-
ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଦୃଷ୍ଟିବାଧିତା ଗାୟତ୍ରୀଙ୍କୁ ଆଦିତ୍ୟ ବିରଳାରେ ମିଲିଲା ନିଯୁକ୍ତି
-
ସମସ୍ୟା ଓ ପ୍ରତିଭାକୁ ଲୋକଲୋଚନକୁ ଆଣିଥିବା "ଶାସକ ପ୍ରଶାସକ"କୁ ଦେଲେ କୃତଜ୍ଞତା
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ଢର୍ରୋପାଣି ଗ୍ରାମର ଦୃଷ୍ଟିବାଧିତା ଯୁବତୀ ଗାୟତ୍ରୀ ସାହୁ ମୁହଁରେ ଶେଷରେ ହସ ଫୁଟିଛି। ତାଙ୍କୁ ଆଦିତ୍ଯ ବିର୍ଲା କମ୍ପାନୀ ପକ୍ଷରୁ ଆୱାରନେସ କୋର୍ଡିନେଟେର ଭାବରେ ନିଯୁକ୍ତି ମିଳିଛି। ଗତ ଜୁନ୍ ୧ ତାରିଖରୁ ଏହି ପଦରେ ସେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। "ଶାସକ ପ୍ରଶାସକ" ନ୍ୟୁଜ ପୋର୍ଟାଲ ପକ୍ଷରୁ ତାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବାରୁ ସେ ଶାସକ ପ୍ରଶାସକକୁ କୃତଜ୍ଞତା ଜଣାଇଛନ୍ତି। ଦୃଷ୍ଟିବାଧିତା ଯୁବତୀ ଗାୟତ୍ରୀ ତାଙ୍କ ବାପାଙ୍କୁ ହରାଇବା ପରେ ଘରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ପାଠପଢାରେ ଡୋରି ବାନ୍ଧି ଥିଲେ। ତାଙ୍କ ବାପା ବିଡି କାରିଗର ମାନଙ୍କର ଠିକାଦାର କାମ କରୁଥିଲେ। ବାପା ଦେହାନ୍ତ ପରେ ଭାଇଙ୍କ ସ୍ବଳ୍ପ ରୋଜଗାରରେ ବିଧବା ମାଁ ସହ ଭାଇ ଭଉଣୀଙ୍କ ପ୍ରତିପୋଷଣ ଚାଲିଛି। ଏପରି ଦୟନିୟ ଅବସ୍ଥାରେ ଥାଇ ମଧ୍ୟ ଗାୟତ୍ରୀ ଦୁନିଆଁ ଚିନ୍ତାରେ କବିତା ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟି ଚାଲିଛନ୍ତି। କରୋନା ମହାମାରି ଉପରେ ସଚେତନତା କବିତା ଲେଖି ଓ ନିଜେ ଆବୃତ୍ତି କରି ସେ ଲୋକ ଲୋଚନକୁ ଆସିଥିଲେ। ତାଙ୍କର ଏହି ପ୍ରତିଭା ଶାସକ ପ୍ରଶାସକରେ ପ୍ରକାଶ ପାଇଲା ପରେ ଜିଲ୍ଲାପାଳ ସୁଭମ ସକ୍ସସେନା ତାଙ୍କୁ ନିଯୁକ୍ତି ଦେବାକୁ ଆଦିତ୍ୟ ବିର୍ଲା କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ଗାୟତ୍ରୀ ଆଦିତ୍ୟ ବିର୍ଲା କମ୍ପାନୀରେ ଆୱାରନେସ କୋର୍ଡିନେଟର ଭାବରେ କାର୍ଯ୍ୟରେ ଯୋଗଦାନ କରିଥିବା ସେ ଆମ ସମ୍ବଲପୁର- ଝାରସୁଗୁଡା ବ୍ଯୁରୋ ଚିଫ୍ ରମାକାନ୍ତ ବିଶ୍ବାଳଙ୍କୁ ସୂଚନା ଦେବାସହ ଶାସକ ପ୍ରଶାସକକୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ବି ମଞ୍ଜୁରୀ ପାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।
ଆମେ ଏଥିପାଇଁ "ଶାସକ ପ୍ରଶାସକ" ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା, ଜିଲ୍ଲାପ୍ରଶାସନକୁ ସର୍ବୋପରି ଆଦିତ୍ୟ ବିରଳା କର୍ତ୍ତୃପକ୍ଷଙ୍କୁ ଶାସକ ପ୍ରଶାସକ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରୁଛୁ |