ହେଡଲାଇନସ୍:

ଲୋକ ହେଲେନି ବୋଲି ବାତିଲ ହେବ ପାର୍ବଣ ସ୍ପେସିଆଲ ଟ୍ରେନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପୂର୍ବତଟ ରେଳପଥ ମଧ୍ୟରେ ଆହୁରି ଚାରିଟି ବିଶେଷ ଟ୍ରେନ୍ ଚଳାଚଳ କରିବ

ଭୁବନେଶ୍ୱର (ଶାସକ ପ୍ରଶାସକ) : କମ୍ ପୃଷ୍ଠପୋଷକତା ହେତୁ କେତୋଟି ପାର୍ବଣ ସ୍ପେସିଆଲ ଟ୍ରେନ ବାତିଲ କରିବାକୁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଥିବା ବେଳେ ଏହାର ପରିସୀମା ମଧ୍ୟରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆହୁରି ଚାରିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି | ଏହି ଟ୍ରେନ ଗୁଡିକ ହେଉଛି - ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ପାଲାସା-ବିଶାଖାପାଟନମ୍-ପାଲାସା, ପାଲାସା-ଭୁବନେଶ୍ୱର-ପାଲାସା ଏବଂ ସମ୍ବଲପୁର-ରାୟଗଡା-ସମ୍ବଲପୁର |

01. 08508/08507 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସ୍ୱତନ୍ତ୍ର ଏକ୍ସପ୍ରେସ୍ |

088508 ବିଶାଖାପାଟନମ୍-ରାୟାଗଡା ବିଶେଷ ଟ୍ରେନ ୧୫ ନଭେମ୍ବର, ୨୦୨୦ ଠାରୁ ବିଶାଖାପାଟନମରୁ ଅପରାହ୍ନ ୪ଘ.୫୦ମି. ରେ ଛାଡି ରାୟଗଡା ଠାରେ ରାତ୍ର ୯ ଘଟିକାରେ ପହଞ୍ଚିବ | ଫେରିବା ସମୟରେ, 08507 ରାୟଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ 16 ନଭେମ୍ବର, 2020 ଠାରୁ ରାୟଗଡ଼ାରୁ ସକାଳ ୫ଘ.୧୫ମି.ରେ ଛାଡି ବିଶାଖାପାଟନମରେ ପୂର୍ବାହ୍ନ ୯ଘ.୨୫ମି.ରେ ପହଞ୍ଚିବ | ଏହି ଟ୍ରେନରେ 10 ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ବିଶାଖାପାଟନମ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ୱରୁ ସିମାଞ୍ଚଲମ୍, କୋଟାଭାଲାସା, ବିଜୟନଗରମ୍, ଗଜପତିନଗରମ୍, ବବିଲି ଏବଂ ପାର୍ବତୀପୁରମ୍ ଷ୍ଟେସନ ମାନଙ୍କରେ ରହଣି କରିବ  |

02. 08531/08532 ପାଲାସା-ବିଶାଖାପାଟନମ୍-ପାଲାସା ସ୍ୱତନ୍ତ୍ର ଏକ୍ସପ୍ରେସ |

08531 ପାଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ 16 ନଭେମ୍ବର, 2020 ଠାରୁ ପାଲାସା ଠାରୁ ସକାଳ ୫ଘ.୨୫ମି.ରେ ଛାଡି ବିଶାଖାପାଟନମରେ ପୂର୍ବାହ୍ନ ଦଶ ଘଣ୍ଟାରେ ପହଞ୍ଚିବ | ଫେରିବା ଦିଗରେ, 08532 ବିଶାଖାପାଟନମ୍-ପାଲାସା ବିଶେଷ ଟ୍ରେନ ବିଶାଖାପାଟନମରୁ  15 ନଭେମ୍ବର, 2020 ଠାରୁ ସନ୍ଧ୍ୟା ୬ଘ.୩୫ମି.ରେ ଛାଡି ପାଲାସରେ ରାତ୍ର ୧୧ଘ.୩୦ମି.ରେ ପହଞ୍ଚିବ | ଏହି ଟ୍ରେନ୍ ରେ  14 ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ପଲାସା ଓ ବିଶାଖାପାଟନମ ମଧ୍ୟରେ ଉଭୟ ପାର୍ଶ୍ୱରୁ ନୌପଡା, ତିଲାରୁ, ଶ୍ରୀକାକୁଲମ୍ ରୋଡ୍, ପୁଣ୍ଡରୁ, ଚିପୁରୁପାଲ୍ଲୀ, ବିଜୟନଗରମ୍, କୋଟାଭାଲାସା ଏବଂ ସିମାଞ୍ଚଲମ୍ ଷ୍ଟେସନ ମାନଙ୍କରେ ରହଣି କରିବ |

03. 08434/08433 ପାଲାସା-ଭୁବନେଶ୍ୱର-ପାଲାସା ସ୍ୱତନ୍ତ୍ର ଏକ୍ସପ୍ରେସ |

08534 ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ 16 ନଭେମ୍ବର, 2020 ଠାରୁ ପାଲାସାରୁ ସକାଳ ୬ ଘଟିକାରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୧୦ଘ.୧୦ମି.ରେ ପହଞ୍ଚିବ | ଫେରିବା ଦିଗରେ, 08533 ଭୁବନେଶ୍ୱର-ପାଲାସା ବିଶେଷ ଟ୍ରେନ ଭୁବନେଶ୍ୱରରୁ 15 ନଭେମ୍ବର, 2020 ଠାରୁ ସନ୍ଧ୍ୟା ୬ଘ.୨୦ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ଘ.୪୦ମି.ରେ ପହଞ୍ଚିବ | ଏହି ଟ୍ରେନରେ 16 ଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍  ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ପଲାସା ଓ ଭୁବନେଶ୍ୱର ମଧ୍ୟରେ ସୋମପେଟା, ଇଚ୍ଛାପୂରମ, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ବାଲୁଗାଁ, କାଳୁପଡାଘାଟ, ନିରାକାରପୁର ଓ ଖୋର୍ଦ୍ଧା ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ |

04. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ୱତନ୍ତ୍ର ଏକ୍ସପ୍ରେସ |

08301 ସମ୍ବଲପୁର-ରାୟଗଡା ବିଶେଷ ଟ୍ରେନ15 ନଭେମ୍ବର, ୨୦୨୦ ଠାରୁ ସମ୍ବଲପୁରରୁ ସକାଳ ୬ଘ.୦୫ମି.ରେ ଛାଡି ରାୟଗଡା ଠାରେ ଅପରାହ୍ନ ୧୨ଘ.୪୦ମି.ରେ ପହଞ୍ଚିବ | ଫେରିବା ଦିଗରେ, 08302 ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ ରାୟଗଡାଠାରୁ 15 ନଭେମ୍ବର, 2020 ରୁ ଅପରାହ୍ନ ୨ଘ.୦୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ର ୮ଘ.୨୦ମି.ରେ ପହଞ୍ଚିବ | ଏହି ଟ୍ରେନରେ ଗୋଟିଏ ସ୍ଲିପର କ୍ଲାସ, ଛଅ ଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଉଭୟ ପାର୍ଶ୍ୱରୁ ସମ୍ବଲପୁର ଓ ରାୟଗଡା ମଧ୍ୟରେ ହୀରାକୁଦ, ଅତାବିରା, ବରଗଡ ରୋଡ, ବରପାଲି, ଲୋଇସିଙ୍ଗା, ବାଲାଙ୍ଗୀର, ସଇଁତଳା, ବଡ଼ମାଲ, ଟିଟିଲାଗଡ, କେସିଙ୍ଗା, ରୁପ୍ରା ରୋଡ, ନର୍ଲା ରୋଡ, ଲାଞ୍ଜିଗଡ଼ ରୋଡ଼, ଆମ୍ବାଦଳା, ମୁନିଗୁଡା, ଥେରୁଭାଲୀ ଏବଂ ସିଙ୍ଗାପୁର ରୋଡ୍ ଷ୍ଟେସନ ମାନଙ୍କରେ ରହଣି କରିବ |

ପାର୍ବଣ ବିଶେଷ ଟ୍ରେନ ସେବା ପ୍ରତ୍ୟାହାର :

କମ୍ ପୃଷ୍ଠପୋଷକତା ହେତୁ ନିମ୍ନଲିଖିତ ଅନୁଯାୟୀ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର, ପୁରୀ-ବଡ଼ବିଲ-ପୁରୀ, ପୁରୀ-ପାରାଦୀପ-ପୁରୀ, ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ଏବଂ ପୁରୀ-ହାଓଡା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ  ମାନଙ୍କର ସେବା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି |

02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ପାର୍ବଣ ବିଶେଷ ଟ୍ରେନ ଭୁବନେଶ୍ୱରରୁ 12 ନଭେମ୍ବର ଏବଂ ବାଙ୍ଗିରିପୋସିରୁ 13 ନଭେମ୍ବର, 2020 ଠାରୁ ବାତିଲ୍ ରହିବ |

08416/08415 ପୁରୀ-ବଡ଼ବିଲ-ପୁରୀ ପାର୍ବଣ ବିଶେଷ ଟ୍ରେନ ପୁରୀ ରୁ 13 ନଭେମ୍ବର ଠାରୁ ଏବଂ ବଡ଼ବିଲ ଠାରୁ 14 ନଭେମ୍ବର, 2020 ଠାରୁ ବାତିଲ୍ ରହିବ |

08414/08413 ପୁରୀ-ପାରାଦୀପ-ପୁରୀ ପାର୍ବଣ ବିଶେଷ ଟ୍ରେନ ଉଭୟ ପୁରୀ ଏବଂ ପାରାଦୀପରୁ 12 ନଭେମ୍ବର 2020 ଠାରୁ ବାତିଲ ରହିବ |

02705/02706 ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ପାର୍ବଣ ବିଶେଷ ଟ୍ରେନ ଉଭୟ ବିଶାଖାପାଟନମ୍ ଏବଂ ବିଜୟୱାଡାରୁ 12 ନଭେମ୍ବର, 2020 ଠାରୁ ବାତିଲ୍ ରହିବ |

02896/02895 ପୁରୀ-ହାଓଡ଼ା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ପୁରୀରୁ 12 ନଭେମ୍ବର ଏବଂ ହାଓଡ଼ାରୁ 13 ନଭେମ୍ବର, 2020 ଠାରୁ ବାତିଲ୍ ରହିବ |

ନିୟମିତ ଯାତ୍ରୀ ସଂରଚନା ପରିଚାଳନାକୁ ସମୀକ୍ଷା କରି ଦେଖାଯାଇଅଛି ଯେ, ଉପରୋକ୍ତ ଟ୍ରେନ୍ଗୁଡ଼ିକ ଅତ୍ୟନ୍ତ ଖରାପ ପୃଷ୍ଠପୋଷକତାରେ ଚଳାଚଳ କରୁଅଛି | ଏହାକୁ ଦୃଷ୍ଟିରେ ରଖି ଏହି ପାଞ୍ଚ ଯୋଡି ଟ୍ରେନର ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି |

0
0
0
s2sdefault