ପୋଲିସ ଖୋଜୁଛି ମୃତ୍ୟୁର କାରଣ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତେଙ୍ଗା ପଂଚାୟତ ର ପୁଟୁ ବଂଛୋର ଙ୍କର ପତ୍ନୀ ପ୍ରେମ ବଂଛୋର (25) ଓ ତାଙ୍କର ପାଞ୍ଚ ବର୍ଷର ନାବାଳିକା ଝିଅ ର ମୃତଦେହ ପରିବାର ଲୋକେ ଏକ କୂଅରୁ ଉଦ୍ଧାର କରିଥିବା ଜଣା ପଡ଼ିଛି । ପରିବାର ଲୋକଙ୍କ କହିବା ମୁତାବକ ନିଜ କୁନି ଝିଅକୁ ଏକ କପଡା ସାହାଯ୍ୟ ରେ ନିଜ ପେଟରେ ବାନ୍ଧି ପ୍ରେମ କୂଅକୁ ଡେଇଁ ପଡିଛି । ଆଜି ସନ୍ଧ୍ୟା ପରେ ପାଇକମାଲ ଥାନାକୁ ଏହି ଖବର ପହଂଛିବା ପରେ DSP ଶ୍ରୀ ଦିନେଶ କୁମାର ନାୟକ ଓ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନେତୃତ୍ୱରେ ପୋଲିସ ଟିମ ପହଂଛି ତଦନ୍ତ ଜାରି ରଖିଛନ୍ତି । ଶୁକ୍ରବାର ସକାଳୁ ଶବ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟକୁ ପଠାଯିବ ବୋଲି ଜଣା ପଡ଼ିଛି ।