ଚାରି ଭାଇ ଭଉଣୀଙ୍କୁ ସହାୟତାର ହାତ ବଢାଇଲା
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଭିନ୍ନ ସମୟରେ ବାପା-ମା ଛେଉଣ୍ଡ କିମ୍ବା ଅନ୍ୟ କୌଣସି କାରଣରୁ ଅସହାୟ ହୋଇପଡୁଥିବା ଗରିବ ପିଲାମାନଙ୍କୁ କିସ୍ ଫାଉଣ୍ଡେସନ୍ ସହାୟତା କରିଆସିବା ସହ ସେମାନଙ୍କର ଶିକ୍ଷା ଦାୟିତ୍ୱ ଗ୍ରହଣ କରିଆସୁଛି । ନିକଟରେ କେନ୍ଦୁଝର ଜିଲ୍ଲା ବାଲିବରେଇ ପଞ୍ଚାୟତର ୪ ଭାଇଭଉଣୀ ସରିତା ମୁର୍ମୁ, ସୀତା ମୁର୍ମୁ, ମିଥୁନ ମୁର୍ମୁ ଓ ରାହୁଲ ମୁର୍ମୁଙ୍କୁ ସେମାନଙ୍କର ବାପା-ମା ଛାଡି ଚାଲିଯିବା ପରେ ସେମାନେ ଅସହାୟ ହୋଇପଡିଛନ୍ତି । ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ କିସ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି । କିସ୍ ଫାଉଣ୍ଡେସନ୍ ପକ୍ଷରୁ କିସରେ ସେମାନଙ୍କ ପାଠପଢା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । କରୋନା କାଳ ଶେଷ ହେଲେ ଏବଂ କିସ୍ ଖୋଲିବା ପରେ ସରକାରୀ ନିୟମ ଅନୁସାରେ କିସରେ ସେମାନଙ୍କ ନାମ ଲେଖାଯିବ । କିସ୍ ଖୋଲିବା ପର୍ଯ୍ୟନ୍ତ ଅସହାୟ ଚାରି ଭାଇ ଭଉଣୀଙ୍କ ଚଳିବାରେ ଯେପରି କିଛି ଅସୁବିଧା ନ ହୁଏ, ସେଥିପାଇଁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ । କିସ୍ ଫାଉଣ୍ଡେସନ୍ ଓ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।