ହେଡଲାଇନସ୍:

ବରଗଡ଼ ଜିଲାରେ ୮୧ କରୋନା ପୋଜିଟିଭ ଚିହ୍ନଟ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା :-ବରଗଡ ଜିଲାରେ ଆଜି ୮୧ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡ଼ ପୌରାଞ୍ଚଳରେ ୩୨,ସୋହେଲା ବ୍ଲକ ୪ , ଭେଡେନ ବ୍ଲକ ୩,ଭଟଲି ବ୍ଲକ ୧୧,ଗାଇସିଲେଟ ବ୍ଲକ ୧୫,ଅମ୍ବାଭୋନା ୪,ପଦ୍ମପୁର  ଏନଏସି 3,ବରପାଲି ଏନଏସି8, ଓ ବରଗଡ ବ୍ଲକ 1 କରୋନା ପୋଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । 

ସୋହେଲା ବ୍ଳକରେ ଚିହ୍ନଟ ହୋଇଥିବା 4 କରୋନା ପୋଜିଟିଭ ମଧ୍ୟରୁ ୩ ଜଣ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି କ୍ୱାରେନଟାଇନ ସେଣ୍ଟରର ହୋଇଥିବାବେଳେ ଆଉ ଜଣେ ପେଟୁପାଲି ଗ୍ରାମର କୁଆରେନଟାଇନ ସେଣ୍ଟର ବୋଲି ଜଣାପଡିଛି । ସାଲେପାଲି ସେଣ୍ଟରରେ ରହୁଥିବା ଲୋକମାନେ କୋଲକତା ଫେରନ୍ତା । ବୌଦ୍ଧ ଜିଲ୍ଲାର ଜଣେ ଯୁବକ ସାଲେପାଲି ଗ୍ରାମ ନିକଟସ୍ଥ ବିଜାପାଲି ଗ୍ରାମରେ ବାହା ହୋଇଛନ୍ତି । ସେ କୋଲକତାରେ କୌଣସି ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେ ଏବଂ ତାଙ୍କ ୨ପିଲା, ପତ୍ନୀ ଓ ତାଙ୍କ ମାଆଙ୍କ ସହିତ ବିଜାପାଲିକୁ ଆସି ସାଲେପାଲି କୁଆରେନଟାଇନ ସେଣ୍ଟରରେ ରହିଥିଲେ । ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ପଠା ଯାଇଥିଲା ।  ଆଜି ତାଙ୍କ (୪୧)ଏବଂ ତାଙ୍କ ମାଆ(୬୫) ଓ ପୁଅ(୪)ଙ୍କ ରିପୋର୍ଟ ପୋଜିଟିଭ ଆସିଥିଲା । ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସେହିପରି ପେଟୁପାଲି କୁଆରେନଟାଇନ ସେଣ୍ଟରରେ ରହୁଥିବା ଯୁବକଙ୍କ ଘର ବ୍ରଜରାଜନଗର କୁଟୁରାପାଲି । ସେ ପେଟୁପାଲି ଗ୍ରାମର ସମ୍ପର୍କୀୟ ଜଣେ ପିଲାକୁ ତାଙ୍କ ସହିତ ରଖି ପାଠ ପଢ଼ାଉଛନ୍ତି । ସେହି ପିଲାକୁ ଛାଡିବା ପାଇଁ ସେ ପେଟୁପାଲି ଆସିଥିଲେ । କିନ୍ତୁ ଉକ୍ତ ପିଲାକୁ କୁଆରେନଟାଇନ ସେଣ୍ଟରରେ ରହିବାକୁ ପଡିବାରୁ ସେ ମଧ୍ୟ ତା ସହିତ ରହି ଯାଇଥିଲେ । ତାଙ୍କ ବୟସ ୨୪ ବର୍ଷ ହେବ ।କେବଳ ତାଙ୍କ ସ୍ୱାବ ରିପୋର୍ଟ ପୋଜିଟିଭ ଆସିଥିଲା ବୋଲି ସୋହେଲା ବିଡ଼ିଓ ବିଶ୍ୱ ରଞ୍ଜନ କର ସୂଚନା ଦେଇଛନ୍ତି । ଏହି ଖବର ଆସିବା ପରେ ସୋହେଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସମୀର କୁମାର ପଣ୍ଡା ଏବଂ ପିଏଚଇଓ ସୁଦାମ ଚରଣ ପାଣିଗ୍ରାହୀ ଓ ଷ୍ଟାଫ ଉକ୍ତ ଦୁଇ କୁଆରେନଟାଇନ ସେଣ୍ଟରକୁ ଯାଇ ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । କରୋନା ରିପୋର୍ଟ ପୋଜିଟିଭ ଆସିଥିଲେ ମଧ୍ୟ ସେମାନଙ୍କ ଶରୀରରେ  କରୋନାର ବିଶେଷ ଲକ୍ଷଣ ନ ଥିବା ପ୍ରକାଶ । ସମସ୍ତଙ୍କୁ କୁଆରେନଟାଇନ ସେଣ୍ଟରରେ ସ୍ୱତନ୍ତ୍ର ଭାବରେ ରଖାଯାଇଛି । ଏହା ପୂର୍ବରୁ ସୋହେଲା ବ୍ଲକରେ ୩ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତେ ସୁସ୍ଥ ହୋଇ ଘରେ ରହୁଛନ୍ତି ।

0
0
0
s2sdefault