ହେଡଲାଇନସ୍:

ସମ୍ବଲପୁର ଫୁଟବଲ ଛାତ୍ରାବାସ ସ୍ଥାନାନ୍ତରକୁ ପଶ୍ଚିମାଞ୍ଚଳ ଏକତା ମଂଚର  ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଫୁଟବଲ ଛାତ୍ରାବାସ  ରାଜ୍ୟରେ ନିଜର  ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।  ନାଁକରା ଫୁଟବଲ ତାରକା ସୃଷ୍ଟି  କରିବାରେ ସଫଳ ହୋଇଛି । ଏହାସହ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ମାନଙ୍କରେ  ଅନେକ ସଫଳତା ଅର୍ଜନ କରିଛି ବିଶେଷ କରି ମହିଳା ଫୁଟବଲ କ୍ଷେତ୍ର ରେ ଜାତୀୟ ସ୍ତରର ଖେଳାଳି ତିଆରି କରିପାରିଛି l ସମ୍ବଲପୁର ରେ ଫୁଟବଲ ର ଇତିହାସ କୁ ନଜର ରଖି ଏଠି ଆହୁରି ଭିତ୍ତି ଭୁମିର ବିକାଶ ପାଇଁ ବାରମ୍ବାର ଦାବି ହୋଇଛି l ହେଲେ ରାଜ୍ୟସରକାର ଭିତ୍ତି ଭୁମି ର ବିକାଶ ବଦଳରେ ସମ୍ବଲପୁର ରୁ ଫୁଟବଲ କୁ ମୁଳପୋଛ କରିବା ଷଡଯନ୍ତ୍ର ନିନ୍ଦନୀୟ l ସମ୍ବଲପୁର ର ଗାଁଗହଳିରେ ଏନେକ ପ୍ରତିଭା ରହିଛି ଏବଂ ଜାତୀୟ ଏବଂ ଆନ୍ତର୍ଜାତୀୟ  ସ୍ତରର ଖେଲାଲି ମଧ୍ୟ ତିଆରି ହୋଇସାରିଛନ୍ତି କିନ୍ତୁ ସୁଯୋଗ ଅଭାବରୁ ଅନେକ ପ୍ରତିଭା ଏବେ ମଧ୍ୟ ସାମ୍ନାକୁ ଆସି ପାରୁନାହାନ୍ତି l 

ସମ୍ବଲପୁର ରୁ ଫୁଟବଲ ହଷ୍ଟେଲ ଉଠିଗଲା ପରେ ଗ୍ରାମାଞ୍ଚଳ ର ଫୁଟବଲ ପ୍ରତିଭା ମାନେ ଆଦୌ ସୁଯୋଗ ପାଇପାରିବେ ନାହିଁ l ଏହା ସହ ସମ୍ବଲପୁର ରେ ଥିବା ଡ.ଝସକେତନ ସାହୁ  ସନ୍ତରଣାଗାର କୁ ରକ୍ଷଣାବେକ୍ଷଣ ପ୍ରତି  ଦୃଷ୍ଟି ଦେବା ସହ ଏହାକୁ ଆନ୍ତର୍ଜାତୀୟ ସ୍ତରର ସନ୍ତରଣାଗାର ଭାବେ  ବିକଶିତ କରିବାପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ଦାବୀ କରିଛି । ସମ୍ବଲପୁର ରେ ରାଜ୍ଯ ଏବଂ ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ ର ଆବଶ୍ୟକତା ରହିଛି ବୋଲି ମଂଚ ଦାବୀ କରିଛି । ଏହାସହ

 ସମ୍ବଲପୁର ରେ ନିର୍ମାଣ ଧିନ ସ୍ପୋର୍ଟସ କମ୍ପ୍ଲେକ୍ସ କୁ ଶୀଘ୍ର କାର୍ଯକ୍ଷମ କରି ଫୁଟବଲ ପ୍ରତିଭା ବିକଶିତ କରିବାପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଦାବୀକରାଯାଇଛି l ଏହା ସହ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟକ୍ଷମ ନହେଵା ପର୍ଯନ୍ତ ସମ୍ବଲପୁର ରୁ ସ୍ପୋର୍ଟସ ହଷ୍ଟେଲ କୁ ସ୍ତାନନ୍ତତରିତ ନ କରିବା ପାଇଁ ମଞ୍ଚ ତରଫରୁ ଦାବି କରାଯାଇଛି।

0
0
0
s2sdefault