-
ଲୋକେ ଖାଇବାକୁ ପାଉନାହାନ୍ତି, କରୋନା ବେଳେ ଗରିବଙ୍କ ପିଠିରେ ପହଁରା
-
ବିଦ୍ୟୁତ ସଂଯୋଗ ପାଇଁ ବିପିଏଲ ଗ୍ରାହକଙ୍କୁ ମାଗୁଛି ପାଂଚ ହଜାର
-
ବିଦ୍ୟୁତ ସଂଯୋଗ ନଦେଲେ ଆମରଣ ଅନଶନ କରିବେ ବୋଲି ଗ୍ରାମବାସୀଙ୍କ ନିଷ୍ପତ୍ତି
ବରଗଡ଼(ଶାସକ ପ୍ରଶାସକ)- କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା ଦୈନିକ ମଜୁରୀ କରି ପେଟ ପାଟଣା ଚଲାଉଥିବା ପରିବାରଙ୍କ ସମସ୍ୟା ଉତ୍କଟ ହୋଇଛି । ଏଭଲି ସ୍ଥିତି ରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲ ଗ୍ରାମ ପଞ୍ଚାୟତର ଡୁଙ୍ଗୁରୀପାଲି ଗ୍ରାମର ୩୦ଟି ପରିବାରକୁ ଯେଉଁ ମାନେ ଗତ ୨ ବର୍ଷ ତଳେ ବିପିଏଲ ବିଦ୍ୟୁତ ସଂଯୋଗ ପାଇଥିଲେ, ପ୍ରତି ପରିବାର ଠାରୁ ୫ ହଜାର ଟଙ୍କା ଲେଖାଏଁ ବିଦ୍ୟୁତ ବିଲ ଦେବାକୁ କହି ଏ ପରିବାର ର ବିଦ୍ୟୁତ ସଂଯୋଗ କୁ ପାଇକମାଲ ୱେସକୋ( ବିଦ୍ୟୁତ ) ବିଭାଗ କାଟି ଦେଇଛି । ଆଗରୁ କୌଣସି ନୋଟିସ ନାହିଁ | ପୂର୍ବରୁ କୌଣସି ବିଲ ବି ଦେଇ ନାହାନ୍ତି | ଦେୟ ବାବଦରେ ଆଗରୁ କୌଣସି ନୋଟିସ ନ ଦେଇ ହଠାତ୍ ଗତ ଅଗଷ୍ଟ ୪ ତାରିଖ ଦିନ ୱେସକୋ ଲାଇନ୍ ମେନ ଏ ସମସ୍ତ ଘରର ବିଦ୍ୟୁତ ସଂଯୋଗ କାଟି ଦେଲେ । ବିପିଏଲ ଆଧାରରେ ବିଦ୍ୟୁତ ସଂଯୋଗ ପାଇଥିବା ଏହି ୩୦ ଟି ପରିବାର ପ୍ରାୟ ସମସ୍ତେ ଆଦିବାସୀ ଓ ଦଳିତ ସଂପ୍ରଦାୟର ବିପିଏଲ ପରିବାର ଅଟନ୍ତି । ଦୈନିକ ମଜୁରୀ କଲେ ପରିବାରର ଗୁଜରାଣ ମେଣ୍ଟାଉଥିବା ବେଲେ ଏ କରୋନା ମହାମାରୀ ବେଳେ ବିଦ୍ୟୁତ ସଂଯୋଗ କାଟିଦେବା ଓ ପ୍ରତି ପରିବାର ୫ ହଜାର ଟଙ୍କା ବିଦ୍ୟୁତ ଦେୟ ଦେବାକୁ ତାଗିତ କରିବା ବୋଝ ଉପରେ କରୋନା ମାଡ ସଦୃଶ । ଅନ୍ୟ ପକ୍ଷରେ ଏହି ଗାଁର ବିପିଲ ପରିବାରକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ଲଗାଇ ସେଠାରୁ ଲୋକଙ୍କୁ ଲାଇନ ଦେବାର ଥିବା ବେଲେ ଏଯାବତ ଦି ବର୍ଷ ଭିତରେ ସେ ଟ୍ରାନ୍ସଫର୍ମର ଲାଗିପାରିଲା ବି ନାହିଁ | ସେ ଟ୍ରାନ୍ସଫର୍ମର କୁଆଡେ ବୋଲି ଗ୍ରାମବାସୀ ପଚାରିବା ବେଳେ ୱେସ୍କୋ କର୍ତ୍ତୃପକ୍ଷ ଚୁପ |
ଅପରପକ୍ଷରେ ୱେସ୍କୋର ଏପରି ମନାମାନୀର ପ୍ରତିବାଦରେ ଆଜି ଗ୍ରାମବାସୀ ପାଇକମାଲ ୱେସକୋ ଏସଡିଓ ଶ୍ରୀ ପୁରନ୍ଦର ସାହୁ ଙ୍କୁ ଭେଟି ତୁରନ୍ତ ବିଦ୍ୟୁତ ସଂଯୋଗ ନ ଦେଲେ ଆମରଣ ଅନଶନ କରିବା ପାଇଁ ସର୍ବଶ୍ରୀ ରୋହିତ ଧରୁଆ, ତୁଲାରାମ ଛତର,ଭଗବତୀ ବିଭାର,ଲାବଣ୍ୟ ପାଣ୍ତେ,ଯାମା ଭୋଇ ଲିଖିତ ଜଣାଇଛନ୍ତି ।