ହେଡଲାଇନସ୍:

ବହୁଦିନର ସ୍ୱପ୍ନ ପୂରଣ ଦିଗରେ ଜୋରରେ ପ୍ରୟାସ : ଅଙ୍ଗନଦୀରେ ପୋଲ ପାଇଁ ସର୍ବେକ୍ଷଣ ଦଳ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ:-ଅନେକ ସଂଗ୍ରାମ ଅନେକ କସରତ ସାଙ୍ଗକୁ ବାରମ୍ବାର ଅନଶନ ଧର୍ମଘଟ ଶେଷ ରେ ନିକଟସ୍ଥ ଛତିଶଗଡ଼ ରାଜ୍ୟ ରେ ମିଶିବାଭଳି ପ୍ରୟାସ ରେ ଲାଗି ପଡିଥିବା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ ଅଧିନସ୍ଥ ଚର୍ଦାପାଲି ଗ୍ରାମ ପଞ୍ଚାୟତ ଓ ସ୍ୱର୍ଗତ ବିଜୁବାବୁଙ୍କ ଘନିଷ୍ଠ ବନ୍ଧୁ ଘର ବୋଲାଉଥିବା ଲଖମରା ଗ୍ରାମପଞ୍ଚାୟତ ଅଧିବାସୀ ଙ୍କ ଅନେକ ଦିନ ର ଆଶା ତଥା ଆକାଂକ୍ଷା ଖୁବ ଶିଘ୍ର ପୂରଣ ହେବ ବୋଲି ଆଶା ସଂଚାର ହେଉଛିlଏଇକିଛି ଦିନ ତଳେ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ସକାଶେ ବରଗଡ଼ ଜିଲ୍ଲା ର ଅନେକ ସାମ୍ବାଦିକ ତଥା ଅଂଚଳ ର ସାମାଜିକ କର୍ମୀ ଙ୍କୁ ନେଇ ଏକ ବୈଠକ ଲଖମରା ଠାରେ ଅନୁଷ୍ଠିତ ହୋଇଥିଲା | ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ନିର୍ଦ୍ଦେଶ ରେ ମଧ୍ୟ ଚର୍ଦାପାଲି ଠାରେ ଅଂଚଳର ଜନସାଧାରଣ ଙ୍କୁ ନେଇ ଅଙ୍ଗନଦୀରେ ପୋଲ ନିର୍ମାଣ ସକାଶେ ପ୍ରସ୍ତାବ ଗୃହୀତ ହୋଇଥିଲା l  କିଛି ଦିନ ତଳେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମଧ୍ୟ ଦିଲ୍ଲୀ ଦରବାରରେ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ସକାଶେ ଦାବି ଜଣାଇଥିଲେ  ଲ ସେ ଯାହାବି ହେଉ ଦଳମତ ନିର୍ବିଶେଷରେ ପୋଲ ପ୍ରତି ସମସ୍ତଙ୍କ ଆନ୍ତରିକତା ଦେଖିବାକୁ ମିଳିଛି l ଆଜି ପଦ୍ମପୁର ପୂର୍ତ୍ତ ବିଭାଗ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ସୋରେନ ଏବଂ ଅଙ୍ଗ ଡିଭିଜନ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ପାଣି ନିଜ ନିଜ ସର୍ଭେକ୍ଷଣ କର୍ମଚାରୀ ଙ୍କୁ ସାଥିରେ ଆଣି ଏକ ପ୍ରକାର ର ସର୍ଭେ ତାଙ୍କ ଉପସ୍ଥିତି ରେ କରିଥିବାର ଜଣାପଡିଛି l ସର୍ଭେ କାର୍ଯ୍ୟ ଆରମ୍ଭ ସମୟ ରୁ ଅଂଚଳ ର ଅନେକ ବୁଦ୍ଧିଜୀବୀ ମଧ୍ୟ ଉପସ୍ଥିତ ଥିଲେ lଆମ ଦୃଷ୍ଟିରେ ଚର୍ଦାପାଲି ଓ ଲଖମରା ମଝିରେ ଥିବା ଲକ୍ଷ୍ମଣ ରେଖା ଭଳି ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ହେଲେ ଛତିଶଗଡ଼ ରାଜ୍ୟ ସହ ବେପାର ବଣିଜ କରିବା ସାଙ୍ଗକୁ ରାଜସ୍ୱ ଆଦାୟ ଢ଼େର ବଢ଼ି ପାରିବ, ପିଲାମାନେ ଙ୍କ ପାଠପଢ଼ା ରେ ବାଧାସୃଷ୍ଟି ହେବନାହିଁ, ଗର୍ଭବତୀ ମହିଳା ଙ୍କ ପାଇଁ କୈlଣସି ପ୍ରକାର  ପ୍ରତିବନ୍ଧକ ଦେଖାଯିବ ନାହିଁ, ପବିତ୍ର ଶୈବପୀଠ ଦେବଦର୍ହା ରେ ସଦାସର୍ବଦା ଭକ୍ତଙ୍କ ସମାଗମ ଦେଖାଦେବ | ଛତିଶଗଡ ରାଜ୍ୟ ସହ ପଦ୍ମପୁର କୁ ଖୁବ ସୁନ୍ଦର ଭାବରେ ଯୋଗାଯୋଗ ସମ୍ଭବ ହୋଇ ପାରିବ lଅଂଚଳବାସୀ ଙ୍କ ଅନେକ ଦିନ ର ସ୍ୱପ୍ନ ପୂରଣ ଦିଗରେ ପ୍ରଶାସନ ତଥା ରାଜ୍ୟ ସରକାର ଆନ୍ତରିକତା ଦେଖାଇ ଥିବାରୁ ଅଂଚଳବାସୀ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ।

 

0
0
0
s2sdefault