନ୍ତ୍ରୀ ଲୋକର୍ପଣ କରିଥିଲେ  । ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଗ୍ରାମ୍ୟ ଉନ୍ନୟନ ଓ ଲୋକ ସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ସ୍ୱାସ୍ଥ୍ୟ ସଚିବ ଡ ପ୍ରମୋଦ ମେହେର୍ଦ୍ଧା ଓ ବରିÂ ପଦାଧିକାରୀମାନେ ଉପସ୍ଥିତ ଥିଲେ

0
0
0
s2sdefault