ହେଡଲାଇନସ୍:

ଡ଼ାକ୍ତରମାନେ କୋଭିଡ଼-୧୯ ଭୂତାଣୁର ସୁପର ସ୍ପ୍ରେଡ଼ର ହେବାର ସମ୍ଭାବନା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିଆରଏମ ମେଡ଼ିକାଲ ସୁପାରିଟେଣ୍ଡେଣ୍ଟଙ୍କ ଖାମଖିଆଲି ମନୋଭାବ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପାରିଟେଣ୍ଡେଣ୍ଟ ବି ଏନ ମହାପାତ୍ରଙ୍କ ଖାମଖିଆଲି ଓ ଦାୟିତ୍ୱହୀନ ମନୋଭାବ କାରଣରୁ ଡ଼ାକ୍ତରମାନେ କୋଭିଡ଼-୧୯ ଭୂତାଣୁର ସୁପର ସ୍ପେ୍ରଡ଼ର ହେବାର ସମ୍ଭାବନା ସୃଷ୍ଟି କରାଇଛି । ମେଡ଼ିକାଲ ପରିସରରେ ରହିଥିବା ଶିଶୁ ବିଭାଗର କୋଭିଡ଼-୧୯ ୱାଡର଼୍ରେ ପ୍ରତ୍ୟେକ ଦିନ ରୋଟେସନ ଭିତ୍ତିରେ ଡ଼ାକ୍ତରମାନଙ୍କ ଡ଼ିଉଟିର ରାଉଣ୍ଡ ଚାଟ ବିଭାଗୀୟ ମୁଖ୍ୟ ପ୍ରଭାକର ମିଶ୍ର ଜାରି କରାଇଛନ୍ତି । ଡ଼ାକ୍ତର ବିଭୂଦତ୍ତ ନାୟକ ମାସର ପ୍ରତ୍ୟେକ ସୋମବାର, ଡ଼ା ନିମାଇଁ ଚରଣ ନାୟକ ପ୍ରତ୍ୟେକ ମଙ୍ଗଳବାର, ଡ଼ା ମାନସ ରଞ୍ଜନ ମଲ୍ଲିକ ପ୍ରତ୍ୟେକ ବୁଧବାର, ଡ଼ା ପଙ୍କଜ କୁମାର ସାହୁ ପ୍ରତ୍ୟେକ ଗୁରୁବାର, ଡ଼ା ଭଗୀରଥ ଦାସ ପ୍ରତ୍ୟେକ ଶୁକ୍ରବାର ,ଡ଼ା ଦେବୁଦତ୍ତ ଦାସ ପ୍ରତ୍ୟେକ ଶନିବାର ଏବଂ ଡ଼ାକ୍ତର ପଙ୍କଜ ସାହୁଙ୍କର ଦ୍ୱିତୀୟ ଓ ତୃତୀୟ ରବିବାର ୱାଡର଼୍ରେ ରାଉଣ୍ଡରେ ଡ଼ିଉଟି ପକାଯାଇଛି । ଏହି ସମସ୍ତ ଡ଼ାକ୍ତରମାନେ ଶିଶୁ ବିଭାଗର କୋଭିଡ଼-୧୯ ୱାଡର଼୍ ଡ଼ିଉଟି ଶେଷ କରିବାର ପରବର୍ତ୍ତି ଦିନ ପୁଣି ସେହି ଡ଼ାକ୍ତରମାନେମେଡ଼ିକାଲର ଜେନେରାଲ ୱାଡର଼୍, ଆଉଟଡେ଼ାର ଆଦିରେ ସାଧାରଣ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରୁଛନ୍ତି । ଏହି ସମସ୍ତ ଡ଼ାକ୍ତରମାନଙ୍କ ମଧ୍ୟରୁ ଯଦି କୌଣସି ଡ଼ାକ୍ତର କରୋନା ସଂକ୍ରମିତ ହୁଅନ୍ତି ତେବେ ସେ ସୁପର ସ୍ପେ୍ରଡ଼ର ହେବାର ସମ୍ଭାବନା ସୃଷ୍ଟି କରାଉଛି । କୋଭିଡ଼ ନିୟମ ଅନୁସାରେ କରୋନା ୱାଡର଼୍ରେ ଜଣେ ଡ଼ାକ୍ତର ଡ଼ିଉଟି କରିବା ପରେ କ୍ୱରେଣ୍ଟିନରେ ରହିବା ପରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଡ଼ିଉଟିରେ ପୁଣି ଥରେ ଯୋଗ ଦେବେ । ମାତ୍ର ଏହାକୁ ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲର ପେଡ଼ିଆଟିକ୍ ବିଭାଗର ମୁଖ୍ୟ ପ୍ରଭାକର ମିଶ୍ର ଅଣଦେଖା ପ୍ରଦର୍ଶନ କରୁଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିବା ପରେ ଶ୍ରୀମିଶ୍ରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ କରାଯାଇଥିଲା । ମାତ୍ର ସେ ନିଜ ମୁଣ୍ଡରୁ ସମସ୍ତ ଅଠାକୁ ଖସାଇ ହସପିଟାଲ ସୁପାରିଟେଣ୍ଡେଣ୍ଟ ମୁଣ୍ଡରେ ବୋଳି ଦେଇଛନ୍ତି । ହସପିଟାଲ ସୁପାରିଟେଣ୍ଡେଣ୍ଟ କିଛି ଶୁଣୁ ନାହାନ୍ତି । ହସପିଟାଲରେ ଡ଼ାକ୍ତରମାନେ ପ୍ରଶ୍ନ ଉଠାଇବା ପରେ ଏ ବିଷୟରେ ସୁପାରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରିଥିଲେ । ଆଜି ହସପିଟାଲରେ ହୋଇଥିବା ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ଆସନ୍ତା କାଲ ହେବାକୁ ଥିବା ବୈଠକରେ  ପୁଣି ଥରେ ପ୍ରସଙ୍ଗକୁ ଉପସ୍ଥାପନ କରାଇବେ । ତେବେ ସୁପାରିଟେଣ୍ଡେଣ୍ଡ ବୁଝିବା ଦରକାର ବୋଲି ବୋଲି ପେଡ଼ିଆତ୍ରିକ  ବିଭାଗ ମୁଖ୍ୟ ଡ଼ା ମିଶ୍ର କହିଥିଲେ । ଏହାପରେ ସୁପାରିଟେଣ୍ଡେଣ୍ଟଙ୍କ ପ୍ରତିକ୍ରୟା ଜାଣିବା ନିମନ୍ତେ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା । ଯଦି ଡ଼ାକ୍ତର ମିଶ୍ରଙ୍କ ଦେଇଥିବା ସୂଚନା ସତ୍ୟ ହୋଇଥାଏ, ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ଗୁରୁତ୍ୱ ପ୍ରଦାନ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି । 

 

0
0
0
s2sdefault