ହେଡଲାଇନସ୍:

ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମୁହଁରେ ହସ ଫୁଟାଇଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )  ଦୁଇ ଦିନ ପୂର୍ବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ ଚାପ ଫଳରେ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକଗୁଡ଼ିକରେ ହୋଇଥିବା ଅଳ୍ପ ବହୁତ ବର୍ଷା ଚାଷୀଙ୍କ ମୁହଁରେ ହସ ଫୁଟାଇଛି । ଫଳରେ କୃଷକମାନେ ଅନ୍ୟ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ବିଲରେ ବେଉଷଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଖରାରେ ଧାନ ତଳି ଏବଂ ବେଉଷଣ କାର୍ଯ୍ୟ ଶେଷ ହୋଇଥିବା ବିଲ ଫାଟି ଆଁ ହୋଇପଡ଼ିଥିଲା । ଲଘୁଚାପ ଜନିତ ବର୍ଷା ଧାନକ୍ଷେତକୁ ନୂଆ ଜୀବନ ଦେଇଥିବା ବେଳେ ଚାଷୀମାନେ ମଧ୍ୟ ସବୁକିଛି ଭୂଲି ବର୍ଷକର ଅମଳ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଜିଲ୍ଲା କୃଷି ଉପନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନାରୁ ଜୁନ୍ ମାସଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଖରିଫ ଚାଷ ଋତୁ ହୋଇଥିବା ସମୟରେ ପ୍ରତ୍ୟେକ ଦିନ ହାରାହାରି ୧୦ ମିମି ବର୍ଷା  ହୋଇଥାଏ । ଏଥି ସହିତ ଜୁନରୁ ଜୁଲାଇ ମଧ୍ୟରେ କ୍ରମାଗତ ଭାବେ ୧୦ରୁ ୧୫ ଦିନ ଅଥବା ତା ଠାରୁ ଅଧିକ ଦିନ ବର୍ଷା ନ ହେଲେ ଚାଷ କାର୍ଯ୍ୟକୁ ବିଶେଷ ଭାବେ କ୍ଷତି ପହଁଞ୍ଚାଇ ଥାଏ । ଏହି ସମୟରେ ଗତ ଜୁନ ମାସରେ ଜିଲ୍ଲାରେ ହାରାହାରି ୩୦୦ ମିମି ବର୍ଷା ହେବା ବଦଳରେ ୨୬୭.୯୨ ମିମି ବର୍ଷା ହୋଇଥିବା ସମୟରେ ରରୁଆଁ  ଓ କୁସୁମୀ ବ୍ଲକରେ ସର୍ବନିମ୍ନ ୪୮ ଓ ୭୨ମିମି ବର୍ଷା  ଏବଂ ବାରିପଦା ଓ ବାଙ୍ଗିରିପୋଷି ବ୍ଲକରେ ସର୍ବାଧିକ ୪୧୫ ଓ ୩୯୫.୮୦ ମିମି ବର୍ଷା ରେକଡର଼୍ କରାଯାଇଥିଲା । ସେହିପରି ଜୁଲାଇ ମାସରେ ଜିଲ୍ଲାରେ ହାରାହାରି ୩୧୦ ମିମି ବର୍ଷା ହେବା ବଦଳରେ ୨୦୦.୬୫ମିମି ବର୍ଷା ହୋଇଥିଲା । ଏହା ମଧ୍ୟରେ  କୁସୁମୀ ବ୍ଲକରେ ସର୍ବ ନିମ୍ନ ୬୭ ମିମି ବର୍ଷା ଓ କୁଳିଅଣା ବ୍ଲକରେ ସର୍ବାଧିକ ୩୨୫ ମିମି ବର୍ଷା ହୋଇଥିଲା । ଅଗଷ୍ଟ  ମଧ୍ୟରେ ଜିଲ୍ଲାରେ ହାରାହାରି ୭୦ ମିମି ବର୍ଷା ହେବା ସ୍ଥାନରେ ୮୬.୨୩ମିମି ବର୍ଷା ହୋଇଥିବାର ପାଣିପାଗ ବିଭାଗ ସୂତ୍ରରୁ  ଜଣାପଡ଼ିଛି । ଏହା ମଧ୍ୟରେ ରାସଗୋବିନ୍ଦପୁର ବ୍ଲକରେ ସର୍ବନିମ୍ନ ୪୦.୪୦ମିମି ବର୍ଷା ଓ କୁସୁମୀ ବ୍ଲକରେ ସର୍ବାଧିକ ୨୫୨ ମିମି ବର୍ଷା ହୋଇଥିବାର ରେକଡର଼୍ କରାଯାଇଛି । ଚଳିତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ରାସଗୋବିନ୍ଦପୁର, କୁଳିଅଣା, ସାରସକଣା, ଶୁଳିଆପଦା, ବାଙ୍ଗିରିପୋଷି, କପ୍ତିପଦା, ବିଜାତୋଳା, ରାଇରଙ୍ଗପୁର, ଜାମଦା ଓ ଠାକୁରମୁଣ୍ଡା ଏହିପରି ମୋଟ ୧୦ଟି ବ୍ଲକରେ ହାରାହାରି ବୃଷ୍ଟିପାତଠାରୁ କମ୍ ବର୍ଷା ହୋଇଥିବା ବେଳେ ୧୬ଟି ବ୍ଲକରେ ସ୍ୱଭାଭିବକ ବୃଷ୍ଟିପାତ ହୋଇଥିବାର ଜଣାପଡ଼ିଛି । ପୁଣି ଆସନ୍ତା ୯ରୁ ବୃଷ୍ଟିପାତ ହେବାର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଚଳିତ ମାସରେ ହୋଇଥିବା ବୃଷ୍ଟିପାତ ଚାଷୀ ମୁହଁରେ କିଛି ମାତ୍ରାରେ ହସଫୁଟାଇ ଥିବାର ପରିଲକ୍ଷିତ ହୋଇଛି । 

0
0
0
s2sdefault