ଉପଜିଲ୍ଲାପାଳ ଙ୍କର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-କୋବିଡ଼ କଟକଣା ପାଇଁ ଗତ ମାର୍ଚ୍ଚ ମାସ 17 ତାରିଖରୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଶ୍ରଦ୍ଧାଳୁ ତଥା ଯାତ୍ରୀ ମାନଙ୍କର ନିମନ୍ତେ ବନ୍ଦ ରହିଛି । ମନ୍ଦିରର ଅଳ୍ପ କେତେଜଣ ସେବାୟତ କେବଳ ମହାପ୍ରଭୁଙ୍କ ନୀତିପୂଜା କରୁଛନ୍ତି। ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମନ୍ଦିର ଅଫିସରେ ସେବାୟତ ମାନଙ୍କର  ବିଭିନ୍ନ ସମସ୍ୟା କୁ ନେଇ ସେବାୟତ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ସହିତ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସର 17 ତାରିଖରୁ ମନ୍ଦିର ବନ୍ଦ ଥିବା କରଣରୁ ସେବାୟତ ମାନଙ୍କର ଅବସ୍ଥା ଅତ୍ୟନ୍ତ ଖରପ ଅଛି । ଶ୍ରଦ୍ଧାଳୁ ମନ୍ଦିରକୁ ନଆସିବା କାରଣରୁ ସେବାୟତ ମାନଙ୍କର ଉପାର୍ଜନ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଛି । ଏହା ସହିତ ମନ୍ଦିର ବନ୍ଦ ଥିବା କରଣରୁ ବିଭିନ୍ନ ପର୍ଵ ଉତ୍ସବ ହୋଇ ପାରୁନାହିଁ ଯାହାଫଳରେ ମନ୍ଦିର ର ଅନେକ କ୍ଷତି ହେଉଛି । ଆଜି ଆଲୋଚନା ସମୟରେ ସେବାୟତ ମାନେ ଉପଜିଲ୍ଲାପାଳ ଙ୍କୁ ସେମାନଙ୍କୁ ସରକାରଙ୍କର ତରଫରୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ମନ୍ଦିରର ସମସ୍ତ ସେବାୟତ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଉପଜିଲ୍ଲାପାଳ ସେବାୟତ ମାନଙ୍କର ଏହି ସମସ୍ୟା ଉପରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏହି ଆଲୋଚନାରେ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ତଥା ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ମନ୍ଦିର ବରିଷ୍ଠ ସେବାୟତ ଶ୍ରୀ ସୁବୋଧ ପଣ୍ଡା, ବୟୋଜ୍ୟେଷ୍ଠ ସେବାୟତ ଶ୍ରୀ ନରସିଂହ ହୋତା , ପୂଜକ ଶ୍ରୀ ସୁଗୟାନ୍ତ ତ୍ରିପାଠୀ , ଶ୍ରୀ ସତ୍ୟ ପୁରୋହିତ , ଶ୍ରୀ ବିଶ୍ବମ୍ବର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault