ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ କଫ ସିରପ ଓ ନିଶା ବିକାର ବିକ୍ରିର ମାତା ପ୍ରବଳ ଭାବରେ ବଢ଼ି ଚାଲିଛି। ବିଶେଷ କରି ଯୁବ ସମାଜ ଏହାର ଆକ୍ରମଣର ଶୀକାର ହେଉଛନ୍ତି। ଗତକାଲି ବ୍ରଜରାଜନଗର ପୋଲିସ ଏହି ଧନ୍ଦାରେ ସାମିଲ ଥିବା ଦୁଇ ଜଣଙ୍କୁ ଗିରଫ କରିଛି।
ବ୍ରଜରାଜନଗର ପୋଲିସ ଏହି ନିଶା କାରବାରରେ ସଂଶ୍ଳିଷ୍ଟ ଥିବା ଅପରାଧୀମାନଙ୍କୁ ଧରିବା ପାଇଁ ପୂର୍ବରୁ ଜାଲ ବିଛାଇଥିଲା। ଗତକାଲି ପୋଲିସ ପାଟ୍ରୋଲିଂ ଚାଲୁଥିବା ବେଳେ 5 ଶହଟି pentazocine lactate injection ନେଇ ଏକ ବାଇକରେ ଯାଉଥିବା ମଣ୍ଡଳିଆ ଅଞ୍ଚଳର ବିନୋଦ ସାହୁ ନାମକ ଏକ ବ୍ୟକ୍ତିକୁ ବ୍ରଜରାଜନଗର ପୋଲିସ ଧରିଥିଲେ। ବିନୋଦ ଦେଇଥିବା ସୂଚନା ଭିତ୍ତିରେ ପୋଲିସ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିକଟସ୍ଥ ଲିପଲୋଇ ଅଞ୍ଚଳର ବିଜୟ ପାତ୍ରଙ୍କ
ଔଷଧ ଦୋକାନରେ ଚଢ଼ାଉ କରି ବେଆଇନ ଭାବେ ବିକ୍ରି କରୁଥିବା ୨୮୦୦ ଟି ସୁପ୍ରାଲ୍-10 ବଟିକା ଓ ୧୬୦୦ ସୋପୋର୍-10 ନିଶା ବଟିକା ଜବତ କରିଥିଲେ।ପୋଲିସ ଏମାନଙ୍କ ନିକଟରୁ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ କହିଛନ୍ତି ଯେ ଝାରସୁଗୁଡ଼ା ଜିଲ୍ଲାରେ ଏହି ନିଶା କାରବାରର ମୂଳୋତ୍ପାଟନ କରିବା ନିମନ୍ତେ କାର୍ଯ୍ୟ କରିବା ପାଇଁ ବ୍ରଜରାଜନଗର ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।