ଏଲ.ଆଇ.ସିରେ ଆଇପିଓକୁ ବିରୋଧ ,ଘର ପରିିବାରରୁ ଆରମ୍ଭ ପ୍ରତିିବାଦ
ଝାରସୁଗୁଡ଼ା :(ସୁଭାଷ ସହାରେ) ଭାରତୀୟ ଜୀବନ ବୀମା ନୀଗମର ୬୪ତମ ପ୍ରତିିଷ୍ଠା ଦିିବସ ଅବସରରେ ପଲିିସିଧାରୀ,ଅଭିିକର୍ତା,ଉନ୍ନୟନ ଅଧିକାରୀ,କର୍ମଚାରୀ,ଅଧିକାରୀ ଓ ସାମୟିକ କର୍ମଚାରୀ ସମସ୍ତଙ୍କୁ ଅଭିିନନ୍ଦନ ଓ ଶୁଭେଚ୍ଚା। ଆଜିି ଜୀବନ ବୀମା ନୀଗମର ୬୪ବର୍ଷ ପୁତ୍ତି ହୋଇ ୬୫ବର୍ଷ ଶୁଭାରମ୍ଭ । ଜୀବନ ବୀମା ନୀଗମର ଏକ ମହତ୍ବପୂଣ୍ଣ ଇତିିହାସ ରହିିଛିି। ସର୍ବପ୍ରଥମେ ୧୯୩୧ ମସିହା କରାଚିି ଠାରେ କଂଗ୍ରେସର ୫ମ ଅଧିବେଶନ ବସିଥିଲା। ଏହିି ଅଧିବେଶନରେ ବୀମା ବଜାରକୁ ନେଇ ଆଲୋଚନା ହୋଇଥିଲା ଓ ବୀମାକୁ ରାଷ୍ଟ୍ରିୟକରଣ କରିିବା ପାଇଁ ଏକଚିିଠା ପ୍ରସ୍ତୁତ କରାଯାଇଥିଲା। ସ୍ବାଧୀନତାର ନଅ ବର୍ଷପରେ ୧୯୫୬ ମସିହା ଦେଶର ପ୍ରଥମ ପ୍ରଧାନମନ୍ତୀଜବହାରଲାଲ ନେହୁରୁଙ୍କ ଅଧ୍ୟକ୍ଷତାରେ ଅର୍ଥମନ୍ତୀ ସି.ଡି. ଦେଶମୁଖ ରାତିି ଆଠଟା ସମୟରେ ରେଡିଓ ବାର୍ତା ଦ୍ବାରା ଭାରତୀୟ ଜୀବନ ବୀମା ନୀଗମକୁ ରାଷ୍ଟ୍ରିୟକରଣ ଘୋଷଣା କରିିଥିଲେ। ସେ ସମୟରେ ଭାରତ ସରକାର ଏଲ.ଆଇ.ସି.କୁ ୫କୋଟି ଟଙ୍କା ବୀମା ବ୍ୟବସାୟ ପାଇଁ ଦେଇଥିଲେ। ସେହିି ମୂଳ ପୁଞ୍ଜି ୬୪ବର୍ଷ ମଧ୍ୟରେ ୩୨ ଲକ୍ଷ କୋଟି ଟଙ୍କା ହୋଇଛିି l ତା`ଛଡା ୪୦କୋଟି ପଲିିସିଧାରୀ ଆଜିି ଏଲ.ଆଇ.ସି.ରେ ତାଙ୍କର ଆସ୍ତା ପ୍ରକଟ କରିିଛନ୍ତିି। ଏଲ.ଆଇ.ସି ରାଷ୍ଟ୍ରୟତ୍ତ ସଂସ୍ଥାରୁ ଦଶ ମିଲିିୟନ ସାଧାରଣ ପରିିବାରର ଜୀବନ-ଜୀବିିକା ବଞ୍ଚିଛିି। ଏତତ୍
ବ୍ୟତିିତ୍ ଏଲ.ଆଇ.ସି ତା'ର ଲାଭାଶଂରୁ ଆଜିି ପର୍ଯ୍ୟନ୍ତ ୨୬୦୦୦ କୋଟି ଟଙ୍କା ଭାରତ ସରକାରଙ୍କ ପ୍ରଦାନ କରିିଛିି ଏବଂ ପଞ୍ଚବାର୍ଷିକ ଯୋଜନା ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ୨୦୧୯-୨୦ ପର୍ଯ୍ୟନ୍ତ ୨୧,୪୦,୧୦୬ କୋଟି ଟଙ୍କା ସାମାଜିିକ ଭିିତ୍ତିଭୂମିରେବିିନିିଯୋଗ କରାଯାଇଛିି। ତଥାପି ଭାରତ ସରକାର ବିିଦେଶୀ କଂପାନୀଙ୍କ ଚାପରେ ଏଲ.ଆଇ.ସି ର ପୁଞ୍ଜିକୁ ଆଇ.ପି.ଓ (IPO)ଜରିିଆରେ ବିିଦେଶୀ କଂପାନୀଙ୍କ ହାତରେ ଟେକୀ ଦେଇ ଘରୋଇକରଣର ରାସ୍ତା ପ୍ରସସ୍ଥ କରିିବାକୁସରକାର ଷଡଯନ୍ତ ଚଲାଇଛିି। କିିନ୍ତୁ ସରକାରଙ୍କ ଏପରିି ଷଡଯନ୍ତକୁ ଏଲ.ଆଇ.ସିର ତିିନୋଟି ସଂଘ ମିଳିିତ ଭାବରେ ପଲ୍ଲୀ ଠାରୁ ଦିିଲ୍ଲୀ ପର୍ଯ୍ୟନ୍ତଆନ୍ଦୋଳନ ଲଗାତାର ଦୀର୍ଘ ୨୫ ବର୍ଷରୁ ଚାଲିଛିି ସରକାରଙ୍କ ସମସ୍ତ ଷଡଯନ୍ତକୁ ପଣ୍ଡ କରିି; ଆଜିି ମଧ୍ୟ ଏଲ.ଆଇ.ସି ସଂପୂଣ୍ଣ ଶତ ପ୍ରତିିଶତ ରାଷ୍ଟ୍ରୟତ୍ତ ସଂସ୍ଥା ଭାବରେ ରହିି ୪୦ କୋଟି ପଲିସିଧାରୀଙ୍କ ଆସ୍ତlଭାଜକ ହୋଇପାରିିଛିି। ଆଜିିର ପବିିତ୍ର ଦିିବସରେ ସମସ୍ତ ପଲିିସିଧାରୀ,ଅଭିିକର୍ତା,ଉନ୍ନୟନଅଧିକାରୀ,କର୍ମଚାରୀ ଓ ଅଫିସର ତଥା ଏଲ.ଆଇ.ସି. ପରିିବାର ବର୍ଗକୁ ଅନୁରୋଧ କରାଯାଉଛିି ଯେ ରାଷ୍ଟ୍ରୟତ୍ତ ସଂସ୍ଥା ଏଲ.ଆଇ.ସିକୁ ବଞ୍ଚେଇବା ପାଇଁ ଦେହର ଶେଷ ରକ୍ତ ବିିନ୍ଦୁ ପର୍ଯ୍ୟନ୍ତ ଲଢେଇ ଜାରିି ରହିିବ।