ଯାଜପୁର( ଶାସକ ପ୍ରଶାସକ) : ଅସହାୟ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଓ ପିତୃମାତୃହୀନ ଶିଶୁମାନଙ୍କ ସହାରା ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ଖୁବ ଶୀଘ୍ର ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସ୍ଥାପନ ହେବ ବୃଦ୍ଧାଶ୍ରମ ଓ ଅନାଥାଶ୍ରମ । ସେହିପରି ସୁକିନ୍ଦା ନିର୍ବାଚନମଣ୍ଡଳୀର ଜନ ସାଧାରଣଙ୍କ ଜୀବନ ଓ ଜୀବିକା ମାନକୁ ଉନ୍ନତ କରିବା ଡିସେମ୍ବର ମାସରୁ ପ୍ରସ୍ତୁତ ହେବ ରୋଡ ମ୍ୟାପ । ବିଧାୟକ ଇଂ ଘଡେଇ ଓ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଏହି ଆଲୋଚନାରେ ସୁକିନ୍ଦା-ଦାନଗଦିର ତ୍ୱରିତ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଅସଂପୂର୍ଣ୍ଣ ଥିବା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ପରିବେଶ ସଂକ୍ରାନ୍ତୀୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ବିହିତ ପଦକ୍ଷେପ ନେବାପାଇ ବିିଧାୟକ ଇଂ ଘଡେଇଙ୍କ ପରାମର୍ଶ ଆଧାରରେ ତ୍ୱରିତ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ପ୍ରତିଶ୍ରୁତି ଦେଇଛନ୍ତି । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସ୍ଥାନୀୟ ସ୍ତରରେ ଉପୁଜୁଥିବା ସମସ୍ୟା ସମାଧାନ ପାଇଁ ବିଧାୟକଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲପାଳ ।
ରାଜ୍ୟ
ବିଧାୟକଙ୍କ ବଳିଷ୍ଠ ପଦକ୍ଷେପ : ସୁକିନ୍ଦାରେ ପ୍ରତିଷ୍ଠା ହେବ ବୃଦ୍ଧାଶ୍ରମ ଓ ଅନାଥାଶ୍ରମ
- Hits: 482
![](/images/october-2020/20201010_154757.jpg)