ହେଡଲାଇନସ୍:

ମହାନଦୀର କରଡ଼ି ଘାଟରେ କୁମ୍ଭୀର ଆତଙ୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ (ଶାସକ ପ୍ରଶାସକ )– ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଞ୍ଚାୟତ କରଡ଼ି ଗ୍ରାମର ମହାନଦୀ ଘାଟରେ ଗତ ଦୁଇ ଦିନ ହେଲା ଗୋଟିଏ କୁମ୍ଭୀର ଆସି ରହିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକେ କୁମ୍ଭୀର କୁ ଦେଖିବା ପରେ ଗାଧୋଇବା ପାଇଁ ନଦୀକୁ ଯିବାକୁ ଭୟ କରୁଛନ୍ତି |

କୁମ୍ଭୀରଟି ମହାଦେବ ମନ୍ଦିର ଘାଟ ଓ ଅନ୍ୟାନ୍ୟ ଘାଟ ନିକଟରେ ବାହାରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | କୁମ୍ଭୀରଟି ବନ୍ୟା ଜଳରେ ଟିକରପଡ଼ା ଠାରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି l କୁମ୍ଭୀରକୁ ନେଇ ସାଧାରଣ ଲୋକ ଆତଙ୍କିତ ଥିବା ବେଳେ ବନ ବିଭାଗ କୁ ଜଣାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି l

0
0
0
s2sdefault