-
ନିରୀହ ଛାତ୍ର ଛାତ୍ରୀ ଦ୍ବନ୍ଦ୍ବରେ , ଅଭିଭାବକ ବି ଅସହାୟ
-
ଏହା ଠିକ କି ଭୁଲ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟ କଲେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସଡକ ନିୟମ ଆମକୁ ପିଲାଦିନୁ ପଢା ହୋଇଛି | ରାସ୍ତାର ବାମ ପଟେ ଚାଲିବ | ରାସ୍ତା ଅତିକ୍ରମ କଲାବେଳେ ଡାହାଣ ବାମ କୁ ଚାହିଁ ଅତିକ୍ରମ କରିବା | ସହରାଞ୍ଚଳରେ ଜେବ୍ରା କ୍ରସିଂରେ ରାସ୍ତାର ଏପରରୁ ସେପଟକୁ ଅତିକ୍ରମ କରିବ | ଅବଶ୍ୟ ଆମ ପିଲାବେଳେ ପଢିଥିଲେ | ଏବେ ସରକାର କହିଛନ୍ତି ରାସ୍ତାର ଡାହାଣ ପଟେ ଚାଲିବ | କହିଛନ୍ତି କଣ , ୟା ଭିତରେ ରାଜ୍ୟ ସରକାର ସଡକ ନିରାପତ୍ତା ନିୟମ ବଦଳେଇ ପଢାବହିରେ ଛାପି ପିଲାଙ୍କୁ ପଢିବାକୁ ଦେଇଛନ୍ତି | ଆଉ ଏବେ ଅନଲାଇନରେ ପିଲାଙ୍କୁ ମାଷ୍ଟ୍ରେ ଓ ଦିଦି ମାନେ ପଢ଼ାଉଛନ୍ତି |
ସରକାର ପଢାବହିରେ ଲେଖିଛନ୍ତି ମାନେ ନିହାତି ନିୟମ ସଂଶୋଧନ କରି ବହିରେ ପରିବର୍ତ୍ତନ କରିଥିବେ | ସରକାର ବହାଦୁର ବିଲେଇକି ବାଘ ବୋଲି ଲେଖି ପାରିବେନି ନା ! ଆଉ ଶିକ୍ଷା ବିଭାଗ ରେ ଥିବା ଜ୍ଞାନୀ ଗୁଣି ମାନେ ଏପରି ମୂର୍ଖାମୀ କରିବେନି ନା !!! ପିଲାଙ୍କ ପାଇଁ ବହି ଲେଖୁଥିବା ବା ପ୍ରସ୍ତୁତି ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ନିହାତି ଜ୍ଞାନୀ | ସେମାନେ ଯାହା ଲେଖିଥିବେ ବା ଲେଖେଇଥିବେ ତାହା ନିଶ୍ଚୟ ଠିକ ଥିବ |
ହେଲେ ଏବେ ଟିକେ ଦ୍ବନ୍ଦ୍ବ ଯେ କେବେ ସଡକ ନିୟମ ବଦଳିଲା ଜାଣି ହେଲାଣି | କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ ପାଠ୍ୟପୁସ୍ତକରେ ଲେଖା ଅଛି ଯେ "ଜଣେ ନିଜ ଡାହାଣକୁ ଚାଲିବା ଉଚିତ୍" | ଏବେ ଓଡିଆ ପାଠ୍ୟ ପୁସ୍ତକରେ ଉଲ୍ଲେଖ ଅଛି | ଆଉ ଏହି ବହିଟି ଡିପାର୍ଟମେଣ୍ଟ୍ ଅଫ୍ ସ୍କୁଲ୍ ଆଣ୍ଡ୍ ମାସ୍ ଏଜୁକେସନ୍ ଅଫ୍ ଓଡିଶା ଦ୍ୱାରା ପ୍ରସ୍ତୁତ | ଡିଏଭି ସ୍କୁଲ ଷ୍ଟାଣ୍ଡାର୍ଡ ୬ ର ଅନଲାଇନରେ କ୍ଳାସ କଲାବେଳେ ଶିକ୍ଷୟତ୍ରୀ ମଧ୍ୟ " ରାସ୍ତାର ଡାହାଣ ପାଖରେ ଯିବା ପାଇଁ" ପଢ଼ାଉଛନ୍ତି | ରାସ୍ତାର କୋଉ ପଟେ ଯିବା ବୋଲି ଶିକ୍ଷୟିତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ପିଲାମାନେ ଯେତେବେଳେ " ବାମ ପଟେ ଯିବା" ବୋଲି କହୁଛନ୍ତି, ଶିକ୍ଷୟିତ୍ରୀ କହୁଛନ୍ତି " ନାଁ ରାସ୍ତାର ଡାହାଣ ପଟେ ଯିବା " |
