ମାନବାଧିକାର କମିଶନଙ୍କର ନିର୍ଦ୍ଦେଶ : ତଦନ୍ତକାରୀ ଅଧିକାରୀ ଗଣିବେ ୫ ଲକ୍ଷ ତଣ୍ଡ
ବରଗଡ :- ବରଗଡ ଜିଲ୍ଲା ପାଇକମାଳ ଥାନା ଭୁଲିଆବନ୍ଦ ମନରଂଜନ ଡନସନା ତାଙ୍କର ପୁଅ ଜିତୁ ଡନସନା ଗତ ୦7/12/2016ରୁ ପଦ୍ମପୁର ଅଞ୍ଚଳ କଲେଜ କୁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ 25 /12/2016 ଦିନ ତତ୍କାଳୀନ ପାଇକମାଲ ଥାନା ଅଧିକାରୀ ଶ୍ରୀ ପ୍ରକାଶ କର୍ଣ ଙ୍କର ନିକଟରେ କରିବା ପରେ ଥାନା ଅଧିକାରୀ ପାଇକମାଲ ଥାନାରେ କେଶ ନମ୍ବର ୧୮୭/ ତା ୨୫/୧୨/୨୦୧୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ପ୍ରଥମେ ନିଖୋଜ ଜିତୁ ଡନସନା ର ମୋବାଇଲ ଫୋନକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ମୋବାଲ ଫୋନକୁ ଆଧାର କରି ବରଗଡ ବିସି ପଡାର ହଲୁ ଗୁର୍ଲ୍ଲା ଓ ରାଘବ ନାୟକ କୁ ତଦନ୍ତ ପରିସର ଭିକ୍ତ କରି ଖୋଲତାଡ କରିବାରୁ ଉଭୟ ପୋଲିସ୍ ଆଗରେ ସ୍ବିକାର କରିଥିଲେ ଯେ ଉଭୟ ଜିତୁକୁ ମାଡ ମାରିବା ପରେ ମରିଗଲା ଭାବି ଜିରାନଦୀ ବାଲି ରେ ପୋତି ଦେଇଥିଲେ ।କିନ୍ତୁ ଘଟଣା ସ୍ଥଳୁ ପୋଲିସ୍ କୁ କୌଣସି ପ୍ରକାର ପ୍ରମାଣ ମିଳି ନଥିଲା । ଏହାପରେ ଜିତୁର ପରିବାର ଲୋକ ଜଣିବାକୁ ପାଇଥିଲେ ଜିତୁ ବଞିଛି ଓ କଲିକତାରେ ଅଛି । ଏହି ଖବର ପାଇବା ପରେ ପାଇକମାଳ ପୋଲିସ୍ କୁ ପରିବା ଲୋକ ସୂଚନା ଦେଇ ଜିତୁକୁ କଲିକତାରୁ ଉଦ୍ଦାର କରାଯାଇଥିଲା । ଅନ୍ୟ ପଟେ ଜିତୁ ହତ୍ୟାକାଣ୍ତର ଜେଲରେ ଥିବା ଦୁଇ ଅଭିଯୁକ୍ତ ଙ୍କୁମିଥ୍ୟା ମାମଲାରେ ଅଭିଯୁକ୍ତ କରାଇଥିବାରୁ ବିଶ୍ବପ୍ରିୟ କାନୁନଗୋ ନାମକ ଜଣେ ମାନବ ଅଧିକାର କର୍ମୀ ପୋଲିସ୍ ବିରୋଧରେ ରାଜ୍ୟ ମାନବ ଅଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ । ଉକ୍ତ ମାମଲାର ଶୁଣାଣି କରି ମାନ୍ୟବର କମିସନ ଉଭୟ ହଲୁ ଓ ରାଘବଙ୍କୁ ୫ଲକ୍ଷ ଟଙ୍କା କ୍ଷତି ପୁରଣ ଦେବା ପାଇଁ ତଦନ୍ତ କାରି ଅଧିକାରୀ ଙ୍କୁ ନିର୍ଦ୍ଦେଷ ଦେଇଛନ୍ତି । ଆସନ୍ତା ଦୁଇ ମାସ ମଧ୍ୟରେ ଏହି ନିର୍ଦ୍ଦେଷ କାର୍ଯ୍ୟକାରି କରିବା ପାଇଁ ପୋଲିସ୍ ବିଭାଗକୁ ନିର୍ଦ୍ଦେଷ ଦେଇଛନ୍ତି ।