ହେଡଲାଇନସ୍:

ଦୁର୍ଗମ ଅଂଚଳକୁ ଚାଲିଚାଲି ଗଲେ ଉପଜିଲ୍ଲାପାଳ, ବୁଝିଲେ ଲୋକଙ୍କ ସମସ୍ୟା 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗୁଣୁପୁରରୁ ମାଧବ ବିଡ଼ିକା : ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଙ୍ଗଳବାର ଦିନ  ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ବ୍ଲକ୍ ଗସ୍ତ କରି ବିଭିନ୍ନ ଅପହଞ୍ଚ ଅଞ୍ଚଳ ଚାଲିଚାଲି ଯାଇ ଲୋକଙ୍କ ସମସ୍ୟା ବିଷୟରେ ବୁଝିଥିଲେ l ଗୁଡ଼ାରୀ ବ୍ଲକ୍ ର ମଧୁବନ,ପେଣ୍ଡିଲି, କର୍ଲଘଟି ଗ୍ରାମ ପଞ୍ଚୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ l ସେହିପରି ଶିକ୍ଷା ,ସ୍ବାସ୍ଥ୍ୟ, ରାସ୍ତାଘାଟ,ପାନୀୟଜଳ,ବିଜୁଳି, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା,ପି ଡି ଏସ ଚାଉଳ,ଡାଲି, କିରୋସିନ , ଭତ୍ତା ଠିକ୍ ସମୟରେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ l ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ,ଶିକ୍ଷକ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ ପିଲାମାନେ ସ୍କୁଲ୍ ଯାଉଛନ୍ତି ନା ନାହିଁ ପଚାରି ବୁଝିଥିଲେ l

ଜୀମାରାଉ, ନାଉଳି, ଉଡରୁ, ଡି ପେଣ୍ଡିଲୀ ଭଳି ଅପହଞ୍ଚ ଅଞ୍ଚଳକୁ ଗସ୍ତ କରିଥିଲେ l ସ୍ଥାନୀୟ ଲୋକ ମାନେ ସରକାରୀ ସୁବିଧା ସୁଯୋଗରୁ ଯେପରି ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ l ଉପଜିଲ୍ଲାପାଳଙ୍କ ସହ ଗୁଡ଼ାରୀ ତହସିଲଦାର ଭାରତୀ ଦେବୀ,ବି ଡି ଓ ଶ୍ରୀ ନୃସିଂହ ଚରଣ ସେଠୀ,ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

0
0
0
s2sdefault