ପିଲାଙ୍କ ଭଳି ମନ୍ତବ୍ୟ ଦେଉଛନ୍ତି ପିସିସି ସଭାପତି : ମନ୍ତ୍ରୀ ପ୍ରତାପ ଜେନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା ପ୍ରସଙ୍ଗ

  • ସ୍ବର୍ଗତ ଶରତ କରଙ୍କ ପ୍ରତି ସମ୍ମାନ ଥିଲା, ରହିଛି ଓ ରହିବ  

  • ଯାହା ହୋଇଛି ସ୍ବର୍ଗତ କରଙ୍କ ପରିବାରର ଇଛା ଓ କୋଭିଡି ପ୍ରଟୋକଲକୁ ମାନି ହୋଇଛି 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା ପ୍ରସଙ୍ଗରେ ପିସିସି ସଭାପତିଙ୍କ ଆରୋପର ଜବାବ ରଖିଛନ୍ତି  ଆଇନ ମନ୍ତ୍ରୀ ପ୍ରତାପ ଜେନା | ପିସିସି ସଭାପତି ଛୋଟ ଛୁଆଙ୍କ ଭଳି ବିବୃତି ରଖିଛନ୍ତି ବୋଲି ପାଲଟା ଜବାବ ରଖିଛନ୍ତି ମନ୍ତ୍ରୀ ଶ୍ରୀ ଜେନା | 

 ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସ୍ବର୍ଗତ ଶରତ କରଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି |  ବ୍ୟକ୍ତିଗତ ଭାବେ ତାଙ୍କ ସହିତ ମୋର ଭଲ ସମ୍ପର୍କ ଥିଲା | ମୁ ୨୦୦୯ ପରଠାରୁ ମାହାଙ୍ଗାରୁ ନିର୍ବାଚନ ଲଢ଼ି ଜିତିବାରେ ସ୍ବର୍ଗତ ଶରତ କରଙ୍କ ସମ୍ପୂର୍ଣ ସହଯୋଗ ଓ ଆଶୀର୍ବାଦ ମୋ ପ୍ରତି ଥିଲା | ଏବେ ନୁହେ ମୋର ଛାତ୍ର ଜୀବନରୁ ସ୍ବର୍ଗତ କର ଜନତା ଦଳରେ ଥିବା ବେଳେଠୁ ମୋର ତାଙ୍କ ସହିତ ଘନିଷ୍ଠ ଥିଲା| କିନ୍ତୁ ଆଜି ଯେଉଁଭଳି କଥା କୁହାଯାଉଛି ଯେ ତାଙ୍କୁ ଗାର୍ଡ ଅଫ ଅନର ଦିଆଗଲାନାହିଁ ସେ ପରିପ୍ରେକ୍ଷୀରେ ମୁ କହିବି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବର୍ଗତ କରଙ୍କୁ ଗାର୍ଡ ଅଫ୍ ଅନର ପାଇଁ ପ୍ରସ୍ତୁତି ସରିଥିଲା | ତେଣୁ ସନ୍ଧ୍ୟାପରେ ଆଉ ଗାଡ଼ ଅଫ ଅନର ଦିଆଯାଏ ନାହିଁ | ଆଉ ସେଥିଯୋଗୁ ସ୍ବର୍ଗତ କରଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ପାରିଲାନାହିଁ | ଆମେ ରାଜନୈତିକ ଦୃଷ୍ଟିରୁ ବା ପ୍ରଶାସନିକ ଦୃଷ୍ଟିରୁ ଚାହିଁଲେ ହେବନି | ତାଙ୍କ ପରିବାରର ଇଚ୍ଛା ଓ  କୋଭିଡ଼ କଟକଣା ମାନି ସବୁକିଛି କରାଗଲା | ଯେହେତୁ କୋଭିଡି ହୋଇଥିଲା, ତେଣୁ ତାଙ୍କ ମର ଶରୀରକୁ ବିଧାନ ସଭା ବା ଅନ୍ୟ କେଉଁଠିକୁ ନେବା ସମ୍ଭବ ହୋଇ ନଥିଲା | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଓ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କୁ ପଠାଇଥିଲେ ସ୍ବର୍ଗତ କରଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ | ମୁଖ୍ୟମନ୍ତ୍ରୀଙ୍କ ସମବେଦନା ଜଣାଇବା ସହ ତାଙ୍କ ଶୋକବାର୍ତ୍ତାକୁ ସ୍ବର୍ଗତ କରଙ୍କ ପରିବାର ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ | ତେଣୁ ସ୍ବର୍ଗତ କରଙ୍କ ପ୍ରତି ଆମର ସମ୍ମାନ ଯଥେଷ୍ଟ ରହିଛି | ସେ ଜଣେ ବହୁତ ବଡ ରାଜନେତା ଥିଲେ | ତାଙ୍କର କାର୍ଯ୍ୟକଳାପ ଓ ତାଙ୍କ ଚିନ୍ତାଧାରା ଓ ଇଛାକୁ ବଜାୟ ରଖିବା ପାଇଁ ଆମ ଉଦ୍ୟମ ବଳବତ୍ତର ରହିବ | ମାହାଙ୍ଗା ଓ ରାଜ୍ୟ ସ୍ତରରେ ତାଙ୍କ ସ୍ମୃତି ରକ୍ଷା ପାଇଁ ଓ ତାଙ୍କ ସମ୍ମାନାର୍ଥେ ଆମେ ଆମ କାର୍ଯ୍ୟକ୍ରମ ଜାରି ରଖିବୁ | ହେଲେ ଏ କଥାକୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ କେବେ ହେଲେବି ଜୀବନରେ ସ୍ବର୍ଗତ କରଙ୍କୁ ସମ୍ମାନ ଦେଇ ନାହାନ୍ତି | ସେ ଯେଉଁ ମନ୍ତବ୍ୟ ରଖୁଛନ୍ତି ସେ ମନ୍ତବ୍ୟ ଦ୍ବାରା ପରୋକ୍ଷ ରେ ବରିଷ୍ଠ ରାଜନେତା ଶରତ କରଙ୍କୁ ଆହୁରି ଛୋଟ କରି ଦେଉଛନ୍ତି | ପିସିସି ସଭାପତି ଅତି ଛୋଟ ପିଲାଙ୍କ ଭଳି ମନ୍ତବ୍ୟ ଦେଉଛନ୍ତି | ତାଙ୍କଠୁ ଏଭଳି ପିଲାଳିଆ ମନ୍ତବ୍ୟ ଆଶା କରାଯାଏନାହିଁ | ଏଭଳି ରାଜନୀତି କରୁଥିବା ବ୍ୟକ୍ତି ମାନେ ଏଥିରୁ ବିରତ ରହିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି | 

0
0
0
s2sdefault