-
ଅନଲାଇନ ପାଠ ପାଇଁ ମୋବାଇଲରେ ନେଟୱର୍କ ପାଇବାକୁ ଛାତ୍ରଛାତ୍ରୀ ଚଢୁଛନ୍ତି ଗଛ ଓ ଟାୱାର ଉପର
-
ସବୁଠି ଉପଲବ୍ଧ ନାହିଁ ନେଟୱାର୍କ ଇଣ୍ଟରନେଟ ସୁବିଧା, ବିକଳ ଚିତ୍ର। ଝାରବନ୍ଧ ବ୍ଲକ ଅଭ୍ୟନ୍ତର ଅଞ୍ଚଳର
ଝାରବନ୍ଧ/ମନୋହର ଦାଶ : କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି।ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଲକଡାଉନ ଘୋଷଣା କରାଯାଇ ସ୍କୁଲ କଲେଜ ବନ୍ଦ ରଖା ଯାଇଛି।ଏ ଯାଏଁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇପାରି ନ ଥିବା ବେଳେ ଘରେ ରହି ପାଠ ପଢିବାକୁ ଓ ପଢ଼ାଇବାକୁ ଛାତ୍ରଛାତ୍ରୀ ମାନଙ୍କୁ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସରକାରଙ୍କ ପକ୍ଷ ରୁ ପରାମର୍ଶ ଦିଆଯାଇଛି।ତେଣୁ ଵର୍ତମାନ ଦୀର୍ଘଦିନ ହେଲାଣି ଘରୋଇ ସ୍କୁଲ ଗୁଡିକ ପକ୍ଷରୁ ଅନଲାଇନ ପାଠପଢା ଆରମ୍ଭ ହୋଇଗଲାଣି।ରାଜ୍ୟ ସରକାର ଅନଲାଇନ ପାଠପଢ଼ା କଥା କହୁଥିବା ବେଳେ କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ନାରା ଦେଉଛନ୍ତି। କିନ୍ତୁ ପରିତାପର ବିଷୟ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ଏବେ ବି ଏପରି ଅନେକ ପଞ୍ଚାୟତ ରହିଛି ଯେଉଁଠି ମୋବାଇଲ ନେଟୱର୍କ ଠିକଭାବେ ଅସୁନି। ଏଭଳି କ୍ଷେତ୍ର ରେ ଅନଲାଇନ ପାଠପଢା କିଭଲି ସମ୍ଭବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପାଠ ପଢିବା ପାଇଁ ଇଣ୍ଟରନେଟ ଆଶାରେ ଛାତ୍ରଛାତ୍ରୀ ମାନେ କେଉଁଠି ଗଛ ଉପରକୁ ଚଢି ନେଟୱର୍କ ଖୋଜୁଛନ୍ତି ତ କେଉଁଠି ଜୀବନକୁ ବାଜି ଲଗାଇ ପ୍ରାୟ ୧୫୦ ଫୁଟ ଉଚ୍ଚ ର ଓଭର ହେଡ ପାଣି ଟାଙ୍କି ଉପରକୁ ଅବା କାହାଘରର ଛାତ ଉପରକୁ ଚଢି ଇଣ୍ଟରନେଟ ଖୋଜି ଅନଲାଇନ ମାଧ୍ୟମରେ ପାଠପଢୁଛନ୍ତି। ବ୍ଲକ ଲଉଡିଦରହା ପଞ୍ଚାୟତ ଲଉଡିଦରହା ଗାଁ ରେ ଏବଂ ନିଲଜିପତ୍ରା ଗାଁ ରେ ନିର୍ମାଣ ହୋଇ ଥିବା ଓଭର ହେଡ ପାଣି ଟାଙ୍କି ଉପରକୁ ଚଢି ଛାତ୍ରଛାତ୍ରୀ ଅନଲାଇନ ରେ ପାଠ ପଢୁଥିବାର ବିକଳ ଚିତ୍ର ଦେଖିବାକୁ ମିଳିଛି।