ହେଡଲାଇନସ୍:

ସମ୍ବଲପୁର ମଣ୍ଡଳରେ ବ୍ୟବସାୟ ବିକାଶ ୟୁନିଟର ଭରଚୁଆଲ ପ୍ରେସମିଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ଭାରତୀୟ ରେଳୱେ ବୋର୍ଡର ନିର୍ଦେଶ ଅନୁସାରେ ମାଳ ପରିବହନ ବ୍ୟବସ୍ଥା ର ବୃଦ୍ଧି ଉପରେ ନିରନ୍ତର ଧ୍ୟାନ ଦେବା ପାଇଁ ଗଠିତ ବ୍ୟବସାୟ ବିକାଶ ୟୁନିଟ ର ପୂର୍ବତଟ ରେଳପଥ ସମ୍ବଲପୁର ରେଳ ମଣ୍ଡଳ ଦ୍ୱାରା ଏହି ବ୍ୟବସାୟ ବିକାଶ ୟୁନିଟ ର ଏକ ଭରଚୁଆଲ ପ୍ରେସ ମିଟ ଆଜି ସମ୍ବଲପୁର ସାମ୍ବାଦିକ ମାନଙ୍କୁ ନେଇ ଆୟୋଜିତ ହୋଇଛି l ଏହି ଭରଚୁଆଲ ପ୍ରେସ ମିଟ କୁ ସମ୍ବୋଧନ କରି ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ରେଳବାଇ ମାଳ ପରିବହନ ଗ୍ରାହକ ମାନଙ୍କ ଲାଭ ପାଇଁ ଉଦିଷ୍ଟ ଅଟେ l ରେଳବାଇ କ୍ରମାଗତ ଭାବରେ ଅନେକ ନୀତିଗତ ପଦକ୍ଷେପ ନେଇଛି ଏବଂ ଏହି ସମସ୍ତ ପଦକ୍ଷେପ ବାଣିଜ୍ୟ ଓ ଶିଳ୍ପ ରେ ପହଂଚିବା ଜରୁରୀ ଅଟେ l ଯାହା ଫଳରେ ରେଳବାଇ କୁ ଅଧିକ ଅତିରିକ୍ତ ଟ୍ରାଫିକ ଆକର୍ଷିତ ହେବ l ଏହା ସହିତ ଶ୍ରୀ କୁମାର ନୀତି, ପରିବହନ ଓ ସୁବିଧା ନେବାକୁ ଅପିଲ କରିଥିଲେ l ସେ ଆହୁରି ବିସ୍ତାର ଭାବରେ ଅବଲୋକନ ପୂର୍ବକ ବ୍ୟବସାୟ ବିକାଶ ୟୁନିଟ ରେ ଯେ କୌଣସି ଟ୍ରାଫିକ ପ୍ରସ୍ତାବ ଶୀଘ୍ର କାର୍ଯ୍ୟ କ୍ଷମତା ପାଇଁ ଏକ ନୋଡାଲ କେନ୍ଦ୍ର ଭାବରେ କାର୍ଯ୍ୟ କରିବ l

       ବ୍ୟବସାୟ ବିକାଶ ୟୁନିଟ ର ସଂଯୋଜକ ତଥା ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଡ଼. ମିଳିନ୍ଦ ହିରୱେ ରେଳ ବାଇ ଦ୍ୱାରା ମାଳ ପରିବହନ କୁ ଦ୍ୱିଗୁଣିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଏବଂ ସେହି ସମୟରେ ରେଳବାଇ ର ଅଂଶ କୁ ସୁଦୃଢ କରିବା ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ l ଏହି ଅବସରରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଏଲ.ଭି.ଏସ.ଏସ. ପାତ୍ରଡୁ, ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଏସ.ଏନ.  ନାୟକ, ବରିଷ୍ଠ ମଣ୍ଡଳ ଇଂଜିନିୟର ଜୟନ୍ତ କୁମାର ଖମାରି, ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ଯନ୍ତ୍ରୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ।

0
0
0
s2sdefault