-
ବୁଲି ଦେଖିଲେ, ରୋଗୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଲେ
-
ଡାକ୍ତର ଓ କର୍ମଚାରୀମାନଙ୍କର ସହିତ ଆଲୋଚନା କଲେ
ବରଗଡ :-ବରଗଡ ଜିଲ୍ଲାର ପାଇକମାଲ ବ୍ଲକରେ ଅବସ୍ଥିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପ୍ରାକୃତିକ ମନଲୋଭା ସୁନ୍ଦର ପରିବେଶରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ଯେତିକି ମନଲୋଭା ଏଠିକାର ପରିବେଶ ସେତିକି ପ୍ରଭାବଶାଳୀ ଏହି ଅନୁଷ୍ଠାନ ର ଚିକିତ୍ସା । ପ୍ରତ୍ୟେକ ଦିନ ଦେଶର ବିଭିନ୍ନ ଅଞ୍ଚଳରୁ ଶହଶହ ରୋଗୀ ଏଠାକୁ ଆସିଥାନ୍ତି ଅସାଧ୍ୟ ରୋଗର ଚିକିତ୍ସା ପାଇଁ । ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ହଟାତ ପହଂଛି ଯାଇଥିଲେ ଏହି ମହାବିଦ୍ୟାଳୟର ହସ୍ପିଟାଲ କୁ । ହସ୍ପିଟାଲରେ ଉପସ୍ଥିତ ହସ୍ପିଟାଲର ଉପାଧ୍ୟକ୍ଷ ଶ୍ରୀ ନାଇଡୁ ଜଗନ୍ନାଥ ଉପଜିଲ୍ଲାପାଳଙ୍କୁ ହସ୍ପିଟାଲର ୱାର୍ଡ , ପରୀକ୍ଷାଗାର, ପଞ୍ଚକର୍ମ କେନ୍ଦ୍ର , ଫିଜିଓଥେରାପି କେନ୍ଦ୍ର , ଆଦି ବୁଲାଇ ଦେଖାଇବା ସହିତ ଆୟୁର୍ବେଦ ଚିକିତ୍ସାରେ ଏହିସବୁ ବିଭାଗର ଆବଶ୍ୟକତା ଓ ଉପଯୋଗୀତା ବାବଦରେ ବୁଝାଇଥିଲେ । ଉପଜିଲ୍ଲାପାଳ ଉଭୟ ମହିଳା ଓ ପୁରୁଷ ୱାର୍ଡକୁ ଯାଇ ଚିକିତ୍ସାଧୀନ ରୋଗୀ ମାନଙ୍କର ସହିତ ଆଲୋଚନା କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଚିକିତ୍ସା ର ସୁଫଳ ବାବଦରେ ଜାଣି ଖୁସି ବ୍ୟକ୍ତ କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ନାଇଡୁ ଉପଜିଲ୍ଲାପାଳ ଙ୍କୁ ହସ୍ପିଟାଲରେ ରେ ହେଉଥିବା ଅନେକ ରୋଗର ଚିକିତ୍ସା ପଦ୍ଧତି ଓ ବର୍ତମାନ କୋବିଡ଼ କଟକଣା ସମୟରେ କେମିତି ରୋଗୀଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି ସେ ବାବଦରେ କହିଥିଲେ । ହସ୍ପିଟାଲ ବୁଲି ସାରିବା ପରେ ଉପଜିଲ୍ଲାପାଳ ଉପସ୍ଥିତ ଡାକ୍ତର ମାନଙ୍କର ସହିତ କିଛି ସମୟ ଆଲୋଚନା କରି ଡାକ୍ତର ଓ ଅନୁଷ୍ଠାନ ର ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ସେବା କାର୍ଯ ପାଇଁ ଧନ୍ୟବାଦ ଜଣାଇଥିଲେ । ଉପଜିଲ୍ଲାପାଳଙ୍କର ସହିତ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।