ହେଡଲାଇନସ୍:

ତେଜିଲା ରାସାୟନିକ ସାରର ଅଭାବୀ ବିକ୍ରି ମାମଲା। ସମସ୍ଯାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଜିଲ୍ଲା ଝାରସୁଗୁଡ଼ା କଂଗ୍ରେସ କର୍ମକର୍ତ୍ତା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାରେ ଚାଷୀମାନଙ୍କ ପାଇଁ ରାସାୟନିକ ସାର ଅଭାବ ବର୍ତ୍ତମାନ ପାଇଁ ଏକ ଚିନ୍ତାଜନକ ବିଷୟରେ ପରିଣତ ହୋଇଛି।ଏହାକୁ ନେଇ ପୂର୍ବରୁ ଜିଲ୍ଲା ବିଜେପି ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ  ଚିଠି ମାଧ୍ୟମରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତାମାନେ  ମଧ୍ୟ ଆଜି ଏକ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏହି ସମସ୍ୟାର ସମାଧାନ ନିମନ୍ତେ ଦାବି ଜଣାଇଛନ୍ତି। 

 ଆଜି କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କର ସ୍ବାକ୍ଷର ବହନ କରୁଥିବା ଏକ ଚିଠିରେ ସେମାନେ ଅଭିଯୋଗ ଆଣିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜିଲ୍ଲାର ଚାଷୀମାନଙ୍କୁ ଯେତିକି ପରିମାଣରେ ରାସାୟନିକ ସାର ଯୋଗାଇବା ଉଚିତ ସେତିକି ପରିମାଣରେ ଯୋଗାଇବାକୁ ବିଫଳ ହୋଇଛନ୍ତି। ଯଦ୍ୟପି ଜିଲ୍ଲାରେ ପ୍ରାୟ ୫୦୦୦ ଟନ୍ ୟୁରିଆ ସାର ଆବଶ୍ୟକତା ରହିଛି, ସୋସାଇଟି ମାଧ୍ୟମରେ ମାତ୍ର ୨୦୦୦ ଟନ୍ ୟୁରିଆ ଯୋଗାଇ ସରକାର ହାତ ବାନ୍ଧି ବସି ରହିଛନ୍ତି। ସେହିପରି ଗ୍ରୋମୋର ସାର ଯୋଗାଇବା ପାଇଁ ମଧ୍ୟ ସରକାର ସକ୍ଷମ ହୋଇନାହାଁନ୍ତି। ଏହି ଦୁଇଟି ଯାକ ରାସାୟନିକ ସାର ସରକାର ଉପଲବ୍ଧ କରାଇ ପାରୁ ନ ଥିବାରୁ ଚାଷୀ ବାଧ୍ୟ ହୋଇ ବଜାରରୁ ଚଢ଼ା ଦରରେ ଏହାକୁ କିଣିବାକୁ ବାଧ୍ୟ ହେଉଛି। ଦେଶରେ କୋରୋନା ସଂକଟ ଯୋଗୁଁ ଚାଷୀ ଅର୍ଥନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ, ମହଙ୍ଗା ଦରରେ ସାର କିଣି ତାର ସମସ୍ୟାକୁ ବହୁଗୁଣିତ କରିବାକୁ ବାଧ୍ୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତାମାନେ। 

 ଅନ୍ୟପକ୍ଷରେ,ଗତ ତା:୨୩ /୦୭/୨୦୨୦ରେ ରାଜଧାନୀ ଭୁବନେଶ୍ଵରରେଏ ଏକ ପ୍ରଶାସନିକ ବୈଠକରେ ତରବରିଆ ଭାବରେ ପ୍ରଧାନମନ୍ତ୍ରୀ ବୀମା ଯୋଜନାକୁ ଲାଗୁ କରି ଚାଷୀମାନଙ୍କୁ ପ୍ରିମିୟମ ଭରିବା ପାଇଁ ଅତି କମ ସମୟ ଯୋଗାଇବା ନିଷ୍ପତ୍ତି ମଧ୍ୟ କେତେଦୂର ଠିକ୍ ବୋଲି କଂଗ୍ରେସ କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବୀମା ଯୋଜନାକୁ ଏପର୍ଯ୍ୟନ୍ତ ଚାଷୀ ମାନେ ଭଲ ଭାବରେ ବୁଝି ମଧ୍ୟ ପାରି ନାହାଁନ୍ତି। ତେଣୁ ଦେଶର ଅର୍ଥନୈତିକ ମେରୁଦଣ୍ଡ ଭାବରେ ପରିଚିତ ଥିବା ଚାଷୀମାନଙ୍କୁ ସମସ୍ତ ଉପାୟରେ ସହାୟତା ଯୋଗାଇ ଦେବା ପାଇଁ, ସାରର ଅଭାବୀ ବିକ୍ରି ଓ କଳାବଜାରୀ ବିକ୍ରି ବନ୍ଦ କରିବା ପାଇଁ ଓ ବୀମା ଯୋଜନା ପାଇଁ ଫର୍ମ ପୂରଣର ଶେଷ ତାରିଖ ଅତି କମରେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଇବା ପାଇଁ କଂଗ୍ରେସ ଦଳ ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠି ମାଧ୍ୟମରେ ଅନୁରୋଧ କରିଛି।

0
0
0
s2sdefault