ହେଡଲାଇନସ୍:

"କୋଭିଡ୍-୧୯ ସ୍ଥିତିରେ ଚାଷୀମାନଙ୍କ ନିକଟରେ ପହଂଚିବା ବଡ ମାଧ୍ୟମ ସାଜିଛି ସାମାଜିକ ଗଣମାଧ୍ୟମ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲକ ଡାଉନ ବେଳେ ଭର୍ଚୁଆଲ୍ ମାଧ୍ୟମରେ ଚାଷୀଙ୍କ ପାଖରେ ପହଂଚିଛି କୃଷି ବିଭାଗ 

"ହ୍ୱାଟସ୍ଆପ୍ ଗ୍ରୁପରେ  ସାମିଲ ହୋଇଛନ୍ତି  ୯ ଲକ୍ଷ ୨୦ ହଜାରରୁ ଅଧିକ  ଚାଷୀ '

" ଚାଷୀଙ୍କ ପାଖରେ ସିଧାସଳଖ ପହଂଚିଛି ବହୁ ସମୟୋପଯୋଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା : ମନ୍ତ୍ରୀ ଡ. ସାହୁ

 ଭୁବନେଶ୍ୱର(ଶାସକ ପ୍ରଶାସକ) : କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଦ୍ରୁତ ପ୍ରଗତି ଦିଗରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସୋସିଆଲ୍ ମିଡିଆର ବହୁଳ ଉପଯୋଗ କରିବା ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛିା ସଂପ୍ରତି କୋଭିଡ୍-୧୯ ସ୍ଥିତିରେ ଚାଷୀମାନଙ୍କ ନିକଟରେ ପହଂଚିବା  ଦିଗରେ ସାମାଜିକ ଗଣମାଧ୍ୟମ ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇପାରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

ଆଜି ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଦିଗରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଡ. ସାହୁ ସମୀକ୍ଷା କରିଥିଲୋ ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିଲୋ ଚାଷୀର ଆୟ ବହୁଗୁଣିତ କରିବା ଦିଗରେ କୃଷି ସହିତ ଆନୁଷଙ୍ଗିକ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସୋସିଆଲ୍ ମିଡିଆର ବହୁଳ ଉପଯୋଗ ନିମନ୍ତେ ଚାଷୀମାନଙ୍କର ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲୋ 

ପ୍ରତି ପଞ୍ଚାୟତରେ ଚାଷୀମାନଙ୍କର ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରି ଚାଷୀମାନଙ୍କୁ ସିଧାସଳଖ ବିଭିନ୍ନ କୃଷି ସମ୍ବନ୍ଧୀୟ ବାର୍ତ୍ତା ଯୋଗାଇଦେବା ସହିତ ସେମାନଙ୍କର ସମସ୍ୟା ସଂପର୍କରେ ବିହିତ ପଦକ୍ଷେପ ନେବା ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ ହ୍ୱାଟସ୍ଆପ୍ ଗ୍ରୁପ୍ରେ ୯ ଲକ୍ଷ ୨୦ ହଜାରରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛିା ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଟୋଲ୍ ଫି୍ର ହେଲପ୍ଲାଇନ୍ "ଆମ କୃଷି'ରେ ୮ ଲକ୍ଷ ୭୫ ହଜାର ଚାଷୀଙ୍କୁ ସାମିଲ କରାଯାଇପାରିଛିା କୃଷି ବିଭାଗ ଟୁଇଟରରେ ୨୭ ହଜାର ୨୦୦ ଜଣ ବ୍ୟବହାର କରିଥିବାବେଳେ ଏମ୍-କିଷାନ୍ ପୋର୍ଟାଲ୍ ଜରିଆରେ ପ୍ରାୟ ୧୭ ଲକ୍ଷରୁ ଉର୍ଧ୍ଵ ବାର୍ତ୍ତା ଚାଷୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛିା ଏଥି ସହିତ ପ୍ରତି ପଞ୍ଚାୟତ ସ୍ତରରେ ଅତି କମ୍ରେ ୨୦୦ ଜଣ କୃଷକଙ୍କୁ ହ୍ୱାଟସ୍ଆପ୍ ଗ୍ରୁପରେ  ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛିା 

ଏହି ଗ୍ରୁପ୍ ମାଧ୍ୟମରେ ଚାଷୀମାନଙ୍କୁ ସମୟ ଉପଯୋଗୀ କୃଷି କାର୍ଯ୍ୟ ସମ୍ବନ୍ଧୀୟ ବାର୍ତ୍ତା ପ୍ରେରଣ, ବିଭିନ୍ନ ଅର୍ଥକରୀ ଓ ଉଦ୍ୟାନକୃଷିଭିତ୍ତିକ ଫସଲ ଉତ୍ପାଦନର ପଦ୍ଧତିର ଶିକ୍ଷଣୀୟ ଚଳଚ୍ଚିତ୍ର, ଭିଡିଓ ମାଧ୍ୟମରେ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ, ପାଣିପାଗ ସମ୍ବନ୍ଧୀୟ ଆଗୁଆ ସୂଚନା ଓ ସମ୍ଭାବ୍ୟ ଆପଦକାଳୀନ ପରିସ୍ଥିତିର ସତର୍କ ସୂଚନା ପ୍ରଦାନ, ପ୍ରାକୃତିକ ଦୁର୍ବିପାକ କିମ୍ବା ରୋଗପୋକ ଆକ୍ରମଣ ଦ୍ୱାରା ଉପୁଜିଥିବା ଆପଦକାଳୀନ ପରିସ୍ଥିତିର ମୁକାବିଲା, ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା, ଚାଷୀମାନଙ୍କର ଉତ୍ପାଦିତ ଦ୍ରବ୍ୟର ବିକି୍ରବଟାର ସୁଯୋଗ ଓ ବଜାର ସମ୍ବନ୍ଧୀୟ ସୂଚନା, ସନ୍ତୁଳନ ରାସାୟନିକ ସାର ପ୍ରାୟାଗ ଓ ସମନ୍ୱିତ ଖାଦ୍ୟସାର ପରିଚାଳନା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଚାଷୀମାନଙ୍କୁ ସିଧାସଳଖ ପ୍ରଦାନ କରାଯାଇପାରୁଛିା ସାମାଜିକ ଗଣମାଧ୍ୟମ ଜରିଆରେ କୃଷକମାନେ ପ୍ରତିଦିନ ବିଭିନ୍ନ ସୂଚନା ସଂପର୍କରେ ଅବଗତ ହୋଇପାରୁଥିବାରୁ ଅଧିକରୁ ଅଧିକ ଚାଷୀଙ୍କୁ ସାମାଜିକ ଗଣମାଧ୍ୟମ ସହିତ ଜଡ଼ିତ କରାଇବା ଦିଗରେ ବିଭାଗୀୟ କ୍ଷେତ୍ର ଅଧିକାରୀମାନେ ସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ ଥିଧି

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରତ୍ନାକର  ରାଉତ ଓ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲୋ 

0
0
0
s2sdefault