ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକୁଲ୍ୟରେ ଅନଲାଇନ ମାଧ୍ୟମରେ " ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ” ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ର ବିଚାରପତି ଶ୍ରୀ ଅମରେଶ ନାୟକ ଏବଂ ମାଲକାନଗିରି କଲେଜ ର ଅଧ୍ୟାପକ ଡା . ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ଅନଲାଇନ ମାଧ୍ୟମରେ ଭାଗ ନେଇଥିବା ସମସ୍ତ ସ୍ୱେଚ୍ଛାସେବୀ ଓ ଛାତ୍ର ଛାତ୍ରୀଙ୍କୁ , ମାନସିକ ବ୍ୟକ୍ତିଙ୍କୁ ସମାଜରେ ମୁଖ୍ୟ ସ୍ରୋତକୁ ନେବା ପାଇଁ ଓ ସ୍ବାସ୍ଥ୍ୟ କର୍ମୀ ସରକାରଙ୍କ ଦ୍ବାରା ପ୍ରଦତ ବିଭିନ୍ନ ଯୋଜନା ତଥା ସ୍ବାସ୍ଥ୍ୟ ବିଭାଗ ର ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା ଓ ଆଇନ ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୮୩ ରୁ ଉଦ୍ଧ ଶ୍ୱେଛା ସେବି ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ମହିଳାଙ୍କ ସମ୍ପତିଗତ ଅଧିକାର , ସାମ୍ବିଧାନିକ ଅଧିକାର , ଭରଣ ପୋଷଣ ଆଇନ ଭଳି ବିଭିନ୍ନ ଦିଗ ରେ ଆଲୋକପାତ କରାଯାଇଥିଲା । ଶେଷରେ ଆଇନ ସେବା ପ୍ରାଧିକରଣ ର ସଚିବ ସରକାରଙ୍କ ଦ୍ଵାରା ପ୍ରଦତ ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନସେବା ପ୍ରାଧିକରଣ ର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା , ମଧସ୍ଥିତା ଓ ଆପୋସ ମିଳାମିଶା ମାଧ୍ୟମରେ ମାମଲା ର ସମାଧାନ ଏବଂ ଜାତୀୟ ଆଇନ ସେବାପ୍ରାଧିକରଣ ଦ୍ଵାରା ପ୍ରଦତ୍ତ ୧୦ ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ ଏବଂ ବର୍ତ୍ତମାନ ଚାଲିଥିବା କୋରନା ମହାମାରୀରୁ କିପରି ନିଜକୁ ସୁରକ୍ଷା କରିପାରିବା ତାହା ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ
ରାଜ୍ୟ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକୁଲ୍ୟରେ " ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ”
- Hits: 426