ସହରକୁ ସ୍ୱଚ୍ଛ ରଖିବାରେ ପୌରପରିଷଦ ଅସଫଳ
ଟିଟିଲାଗଡ଼, (ଗୌରବ ଦର୍ଜୀ)-ଟିଟିଲାଗଡ ରେ ସ୍ୱଚ୍ଛ ଭାରତ ଅଭିଯାନ କେବଳ ନାମକୁ ମାତ୍ର। ସହର ରେ ସ୍ବଚ୍ଛତା ନାମକୁ ମାତ୍ର ପୌରପରିଷଦ ର କାର୍ଯ୍ୟ ହେଉଛି। ଅଳିଆ ଆବର୍ଜ୍ଜନା ର ସହର କହିଲେ କିଛି ଅତ୍ୟୁକ୍ତି ହେବା ନାହିଁ। ଯେଉଁ ଆଡେ ଗଲେ ଲୋକେ ନାକ ଟେକି ରାସ୍ତା ଚାଲୁଛନ୍ତି।
ଟିଟିଲାଗଡ ହେଉଛି ବଲାଙ୍ଗୀର ଜିଲ୍ଲାର ଏକ ବଡ଼ ସହର ତଥା ଏକ ବଡ଼ ସବ୍- ଡିଭିଜନ । ଟିଟିଲାଗଡ ଜଂକ୍ସନ୍ ଭାବରେ ବେଶ୍ ଜଣାଶୁଣା। ଏଠାକାର ଜନସଂଖ୍ୟା ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ୱ । କିନ୍ତୁ ପରିମଳ ବ୍ୟବସ୍ଥା ଠପ୍। ସହର ର ବିଭିନ୍ନ ରାସ୍ତା ଉପରେ ଅଳ୍ପ ବର୍ଷା ରେ ପାଣି ଜମି ରହୁଛି। ଅନେକ ଅଭିଯୋଗ ପରେ ଟ୍ରାଫିକ ସମସ୍ୟା କୁ କେନ୍ଦ୍ର କରି ଠିକାଦାର ପଡା ରୁ ଝାକର୍ ପଡା ପର୍ଯ୍ୟନ୍ତ ଏକ ରେଳବାଇ ଭୂତଲପୋଲ ନିର୍ମାଣ କରାଯାଇଛି। କିନ୍ତୁ କହିବାକୁ ଗଲେ କେବଳ ନାମକୁ ମାତ୍ର ତିଆରି କରାଯାଇଛି। ନିମ୍ନ ମାନର କାମ ହୋଇଥିବାରୁ ଦୁଇ ବର୍ଷ ନ ପୂରୁଣୁ ଛୋଟ ଛୋଟ ପୋଖରୀ ସୃଷ୍ଟି ହେଲାଣି ବୋଲି ସହରବାସୀ କହନ୍ତି। ଅଳ୍ପ ବର୍ଷା ରେ ଆଣ୍ଠୁଏ ପାଣି ଜମି ରହୁଛି। ଯାନବାହାନ ର ଗମନାଗମନ ବାଧାପ୍ରାପ୍ତ ହୋଇଥିବାରୁ ସହରବାସୀ ହନ୍ତସନ୍ତ ହେଉଥିବା କହନ୍ତି। କେବଳ ଏତିକି ନାହିଁ ସହର ର ମୁଖ୍ୟ ରାସ୍ତା ଗୁଡ଼ିକ ମଧ୍ୟ ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ ରହିଛି। ଯେଉଁ ଆଡେ ଦେଖିଲେ କେବଳ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା। ନାଳ ନର୍ଦ୍ଦମା ର ପାଣି ରାସ୍ତା ଉପରେ । ଦୁର୍ଗନ୍ଧ ରେ ପୁରା ସହର । ହାଟପଦା ପଡା, ଠିକାଦାର ପଡା, ହିନ୍ଦୀ ସ୍କୁଲ ଛକ, କୋର୍ଟ କାର୍ଯ୍ୟାଳୟ ପରିସର ନିକଟ ଅଞ୍ଚଳ, ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ, ଧନୀ ମାନଙ୍କ ପଡା ରେ ଜଣାଶୁଣା ନୀଳଚକ୍ର ନଗର, ଏପରି ବିଭିନ୍ନ ଅଞ୍ଚଳ ରେ ଅଳିଆ ଆବର୍ଜ୍ଜନା ପଡି ରହିଛି। ପୌରପରିଷଦ ର ସଫେଇ କର୍ମଚାରୀ ମାନେ ଧାରଣା ରେ ଅଛନ୍ତି ଆଜିକୁ ୨୨ଦିନ ହେଲା। କିନ୍ତୁ ପୌରପରିଷଦ ଅଧିକାରୀ ତାଙ୍କ ଦାବି ର ସମାଧାନ କରି ପାରିନାହାଁନ୍ତି। ପୌରପରିଷଦ ଅଧିକାରୀ ତାଙ୍କ ଜିଦ୍ ଧରି ସେ ବସିଛନ୍ତି ଓ ପୌରପରିଷଦ ସଫେଇ କର୍ମଚାରୀ ସେମାନେ ତାଙ୍କ ଦାବି ରେ ସେମାନେ ଜିଦ୍ ଧରିବସିଛନ୍ତି। ଓ ଏହାର ର ଦୁଃଖ ସହୁଛନ୍ତି ସହର ବାସୀ।