ହେଡଲାଇନସ୍:

ପଂଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ୍ ସୁପରିଚାଳନା ଏବଂ  ପ୍ଲାଜମା ଥେରାପି ପାଇଁ ପ୍ଲାଜମା ସଂଗ୍ରହ ଉପରେ ନେଲେ ସମୀକ୍ଷା ବୈଠକ   ।

ଭୁବନେଶ୍ୱର(ଦିଲ୍ଲୀପ ମହାନ୍ତି ) : ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜି ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି ପୂର୍ବାହ୍ନରେ ଜିଲ୍ଲା କୋଭିଡ୍ ପରିଚାଳନା କାର୍ଯ୍ୟକ୍ରମ ଓ ପ୍ଲାଜମା ଥେରାପି ଚିକିତ୍ସା ପାଇଁ କୋଭିଡ୍ ସୁସ୍ଥ ବ୍ୟକ୍ତଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯିବା ସକାଶେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ବାରିପଦା ଓ ରାଇରଙ୍ଗପୁର ଠାରେ ସମୀକ୍ଷା ମୂଳକ ଆଲୋଚନା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ଲାଜମା ସଂଗ୍ରହ ତଥା ପରିଚାଳନା ଦାୟିତ୍ୱରେ ଥିବା ପଂଚାୟତରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା ଜିଲ୍ଲା ଗସ୍ତରେ ଆସି ଆଜି  ପୂର୍ବାହ୍ନରେ ଜିଲ୍ଲା  ପ୍ରଶାସନ ତତ୍ୱାବଧାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିନି ଭିଡିଓ କନଫରେନ୍ସସିଂ ହଲରେ ଅନୁଷ୍ଠିତ   ବୈଠକରେ ଯୋଗ ଦେଇ ସଂପ୍ରତି କୋଭିଡ୍-୧୯ ସଂକ୍ରମଣର ପ୍ରତିରୋଧ ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ସମୀକ୍ଷାରେ ଜିଲ୍ଲାର ଗ୍ରହଣ କରାଯାଇଥିବା  ପଂଚାୟତ କ୍ଲଷ୍ଟର ସ୍ତରରେ ପରିଚାଳନା କରାଯାଉଥିବା କୋଭିଡ୍ ଟିଏମ୍ସି /କୋଭିଡ୍ କେୟାର ହୋମ ପରିଚାଳନା ସଂପର୍କରେ ଜିଲ୍ଲାପାଳ ମୟୂରଭଞ୍ଜ ଶ୍ରୀ ବିନୀତ୍ ଭାରଦ୍ୱାଜ୍ ସୂଚାଇଥିଲେ । ଏହା ଉପରେ ମନ୍ତ୍ରୀ ଜିଲ୍ଲାରେ ଅଦ୍ୟାବଧି ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ନାମ ତାଲିକା ପ୍ରସ୍ତୁତି ଅନଲାଇନରେ ପଞ୍ଜିକୃତ କରାଇବା ସହ ସେମାନଙ୍କୁ ପ୍ଲାଜମା ଦାନ / ସଂଗ୍ରହ ପାଇଁ ପ୍ରଶାସନିକ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ ପୂର୍ବକ ପ୍ରୋତ୍ସାହିତ  କରିବାକୁ ପରାମର୍ଶ ଦେଇଥିଲେ । ଏହାର ଏକ ତାଲିକା ବ୍ଲକୱାରୀ ସଂପୃକ୍ତ ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ବିଡିଓ ଙ୍କ ତତ୍ୱାବଧାନରେ ପ୍ରଦାନ କରିବାକୁ ପରାମର୍ଶ ଦେବା ସହ ସ୍ୱାସ୍ଥ୍ୟ ବିଭାଗ ନିୟମାବଳୀ  ଅନୁସାରେ ଆସନ୍ତା ୭ ଦିନ ମଧ୍ୟରେ କୋଭିଡ୍ ସୁସ୍ଥ ୧୮ ରୁ ୬୦ ବର୍ଷ ଯୋଗ୍ୟବ୍ୟକ୍ତି ମାନଙ୍କ ଠାରୁ ପ୍ଲାଜମା ସଂଗ୍ରହ କରିବା ପାଇଁ କାର୍ଯ୍ୟକ୍ରମ ତ୍ୱରାନ୍ନିତ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ପ୍ରସଙ୍ଗ କ୍ରମରେ ମନ୍ତ୍ରୀ ଗୃହ ଓ ନଗର ଉନ୍ନୟନ ବିଭାଗ ଯୋଜନା କାର୍ଯ୍ୟକ୍ରମରେ ପରିମଳ ବ୍ୟବସ୍ଥା ସୁପରିଚାଳନା ପାଇଁ ବାରିପଦା ସହାରାଂଚଳରେ କାର୍ଯ୍ୟକାରୀ କରାଯାଉଥିବା ମିନି କମ୍ପୋଷ୍ଟ ପ୍ରକଳ୍ପ / ମ୍ୟାଟେରିଆଲ୍ ରିକଭରି, ଫେସିଲିଟେଡ୍ ସେଣ୍ଟର (ଏମ୍ଆର୍ଏଫସି) କାର୍ଯ୍ୟକ୍ରମ ଅଗ୍ରଗତିର ସ୍ଥିତି ସଂପର୍କରେ ଗ୍ରହଣ କରାଯାଇ ପଦକ୍ଷେପ ଉପରେ ଆଲୋଚନା କରିବା ସହିତ ଏମ୍ଜିଏମ୍ଆର୍ଇଜିଏ ଯୋଜନା କାର୍ଯ୍ୟକ୍ରମରେ ସହାରଂଚଳ ଓ ଗ୍ରାମାଂଚଳରେ ମିନିପାର୍କ ଉନ୍ନତି କରଣ,  ବିଭିନ୍ନ ବିଦ୍ୟାଳୟ  ଓ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱାରାନ୍ନିତ କରାଯିବା ପାଇଁ ପିଡିଡିଆରଡିଏ ଙ୍କୁ ପରାମର୍ଶ ଦେଇଥିବାବେଳେ ଜିଲ୍ଲାକୁ କେନ୍ଦ୍ରୀୟ ଅର୍ଥ କମିଶନ(ସିଏଫସି) ଓ ରାଜ୍ୟ ଅର୍ଥ କମିଶନ(ଏସ୍ଏଫସି) ଅର୍ଥ ଅନୁଦାନ ପାଣ୍ଠି ସହାୟତାରେ ପ୍ରକଳ୍ପ କାର୍ଯ୍ୟକ୍ରମ ତ୍ୱାରାନ୍ନିତ କରିବାକୁ ପରାମର୍ଶ ଦେଇଥିଲେ । 