ଏ ବିଷୟରେ ଜଣେ ଅଭିଭାବକ ଡକ୍ଟର ବିଭୁଦତ୍ତ ମହାପାତ୍ର ସୋସିଆଲ ମିଡିଆରେ ଶେୟର କରିଛନ୍ତି " ମୋ ପୁଅର ଓଡିଆ ଶିକ୍ଷକ ଅନ୍ଲାଇନ୍ ମୋଡ୍ ମାଧ୍ୟମରେ ଛାତ୍ରମାନଙ୍କୁ ଶିକ୍ଷା ଦେଉଥିଲେ। ରାସ୍ତାର ଡାହାଣ ପଟେ ଯିବା ବୋଲି ପିଲାଙ୍କୁ ସେ ପଢ଼ାଉଥିଲେ | ଏହା ମୋ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା | ଯେହେତୁ ମୁଁ ଏହା ଜାଣେ ଏବଂ ଟ୍ରାଫିକ୍ ନିୟମ ଅନୁଯାୟୀ ମୋତେ ବାମକୁ ରଖିବାକୁ ମଧ୍ୟ ଶିଖାଯାଇଛି | ତେଣୁ ମୁଁ ମୋର ବନ୍ଧୁଙ୍କ ସହିତ ଚେକ୍ କଲି ଏବଂ କିଛି ମାସ ପୂର୍ବରୁ ପ୍ରକାଶିତ ଏହିପରି ଖବର ବିଷୟରେ ଜାଣିଲି ଏବଂ ଆବଶ୍ୟକ ସଂଶୋଧନ କରାଯାଇଛି | ସରକାର ସଂଶୋଧନ କରଛନ୍ତି ମାନେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ "ମଧୁ ଆପ" ରେ ସଂଶୋଧିତ ହୋଇଯାଇଥିବ | ହେଲେ ମଧୁ ଆପ୍ ସହିତ ସମାନ ଯାଞ୍ଚ କଲି ଏବଂ ସମାନ ଭୁଲ୍ (ରାସ୍ତାର ଡାହାଣ ପଟେ ଯିବା ) ସଂସ୍କରଣ ପାଇଲି | ତେଣୁ ଏଭଳି ଭୁଲ ଶିକ୍ଷା ଉପରେ ଅଙ୍କୁଶ ଲାଗିବ ଦରକାର | ନଚେତ ଏହା ଆଗକୁ ଭୟଙ୍କର ପରିସ୍ଥିତ ସୃଷ୍ଟି କରିପାରେ ବୋଲି ଶ୍ରୀ ମହାପାତ୍ର ଆଶଙ୍କା କରିଛନ୍ତି |
ଟେନି ବାସ୍ତବରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯିବା ଉଚିତ ହେ ବାସ୍ତବରେ ରାସ୍ତାରେ ଗଲାବେଳେ ଯୋଉ ବାଟେ ଯିବା | ବାମ ପଟେ ନାଁ ରାସ୍ତାର ଡାହାଣ ପଟେ ଯିବା !!!!! ପିଲାଙ୍କୁ ପଢ଼ାଯାଉଥିବା ବହି ଠିକ ଠିକ ନା ଭୁଲ !!!! ନାଇଁ ଯଦି ଭୁଲ , ତାକୁ ସଂଶୋଧନ କରାଯିବ କେବେ | ଏ ଯାବତ ମଧୁ ଆପରେ ସଂଶୋଧନ କରିନଥିବା ବେଳେ ବହିରେ ସଂଶୋଧନ କରାଯାଇଥିବା କି ନାହିଁ ତାହା ମା ଗଙ୍ଗେଇ ଜାଣନ୍ତି | ତେଣୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିବୃତ୍ତିବାଜି ପିଲାମାନଙ୍କୁ ଏପରି ଦ୍ଵନ୍ଦ୍ୱରୁ ମୁକ୍ତି ଦେଉ | ନହେଲେ ସରକାରଙ୍କ ଏହି ଭୁଲର ଭୟଙ୍କର ପରିଣତି ସଡକ ଉପରେ ପ୍ରତିଫଳିତ ହେବାର ଆଶଙ୍କାକୁ ଏଡାଇ ହେବନି |