ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରୁ କାର୍ଯ୍ୟରତ ପିୟନଙ୍କ ମୃତଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ଥିବା ସହକାରୀ ନିର୍ବାହୀଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଉପବିଭାଜନ କାର୍ଯ୍ୟାଳୟରୁ ଜଣେ କାର୍ଯ୍ୟରତ ପିୟନଙ୍କ ମୃତଦେହ ଉଦ୍ଧାର କରାଯାଇଛି I ମୃତ ପିୟନ ଜଣକ ହେଲେ ଗଂଜାମ ଜିଲ୍ଲା ବ୍ରହ୍ମପୁର ଥାନା ଆଙ୍କଲିର ସନ୍ତୋଷ ପ୍ରଧାନ(୩୩) I ସୁଚନା ମୁତାବକ ମୃତ ବ୍ୟକ୍ତି ଜଣକ ଏକୁଟିଆ କାର୍ଯ୍ୟାଳୟରେ ରହୁଥିଲେ I ହଠାତ ଆଜି ସକାଳ ସମୟରେ ସନ୍ତୋଷ ପ୍ରଧାନଙ୍କ ମୃତ ଦେହ କାର୍ଯ୍ୟାଳୟ ଭିତରେ ଝୁଲୁ ଥିବାର ଦେଖି କ୍ଷୁଦ୍ର ଜଳସେଚନ ଏସଡିଓ ପୁଲିସକୁ ଜଣାଇ ଥିଲେ I ଖବର ପାଇ ଘୁ.ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ୬/୨୦ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି I ହେଲେ ସନ୍ତୋଷ ପ୍ରଧାନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ I ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଘୁ.ଉଦୟଗିରି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I ମୃତ ସନ୍ତାଷ ଛ ମାସ ପୂର୍ବେ ବିବାହ କରିଥିଲେ ଏବଂ କିଛିଦିନ ହେବ ଶାରୀରିକ ଆସୁସ୍ଥ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ଉପବିଭାଜନ ଘୁ ଉଦୟଗିରିର ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି I

0
0
0
s2sdefault