ଗଛ ରୁ ହିଟିପଡି ଛାତ୍ରଛାତ୍ରୀ ଖଣ୍ଡିଆ ଖବରା ହେଉଥିବା ନଜର ରହିଛି। ଝାରବନ୍ଧ ବ୍ଲକ ର ଭଳି ଜଙ୍ଗଲ ,ପାହାଡ଼ ଘେରା ଅଞ୍ଚଳ ରେ ଏହି ଅନଲାଇନ ଶିକ୍ଷା ଦାନ ସମ୍ପୂର୍ଣ୍ଣ ବିଫଳ ହୋଇଛି।ବ୍ଲକ ର ଅଳ୍ପ କେତେକ ପଞ୍ଚାୟତକୁ ଛାଡି ଦେଲେ ପ୍ରାୟ ଅଧିକ ଅଞ୍ଚଳ ରେ ମୋବାଇଲ ନେଟୱର୍କ ଏ ପର୍ଯ୍ୟନ୍ତ ଉପଲବ୍ଧ ହେଇ ପାରିନାହିଁ। ଅନ୍ୟପକ୍ଷ ରେ ଗ୍ରାମାଞ୍ଚଳ ର ଅନେକ ଗରିବ ଲୋକଙ୍କ ପାଖରେ ସ୍ମାର୍ଟଫୋନ ନାହିଁ।କେତେକ ଗରିବ ଶ୍ରେଣୀ ର ଲୋକେ ଗାଈ,ବଳଦ, ଛେଳି,ମେଣ୍ଢା ବିକ୍ରି କରି ତଥା ଜମି ଗହଣା ପକାଇ ତାଙ୍କ ପୁଅ ଝିଅ ମାନଙ୍କ ପାଇଁ ସ୍ମାର୍ଟଫୋନ କିଣିଦେଇଥିବାର ନଜରକୁ ଆସିଛି। ବର୍ତ୍ତମାନ ଲଉଡିଦରହା ଗ୍ରାମ ଠାରେ ନୂତନ ହୋଇ ସ୍ଥାପିତ ହୋଇଥିବା ୩୩/୧୧ ବିଦ୍ୟୁତ ସବଷ୍ଟେସନ ପ୍ରତ୍ୟହ ଦିନକୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ଯାଉଛି।ସେଥିରୁ ପୁଣି ଛାତ୍ର ଛାତ୍ରୀ ମାନଙ୍କୁ ବାଧକ ସାଜିଛି ବିଦ୍ୟୁତ ଲାଇନ ।କେବଳ ସହରାଞ୍ଚଳ ଛାତ୍ରଛାତ୍ରୀ ହି ଏହି ଅନଲାଇନ ପଢ଼ାର ସୁଯୋଗ ପାଉଛନ୍ତି।ଲଉଡିଦରହା କୃଷି ସମବାୟ ସମିତି ଅଫିସ ତଥା ପଞ୍ଚାୟତ ଅଫିସ ଏବଂ ଆର ଆଇ ଅଫିସ ଅଛି। ଏବଂ ପ୍ରତି ଘରେ ଗୋଟିଏରୁ ଉର୍ଦ୍ଧ୍ବ ମୋବାଇଲ ୟୁଜର ରହିଛନ୍ତି । ତା ସତ୍ୱେ କୌଣସି ଟାୱାର ବସାଯାଇନାହିଁ ଏ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସେବା ସମବାୟ ସମିତି ସମ୍ପାଦକ ରାଧେଶ୍ୟାମ ଖରସେଲ,ଗୋବର୍ଧନ ସାହୁ,ଅସ୍ୱିନୀ ଦାଶ,ଦେବରାଜ ସାହୁ ଗ୍ରାମପଞ୍ଚାୟତ ସରପଞ୍ଚ ବଳରାମ ଖମାରୀ ଦାବିକରିଛନ୍ତି।