ହେଡଲାଇନସ୍:

କୋଭିଡ ଯୋଦ୍ଧାଙ୍କୁ ସ୍ମରଣରେ  ନୀରବ ପ୍ରାର୍ଥନା କଲେ ଝାରସୁଗୁଡ଼ା ଜିଲ୍ଲାବାସୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ସାରା ବିଶ୍ବ କୋରୋନା କବଳରେ। ଏହି ସମୟରେ ପ୍ରତ୍ୟେକ ଦେଶର ସରକାର ଏହି ବିପର୍ଯ୍ୟୟର ମୁକାବିଲା କରିବା ସଙ୍ଗେ ସଙ୍ଗେ ଏହାର ସମ୍ମୁଖ ଭାଗରେ ଲଢ଼େଇ ଜାରି ରଖିଥିବା ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟେକ ସଦସ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରୁଛନ୍ତି ନିଜସ୍ବ ଉପାୟରେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସାରା ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ସଂଧ୍ୟା  ୬ଟା ସମୟରେ  ୧ ମିନିଟ୍ ପାଇଁ କୋରୋନା ବିପକ୍ଷରେ ଲଢ଼େଇ କରି ନିଜର ପ୍ରାଣ ବଳି ଦେଇଥିବା ସ୍ବାସ୍ଥ୍ୟ ବିଭାଗର ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ନିମନ୍ତେ। ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକେ ମୂଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇଥିଲେ। 

ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାରେ ଆଜି ଝଣ୍ଡାଛକରେ ସମବେତ ଜନତା କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗକୁ ସ୍ମରଣ କରି ସଂଧ୍ୟା ୬ଟାରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।  ପରିବେଶକୁ ଗୁରୁଗମ୍ଭୀର କରିଦେଇଥିବା ଏହି ସମବେତ ନୀରବ ପ୍ରାର୍ଥନା ଲୋକଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା। 

ଏହି ନୀରବ ପ୍ରାର୍ଥନାରେ ସନ୍ଦୀପ ଅୱସ୍ଥି ଅଧ୍ୟକ୍ଷତା କରିଥିଲେ। ଏହା ବ୍ୟତୀତ ତାପସ ରାୟ ଚୌଧୁରୀ, ରଘୁ ପଟେଲ, ତ୍ରିନାଥ ଗୋୟଲ, ରାଜୁ ପାଣିଗ୍ରାହୀ, ବାବୁନ ସରକାର, ଈଶ୍ବର ରାଓ, ପିଣ୍ଟୁ ପାଢ଼ୀ, ସନ୍ତୋଷ ରାଓ, ସୁରେଶ ମୋରେ, ସୁଶୀଲ ତିୱାରୀ, ତ୍ରିଲୋକ ଖାଟୁର ପ୍ରଭୃତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

ଜିଲ୍ଲାପାଳ କାର୍ଯ୍ୟାଳୟରେ ମଧ୍ୟ କର୍ମକ୍ଷେତ୍ରରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କୁ ସ୍ମରଣ କରି ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଲିଲି କୁମାରୀ  କୁଲ୍ଲୁ, ପିସିଆର ଏଣ୍ଡ ଆର୍ ସୁଶ୍ରୀ ସେଠୀ, ସୁଶ୍ରୀ ନିବେଦିତା ପ୍ରଧାନ, ଶ୍ରୀ ଯୁଗଲ ମାଝୀ, ଶ୍ରୀ ଅଶ୍ୱିନୀ କୁମାର ପଣ୍ଡା, ସୁଶ୍ରୀ ପୁନମ ବିନୀତା ବାଗେ,ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ମାନସ ରାୟ, ସିଏଓ,ଡିଏସଡବ୍ଲୁଓ,ଡିଏସଏସଓ,ଡିଏସଓ,ଡିଡବ୍ଲୁଓ,ଡିସିପିଓ,ଏଆରସିଏସ ପ୍ରଭୃତି ଅଧିକାରୀ ଓ ଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। 

ସେହିପରି, ଝାରସୁଗୁଡ଼ା ପୋଲିସ କାର୍ଯ୍ୟାଳୟରେ ମଧ୍ୟ ଝାରସୁଗୁଡ଼ା ଏସପି ରାହୁଲ ପି ଆରଙ୍କ ନେତୃତ୍ୱରେ, କୋରୋନା ସଂକ୍ରମଣର ରୋଗୀଙ୍କ ଚିକିତ୍ସାରେ ନିଜ ପ୍ରାଣ ବଳି ଦେଇଥିବା କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସଂଧ୍ୟା ୫ ଘଣ୍ଟା ୫୮ ମିନିଟରେ ଏକ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହା ବ୍ୟତୀତ ମୂଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କୋରୋନା ବିରୋଧରେ ଲଢ଼େଇ ଜାରି ରଖିବାକୁ ଶପଥ ପାଠ ମଧ୍ୟ କରାଯାଇଥିଲା।

0
0
0
s2sdefault