ଉଲ୍ଲେଖନୀୟ ସେବା ପାଇଁ ୫ ଆରପିଏଫ କର୍ମଚାରୀଙ୍କୁ ପ୍ରଶଂସା ପତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ୍ -19 ଲକ୍ ଡାଉନ୍ ସମୟରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥର ପାଞ୍ଚଜଣ ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ ଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି।

ପୁରୀ ଆରପିଏଫ ପୋଷ୍ଟ ଇନ୍ସପେକ୍ଟର ଶ୍ରୀ ଅନୀଲ କୁମାର ସିଂ, କଟକ ଆରପିଏଫ ପୋଷ୍ଟ ଇନ୍ସପେକ୍ଟର ଶ୍ରୀ ପ୍ରବୀଣ କୁମାର, ଜଗଦଲପୁର ଆରପିଏଫ ପୋଷ୍ଟ ଇନ୍ସପେକ୍ଟର ଶ୍ରୀ ଏଚ୍ ଡି ଶର୍ମା, କଟକ ଆରପିଏଫ ପୋଷ୍ଟ ସବ-ଇନ୍ସପେକ୍ଟର ସବିତା ରଥ  ଏବଂ ନୌପଡା ଆରପିଏଫ ପୋଷ୍ଟ କନଷ୍ଟେବଳ ଶ୍ରୀ ଏ କେ ସାହୁଙ୍କୁ ନିକଟରେ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ  ପ୍ରଶଂସା ପ୍ରମାଣପତ୍ର ଗ୍ରହଣ କରିଛନ୍ତି। 

ଲକ ଡାଉନ ସମୟରେ ପୂର୍ବତଟ ରେଳପଥର ବିଭିନ୍ନ ସ୍ଥାନରେ ରଖାଯାଉଥିବା ରୋଲିଙ୍ଗ ସ୍ଟକ ଯଥା ଟ୍ରେନ ରେକ ଗୁଡିକର  ସୁରକ୍ଷା ସମସ୍ୟା ବ୍ୟତୀତ, ଗରିବ ଏବଂ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇବା ଏବଂ ଶ୍ରାମିକ୍ ସ୍ପେଶାଲ୍ ଟ୍ରେନ୍ ଗୁଡିକରେ ଖାଦ୍ୟ ପରିବେଷଣ ଓ ତଦାରଖ କରିବା ସହିତ ଯାତ୍ରୀ ଭିଡ ପରିଚାଳନା ଇତ୍ୟାଦି କାର୍ଯ୍ୟ ସହିତ ଅନେକ  ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି | ସ୍ୱତନ୍ତ୍ର ଟ୍ରେନ୍ ଏବଂ କୋଭିଡ୍ -19 ଲକ୍ ଡାଉନ ସମୟରେ ବିଭିନ୍ନ କାର୍ଯ୍ୟ ସହିତ ଯାତ୍ରୀ ଏବଂ ନିୟୋଜିତ କର୍ମଚାରୀମାନଙ୍କୁ ଫେସ୍ ମାସ୍କ ବଣ୍ଟନ ଓ ସଚେତନତା ମଧ୍ୟ ରେଳବାଇ ସୁରକ୍ଷା ବଳର ପ୍ରଶଂସନୀୟ କାର୍ଯ୍ୟ ଅଟେ |

 

0
0
0
s2sdefault