ହେଡଲାଇନସ୍:

କରୋନା ଜନିତ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଜିଲ୍ଲାପ୍ରଶାସନର ପଦକ୍ଷେପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁର୍ବଳ ଓ ବରିଷ୍ଠ ନାଗରିକଙ୍କୁ ଔଷଧ କୀଟ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଷେଧ ମୂଳକ ପଦକ୍ଷେପ ସବୁ ଗ୍ରହଣ  କରାଯାଉଛି। 

ଅନ୍ୟପକ୍ଷରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା  ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ପ୍ରମୁଖ ଚିକିତ୍ସା ହୋଇପଡିଛି ।

  ତେବେ ଏହାକୁ ଆଧାର କରି ଏବଂ ପାରଳାଖେମୁଣ୍ଡି ସହରରେ କରୋନା ଜନିତ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ , ଏହାକୁ କିଭଳି ହ୍ରାସ କରାଯାଇ ପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ ।

 ପାରଳାଖେମୁଣ୍ଡି ପୌର ପରିଷଦରେ ଥିବା ୱାର୍ଡ , ଯେଉଁ ୱାର୍ଡ ଓ କଣ୍ଟେନମେଣ୍ଟ ଜୋନରେ  ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଥିବେ , ସେହି ଅଞ୍ଚଳରେ ପ୍ରଥମେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଏହି କୋରନା ଜନିତ ସଂକ୍ରମଣରୁ ରକ୍ଷା କରିବା ପାଇଁ ବିଭିନ୍ନ ୱାର୍ଡ ମାନଙ୍କରେ ଖୋଲା ଯାଇଥିବା ଅସ୍ଥାୟୀ  ଜ୍ୱର ପରୀକ୍ଷଣ କେନ୍ଦ୍ର ଗୁଡିକରେ ମାଗଣା ଔଷଧ କୀଟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । 

  ପାରଳାଖେମୁଣ୍ଡି ପୌରାଞ୍ଚଳର ୩ ନମ୍ବର ୱାର୍ଡ ସ୍ଥିତ ଅସ୍ଥାୟୀ ଜ୍ୱର ପରୀକ୍ଷଣ କେନ୍ଦ୍ର ପରିସରରେ ପ୍ରଥମେ ଆରମ୍ଭ କରାଯାଇଛି ଏହି ଔଷଧ କୀଟ ବଣ୍ଟନ କାର୍ଯ୍ୟକ୍ରମ । ଜିଲ୍ଲାପାଳ ଅନୁପମ ସାହା  ଏହି ଔଷଧ କୀଟ ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି , ବୟୋଜ୍ୟେଷ୍ଠ ଓ ଦୁର୍ବଳ ଶ୍ରେଣୀ ବ୍ୟକ୍ତି ମାନଙ୍କୁ ଔଷଧ କୀଟ ବଣ୍ଟନ କରିଥିଲେ ।

ଏହି ଔଷଧ କୀଟରେ ମୁଖ୍ୟତଃ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଥିବା ଭିଟାମିନ ଔଷଧ ଗୁଡିକ ରହିଛି। ଅନ୍ୟପକ୍ଷରେ କରୋନା ରୋଗ ଯେହେତୁ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକମାନଙ୍କୁ ସଂକ୍ରମିତ କରୁଥିବା ଯୋଗୁଁ , ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଔଷଧ କୀଟରେ ଭିଟାମିନ 'ସି' , ଭିଟାମିନ 'ବି' , ଜୀଙ୍କ ଆଇରନ ଓ ଓଆରଏସ୍ ପ୍ରଭୃତି ଉପାଦେୟ ଔଷଧ ସବୁ ବଣ୍ଟନ କରାଯାଉଛି ।

   ଜିଲ୍ଲା ପ୍ରଶାସନ ମଧ୍ୟ କରୋନା ଜନିତ ସଂକ୍ରମଣକୁ ହ୍ରାସ କରାଇବା ଦିଗରେ ଏହିଭଳି ଉପାୟ ଅବଲମ୍ବନ କରି ଆଶା ରଖିଛନ୍ତି ଯେ, ଏହି କରୋନା ଜନିତ ସଂକ୍ରମଣରୁ ବୟୋଜ୍ୟେଷ୍ଠ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ନିଶ୍ଚିତ ଭାବେ ରକ୍ଷା କରାଯାଇ ପାରିବ ।

   ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା: ପ୍ରଦୀପ କୁମାର ପାତ୍ର ଅଧିକ ସୂଚନା ଦେଇ କହିଛନ୍ତି ଯେ , ଜିଲ୍ଲା ପ୍ରଶାସନ ପକ୍ଷରୁ ଆମେ ୪ ଟା ଆରଆରଟି: ରାପିଡ଼ ଟିମ ଗଠନ ହୋଇଛି । ଯେଉଁଥିରେ ମେଡିକାଲ ଅଫିସର ମାନେ ଘରକୁ ଘର ଭିଜିଟ କରିବେ ଏବଂ ଘର ଲୋକଙ୍କ ପୋଲସ ଅକ୍ସି ମିଟର ସାହାଯ୍ୟରେ କରୋନା ସଂକ୍ରମଣତା ଯୋଗୁଁ କମିଯାଉଥିବା ଅକ୍ସିଜାନ ଦେଖା ଯାଇଥାଏ । ଏତଦବ୍ୟତୀତ ସେମାନଙ୍କୁ ଇନଫ୍ରାରେଟ ଥରମୋମିଟର ମଧ୍ୟ ଦିଆହୋଇଛି । ଯାହାକି ଜ୍ୱର ପରୀକ୍ଷା ମଧ୍ୟ କରାଯାଉଛି ।

  ଏସବୁ କରିବାର ଉଦ୍ଦେଶ୍ୟ ହେଲା ଯେ ,  ଯେଉଁ ମାନଙ୍କ ଠାରେ ଜ୍ୱର , କାଶ ଓ ଦେହବ୍ୟଥା ସାଙ୍ଗକୁ ନିଶ୍ବାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି , ଏହି ସବୁ ରୋଗୀ ମାନଙ୍କୁ ଆମେ ପ୍ରଥମରୁ ହିଁ ଚିହ୍ନଟ କରି ଆମେ ଆମର ବିଭିନ୍ନ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲକୁ ପଠାଇଥାଉ ।

    ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ଆମେ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବା , ମାସ୍କ ପିନ୍ଧିବା  ଓ ହାତ ସବୁବେଳେ ଭଲଭାବେ ଧୋଇବା ପାଇଁ  କୁହାଯାଉଛି । ଆଜି ଦିଆ ଯାଇଥିବା ଭିଟାମିନ ଔଷଧର ଉଦ୍ଦେଶ୍ୟ ହେଲା ଯେ ,  ଏହି ଔଷଧ ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବ । ସେଥିପାଇଁ ଆମେ ଏହି ଔଷଧ କୀଟରେ ଜୀଙ୍କ ଆଇରନ , କେଲସିୟମ , 'ବି' କମ୍ପ୍ଲେକ୍ସ ଏବଂ ଭିଟାମିନ 'ସି' ମଧ୍ୟ ଦିଆଯାଉଛି ।

  ଏସବୁ ଔଷଧ ଖାଇବା ଦ୍ୱାରା ମନୁଷ୍ୟ  ଶରୀରର ପ୍ରତିରୋଧକ ଶକ୍ତି ବଢିବ ଏବଂ ପ୍ରତିରୋଧକ ଶକ୍ତି ବଢିବା ଦ୍ୱାରା କୋଭିଡ ଇନଫେକ୍ସନ ଆଉ ହେବନି । ସେଥିପାଇଁ ଆଜି ଆସିଥିବା ସମସ୍ତଙ୍କୁ ପୋଲସ ଟେଷ୍ଟ କରାଯାଇ ଔଷଧ କୀଟ ବଣ୍ଟନ କରାଯାଇଛି ।

ଏ ସମ୍ପର୍କରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇ କହିଛନ୍ତି ଯେ ,   ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବହୁ ମାତ୍ରାରେ ବଢିଚାଲିଛି ।   ବର୍ତ୍ତମାନ ଏହିଭଳି ପରିସ୍ଥିତି ପାରଳାଖେମୁଣ୍ଡି ସହରରେ ଗତ ୩/୪ ଦିନ ହେଲା ଏହି ସଂଖ୍ୟାରେ କିଛିଟା ହ୍ରାସର ପରିବର୍ତ୍ତନ ଘଟି ଏଥିରେ ଏକ ନିୟନ୍ତ୍ରଣ ତଥା ସ୍ଥିରତା ଆସିଛି , ହେଲେ ମଧ୍ୟ ଏହି ସଂକ୍ରମଣତା ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି ପାଇବା ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଏଭଳି ପରିସ୍ଥିତିରେ  ସେମାନଙ୍କ ସ୍ୱାସ୍ଥ୍ୟର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ 'ବି' ,'ସି' , ଜୀଙ୍କ ଆଇରନ ଓ ଓଆରଏସ: ପ୍ରଭୃତି ଔଷଧ ଦିଆଯାଉଛି ଏହି ଔଷଧ କୀଟ ମାଧ୍ୟମରେ ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଛନ୍ତି ।

0
0
0
s2sdefault