ପାଟଣାଗଡ଼(ସ୍ୱତନ୍ତ୍ର ପ୍ରତିନିଧି ଯତୀନ୍ଦ୍ର ନନ୍ଦ) ପାଟଣାଗଡ଼ ଥାନା ଅଞ୍ଚଳରେ ବର୍ତ୍ତମାନ କରୋନା ମହାମାରୀର ତାଣ୍ଡବ ଲୀଳାରେ ଲୋକେ ତ୍ରାହି ଡ଼ାକ ଛାଡୁଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ପାଟଣାଗଡ଼ ଉପଖଣ୍ଡ ପୋଲିସ ହେଡକ୍ୱାଟର ସଦର ମହକୁମାରେ ଆଇନ ଶୃଙ୍ଖଳା ପରିସ୍ଥିତି ଥିବା ପରି ପରିଲକ୍ଷିତ ହେଉନାହିଁ ! ଅନ୍ୟପଟେ ଯେ, ସ୍ଥାନୀୟ ପୋଲିସ ପ୍ରଶାସନର ଅଣଦେଖା ମନୋଭାବ ସହ ପେଟ୍ରୋଲିଂର ଅବ୍ୟବସ୍ଥାର ହେତୁ ଅଞ୍ଚଳରେ ଦିନକୁ ଦିନ ଯୁବପିଢ଼ି ମାନେ ପଥଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପରେ ଲିପ୍ତ ରହୁଥିବାର ଗୁରୁତର ଅଭିଯୋଗ ହେଉଛି !
ପାଟଣାଗଡ଼ ସଦର ମହକୁମାର ଜଣାଶୁଣା ତଥା ଚଳ ପ୍ରଚଳ ସ୍ଥାନ ଯାହା ଗଡ଼ଭିତରର ଖେଳ ପଡିଆର ଏକାଧିକ ଜାଗାରେ ଗୋଷ୍ଠୀ ଗୋଷ୍ଠୀ ହୋଇ ବସିକରି ଦେଶୀ ବିଦେଶୀ ମଦ ସାଙ୍ଗକୁ ଗଞ୍ଜାଇ ଏବଂ କୋରେକ୍ସ ପିଉଥିବାର ଦୃଶ୍ୟ ନିୟମିତରେ ପରିଣତ ହୋଇଥିବାର ସ୍ଥାନୀୟ ଅଞ୍ଚଳ ବାସି ଅଭିଯୋଗ କରନ୍ତି ! ସେହିପରି ପଡିଆକୁ ଲାଗି ଥିବା " ଭୁଲିଆ ଧର୍ମଶାଳା"ର ଆଖ-ପାଖରେ, ମଦଭାଟି ଲାଗି ହାଟପଦା " ପଞ୍ଚମୁଖୀ ହନୁମାନ ମନ୍ଦିର"ର ଚାରିପାଖ , କାଦୋପଡାର ହୀରସାଗର ବନ୍ଧ ଖଣିର ଏକାଧିକ ଯାଗାରେ,ଟୀକପାଲିର ଏମୁଣ୍ଡରୁ ନେଇ ଶେଷ ମୁଣ୍ଡ ଯାଏ ପାଞ୍ଚରୁ ଛଅ ଜଣ ପାଖାପାଖି ବିକ୍ରି କରୁଥିବା ବେଳେ,କଲେଜ ଖେଳ ପଡିଆରେ, ପବ୍ଲିକ ସ୍କୁଲ ଖେଳ ପଡିଆ ସମ୍ମୁଖରେ , ବ୍ରହ୍ଣପୁରା, ସଉରା ପଡ଼ା,ପୁଣି ବ୍ରହ୍ମପୁରାରୁ ବସଷ୍ଟାଣ୍ଡ ଯିବା ମେନ ରୋଡ଼ ଉପରେ ଅନେକ ଯାଗା ମାନଙ୍କରେ କାହାର ଚିଲି ଦୋକାନରେ ତ କାହାର ପାନଗୁଡା ଦୋକାନରେ ମିଳୁଛି ନିଶା ସାମଗ୍ରୀ |ଏମିତିକି କିଛି ନାମକୁ ମାତ୍ର ଲସି ଦୋକାନୀ ଦୋକାନ କରିଥିବା ବେଳେ କେତେକ ଦୋକାନରେ ଅସଲରେ ନିଶା ଦ୍ରବ୍ୟ ଖୁଲମଖୁଲା ବିକ୍ରି ଚାଲିଛି | ଅବକାରୀ ବିଭାଗ ଓ ପୋଲିସ ବିଭାଗ ନଜରକୁ ଆସୁଛି କି ନାହିଁ କେଜାଣି ! ଚିନ୍ତାର ବିଷୟ ହେଉଛି, ଖୋଦ ଉପଖଣ୍ଡ ମୁଖ୍ୟ ଥାନାକୁ ଲାଗିକି ଥିବା ବସ୍ତିର ଗଳି କନ୍ଦି ମାନଙ୍କରେ ଅହରହ ତଥା ଦିନ-ରାତି ନିଶା ସାମଗ୍ରୀ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି | ଏହି ଅସାଧୁ ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟବସାୟୀଙ୍କ ସହ ଥାନାର ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କର ଉତ୍ତମ ସମ୍ପର୍କ ଅଛି ବୋଲି ଶୁଣିବାକୁ ମିଳୁଛି ! ଏ'ତ ଗଲା ବେଆଇନ ନିଶା ତଥା, ଦେଶୀ ମଦ ପାଉଚ, ବିଦେଶୀ ମଦ, କୋଡ଼ିନ କଫ ସିରଫ, ଗଞ୍ଜାଇ, ନିଦ ବଟିକା, ଇତ୍ୟାଦି ବିଷୟ !
ଆହୁରିବି ଅନୈତିକ ଲଜ୍ଜ୍ୟାଜନକ ବ୍ୟବସାୟ ପୁରାଦମରେ ଚାଲିଛି ! ସଂଧ୍ୟା 7.30 ପିଏମ ପରେ 10 ପିଏମ ଯାଏ ରଙ୍ଗଙ୍କର (ତୃତୀୟ ଲିଂଗି) ମାନେ ରାମପୁର ପେଟ୍ରୋଲ ପମ୍ପ ରୋଡ଼ କଡ଼ରେ ରହି ଯାହା କରୁଛନ୍ତି ତାହା ପ୍ରକାଶ୍ୟରେ କହିବା ସମ୍ଭବ ପର ନୁହଁ ! ଉକ୍ତ ରାସ୍ତା ଦେଇ ଝିଅ ପିଲାଠୁ ପୁଅ ପିଲା ଏପରିକି ପରିବାର ଲୋକ ମିଶିକି ଯିବା ଆସିବା କରିବାକୁ ସୁରକ୍ଷିତ ମଣୁ ନାହାନ୍ତି ! ନୂଆ ନୂଆ କଲେଜ ପଢ଼ୁଆ ଗଜା ଭେଣ୍ଡିଆଙ୍କ ଭିଡ ବି ବଢୁଛି, କଣ ହଉଥିବ ସେମାନଙ୍କୁ ଜଣ | ଏ ସବୁକୁ ଦେଖି ଅଭିଭାବକଙ୍କ ମହଲରେ ଉତ୍ତେଜନା ବୃଦ୍ଧି ପାଉଛି ! ଆବଶ୍ୟକ ହେଲେ ଥାନା ଘେରାଉ କରିବାର ଯୋଜନା ହୋଇଥିବାର ଶୁଣିବାକୁ ମିଳୁଛି !! ଲୋକଙ୍କ ଏ ଅଭିଯୋଗ ପ୍ରତି ଥାନା ଓ ଅବକାରୀ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣରେ ଦାବି ହେଉଛି | ବରିଷ୍ଠ ପୋଲିସ ଅଧିକାରୀ ବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ସମସ୍ତ ଅଭିଯୋଗର ସରପ୍ରାଇଜ ଯାଞ୍ଚ କରି ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ପ୍ରକାଶ ପାଇଛି !!!!