ଅନୁଷ୍ଠିତ  ବୈଠକରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟସଭା ଏମପି ମମତା ମହାନ୍ତ, ବିଧାୟକ ମୋରଡା ରାଜକିଶୋର ଦାସ, ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ପିଡିଡିଆର୍ଡିଏ ସ୍ୱାଧା ଦେବ ସିଂ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୟୂରଭଞ୍ଜ ବିବେକାନନ୍ଦ ସାହୁ, ଉପଜିଲ୍ଲାପାଳ ବାରିପଦା ତଥା ନିର୍ବାହୀଅଧିକାରୀ ପି. ଅନ୍ୱେଷା ରେଡ୍ଡି, ଉପଜିଲ୍ଲାପାଳ କପ୍ତିପଦା (ଉଦଳା) ଶ୍ରୀ ଭଗବାନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା  ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର, ପିଆରଏମ୍, ଏମସିଏଚ୍ ତ୍ତତତ୍ୱାବଧାରକ  ପ୍ରଫେସର ଡା. ରମାରଞ୍ଜନ ମହାନ୍ତିଙ୍କ ସମେତ  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଏସ୍ଡିସି ଚେୟାରମ୍ୟାନ୍ ଡା. ଦେବାଶିଷ ମାର୍ଣ୍ଡି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫେସିଲେସନ୍ କେନ୍ଦ୍ରଗୃହରେ ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀରେ ପଂଚାୟତିରାଜ ଓ ପାନୀୟଜଳ ବୀଭାଗ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ ଜିଲ୍ଲାରେ ଜଟିଳ ତଥା ଗୁରୁତ୍ୱର କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କ ପ୍ଲାଜମା ଥେରାପି ଚିକିତ୍ସା ପାଇଁ କୋଭିଡ୍ ସୁସ୍ଥ ବ୍ୟକ୍ତି ୧୮ ରୁ ୬୦ ବର୍ଷ ଯୋଗ୍ୟ ବ୍ୟକ୍ତି ମାନଙ୍କ ଠାରୁ ଜିଲ୍ଲାପ୍ରସାଶନ ତତ୍ୱାବଧାନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ଲାଜମା ସଂଗ୍ରହ କରାଯିବା କାର୍ଯ୍ୟକ୍ରମ ସଂପର୍କରେ ସୂଚାଇଥିଲେ । ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସାର ସଫଳତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଚିକିତ୍ସାକୁ ବିଶେଷ ଗୁରୁତ୍ୱ ଦେଇଥିବା ଉଲ୍ଲେଖ କରିବା ସହ ଏହାଦ୍ୱାରା ଗୁରୁତର କୋଭିଡ୍ ରୋଗୀଙ୍କୁ ମୃତୁ୍ୟ ମୁଖରୁ ରକ୍ଷା କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ । ଏ ଦିଗରେ କୋଭିଡରୁ  ସୁସ୍ଥ ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହିତ  କରିବା ପାଇଁ କାର୍ଯ୍ୟକ୍ରମକୁ ଜିଲ୍ଲାରେ ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରିବା ପାଇଁ ସହଯୋଗ କାମନା କରିଥିଲେ । ତତ୍ପରେ ମନ୍ତ୍ରୀ ଶ୍ରୀ ଜେନା ବାମନଘାଟି ରାଇରଙ୍ଗପୁର ଉପଖଣ୍ଡ ଗସ୍ତରେ ଯାଇ ଅପରାହ୍ନରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ବୈଠକରେ ଯୋଗଦେଇ ସଂପୃକ୍ତ ଉପଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ କୋଭିଡ୍ ପରିଚାଳନା ଏବଂ ପ୍ଲାଜମା ଦାନ ଓ ସଂଗ୍ରହ ସଂପର୍କରେ ସମୀକ୍ଷା କରିଥିଲେ ।

0
0
0
s2sdefault