ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଜଣାଇଲେ ଜନ୍ମଦିନରେ ଶୁଭକାମନା
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଜି ୭୪ ତମ ଜନ୍ମ ଦିବସ | ଦେଶଜ ତଥା ରାଜ୍ୟରେ ଦେଖାଯାଇଥିବା ମହାମାରୀ କରୋନା କାରଣରୁ ଜନ୍ମଦିବସ ପାଳିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ । ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଜନ୍ମଦିନ ଅବସରରେ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ,ରକ୍ତ ଦାନ କରିବା ଏବଂ ପ୍ଳାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ କୁ ନିବେଦନ କରିଛନ୍ତି।" ଆଉ ସେହି କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତ ଓ ପ୍ଲାଜ୍ମା ଦାନ ଶିବିର ଆୟୋଜନ କରାଯାଉଛି |
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି |ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନରେ ଜଣାଇଛନ୍ତି ଶୁଭକାମନା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟରେ କହିଛନ୍ତି ଯେ "Birthday greetings to Odisha CM Shri Naveen Patnaik Ji. Praying for his long and healthy life. "
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିଅମ , ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ଆଜି ଟୁଇଟ କରି ଉଲ୍ଲେଖ କରିଛନ୍ତିଯେ "ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ ରଖନ୍ତୁ । ଆପଣଙ୍କ ସୁସ୍ଥ ଓ ନୀରାମୟ ଜୀବନ କାମନା କରୁଛି ।
ସେହିପରି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଜନ୍ମଦିନରେ ଶୁଭକାମନା | ସେ ତାଙ୍କ ଟୁଇଟ ରେ କହିଛନ୍ତି ଯେ "Heartiest greetings to Shri @Naveen_Odisha ji, Hon'ble CM of Odisha on his birthday. May you be blessed with good health and long life."
ସେହିପରି ମୁଖ୍ୟମନ୍ତ୍ରୀଙ୍କୁ କବିତାରେ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ରାଜା ସ୍ବାଇଁ | ସେ ଟୁଇଟ କରି ନିଜ ଶୁଭେଚ୍ଛାରେ କହିଛନ୍ତି ଯେ,
" ହସ ହସ ମୁଖ ତୁମ ନିଷ୍କପଟ ମନ
ଅଟ ପରା ତୁମେ ପୁଣି ଦରଦୀ ଜୀବନ।
ଦୁଃଖୀ ରଙ୍କିଙ୍କର ତୁମେ ଅଟ ଯେ ପରାଣ
ଜନ୍ମଦିନେ ତୁମକୁ ଯେ ଅଭିନନ୍ଦନ।
ଓଡ଼ିଶାର ଅଗ୍ରଗାମୀ ନେତା ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (@Naveen_Odisha) ଙ୍କ ଜନ୍ମଦିନ ଉପଲକ୍ଷେ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା।"
ସେହିପରି ଅନ୍ୟତମ କ୍ୟାବିନେଟ ସହଯୋଗୀ ତଥା କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ-ପଶୁପାଳନ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ ତାଙ୍କ କାବ୍ୟିକ ସ୍ୱଭାବ ସୁଲଭ ଶୈଳୀରେ ମୁଖ୍ୟ ମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭ କାମନା ଜଣାଇ ଲେଖିଛନ୍ତି ଯେ
" ସରଳ କଥା କହିବା
ସରଳ ବ୍ୟବହାର କରିବା
ସରଳ ଖାଦ୍ୟ ଖାଇବା
ସରଳ ଜୀବନ ଯାପନ
ସରଳ ହସ ହସିବା
ସରଳ ପଣିଆର ପ୍ରତୀକ
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ – ।"
ସେହିପରି ଆଇନ ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଏକ ଟୁଇଟରେ ଉଲ୍ଲେଖ କରିଛନ୍ତି "Warm birthday wishes to our leader Shri Naveen Patnaik ji. Pray to Lord Jagannath for your long and healthy life."
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା | ସେ ତାଙ୍କ ଶୁଭେଚ୍ଛାରେ କହିଛନ୍ତି ଯେ " Heartiest greetings to Sri Naveen Patnaik ji, Hon'ble CM of Odisha on his birthday. Pray for his long & healthy life."
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ | ସେ ଏକ ଟୁଇଟରେ କହିଛନ୍ତି " ରାଜ୍ୟର ବିକାଶ ପାଇଁ ସମର୍ପିତ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭକାମନା। ଦୁଃଖୀ,ଗରିବ ଏବଂ ସବୁ ଓଡ଼ିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ। ସରଳ ଜୀବନ ଯାପନରେ ବିଶ୍ୱାସ ରଖୁଥିବା ସୁସ୍ଥ ରହି ଓଡ଼ିଶାର ସେବା ଏହିଭଳି ସମ୍ପାଦନ କରୁଥାନ୍ତୁ।"
ରାଜ୍ୟ ସଭା ସାଂସଦ ଡ଼ ଆମର ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଜନ୍ମଦିନର ଶୁଭକାମନା | ସେ ତାଙ୍କ ଶୁଭକାମନାରେ କହିଛନ୍ତି ଯେ " ଆମ ପ୍ରିୟ ମୁଖ୍ୟମନ୍ତ୍ରୀ, ବିଜୁ ଜନତା ଦଳର ସଭାପତି, ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା। @Naveen_Odisha is one who changed the course of my life and I am sure, of many like me. Pray to Lord Jagannath for his long, healthy life "
ସାଂସଦ ଡ଼ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ଶୁଭକାମନାରେ କହିଛନ୍ତି ଯେ " ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ଜନନାୟକ, ସରଳତା ଓ ଦକ୍ଷ ନେତୃତ୍ୱର ପ୍ରତୀକ, ମାନ୍ଯବର ମୁଖ୍ଯମନ୍ତ୍ରୀ ତଥା ଆମ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଜସ୍ର ଶୁଭକାମନା ଜଣାଉଛି | ତାଙ୍କପାଇଁ ସୁସ୍ଥ ଓ ଦୀର୍ଘମୟ ଜୀବନର ପ୍ରାର୍ଥନା କରୁଛି |"